ଦୀର୍ଘ ୩ ମାସର ଇକମୋ ଚିକିତ୍ସା ପରେ ଆଖି ବୁଜିଲେ ଅଭିଷେକ

ଭଦ୍ରକ: କରୋନାରେ ପୀଡିତ ହୋଇ ଚିକିତ୍ସାଧିନ ଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ରଙ୍କ ପରଲୋକ ହୋଇଛି। ସେ ଦୀର୍ଘ ୩ ମାସ ଧରି କୋଲକାତାର ଏକ ଘରୋଇ ଡାକ୍ତରଖାନାର ଇକମୋ ଚିକିତ୍ସା ନେଉଥିଲେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବାସିନ୍ଦା ଅଭିଷେକ ବିବାହର ମାତ୍ର ମାସକ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ । ଫଳରେ ତାଙ୍କୁ ମେ ୧୮ ତାରିଖରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି […]

ଭଦ୍ରକ: କରୋନାରେ ପୀଡିତ ହୋଇ ଚିକିତ୍ସାଧିନ ଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଯୁବ ଇଞ୍ଜିନିୟର ଅଭିଷେକ ମହାପାତ୍ରଙ୍କ ପରଲୋକ ହୋଇଛି। ସେ ଦୀର୍ଘ ୩ ମାସ ଧରି କୋଲକାତାର ଏକ ଘରୋଇ ଡାକ୍ତରଖାନାର ଇକମୋ ଚିକିତ୍ସା ନେଉଥିଲେ । ଭଦ୍ରକ ଜିଲ୍ଲା ବାସୁଦେବପୁର ବାସିନ୍ଦା ଅଭିଷେକ ବିବାହର ମାତ୍ର ମାସକ ମଧ୍ୟରେ କରୋନାରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ । ଫଳରେ ତାଙ୍କୁ ମେ ୧୮ ତାରିଖରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରର୍ବତ୍ତୀ ସମୟରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଗୁରୁତର ହୋଇପଡିଥିଲା ଯେ ତାଙ୍କୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିଲା । କରୋନା ସଂକ୍ରମିତ ଅଭିଷେକ ପରବର୍ତ୍ତୀ ମସୟରେ ନିମୋନିଆରେ ଆକ୍ରାନ୍ତ ହୋଇପଡିଥିଲେ । କୋଭିଡରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇପଡିଥିଲେ ଅଭିଷେକ ଏବଂ ଇକମୋ ଚିକିତ୍ସା ପାଇଁ ତାଙ୍କୁ ଏୟାରଲିଫ୍ଟ କରାଯାଇ କୋଲକାତା ନିଆଯାଇଥିଲା । ତାଙ୍କର ସୁସ୍ଥତା ପାଇଁ ଓଡ଼ିଶାର ଅଗଣିତ ଲୋକ ସାହାଯ୍ୟର ହାତ ବଢାଇଥିଲେ। ସେ ତାଙ୍କ ପିତାମାତାଙ୍କ ଏକମାତ୍ର ପୁତ୍ର ଥିଲେ ।

About The Author: The Sakala