ରୁଷର କଜାନ ସହର ଉପରେ ୟୁକ୍ରେନର ବଡ଼ ଧରଣର ଆକ୍ରମଣ

ଭୁବନେଶ୍ବର: ରୁଷର କଜାନ ସହରରେ ବଡ଼ ଧରଣର ଡ୍ରୋନ ଆକ୍ରମଣ। ୯/୧୧ ପରି ଆକ୍ରମଣ। ତିନିଟି ବହୁ ତଳ କୋଠାକୁ ଆତଙ୍କୀଙ୍କ ଟାର୍ଗେଟ। ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଉଛି। ଘଟଣାରେ ୟୁକ୍ରେନକୁ ଦାୟୀ କଲା ରୁଷ । ମୋଟ ୮ଟି ଡ୍ରୋନରେ ଆକ୍ରମଣ ହୋଇଛି। କ୍ଷୟକ୍ଷତି ସଂପର୍କରେ ସବିଶେଷ କିଛି ଜଣାପଡ଼ିନାହିଁ। ମୃତାହତ ବିଷୟରେ କିଛି ଜଣାପଡିନାହିଁ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କଜାନ ସହରରେ ହୋଇଥିବା ଆକ୍ରମଣକୁ ନେଇ ସମଗ୍ର […]

ଭୁବନେଶ୍ବର: ରୁଷର କଜାନ ସହରରେ ବଡ଼ ଧରଣର ଡ୍ରୋନ ଆକ୍ରମଣ। ୯/୧୧ ପରି ଆକ୍ରମଣ। ତିନିଟି ବହୁ ତଳ କୋଠାକୁ ଆତଙ୍କୀଙ୍କ ଟାର୍ଗେଟ। ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଉଛି। ଘଟଣାରେ ୟୁକ୍ରେନକୁ ଦାୟୀ କଲା ରୁଷ । ମୋଟ ୮ଟି ଡ୍ରୋନରେ ଆକ୍ରମଣ ହୋଇଛି। କ୍ଷୟକ୍ଷତି ସଂପର୍କରେ ସବିଶେଷ କିଛି ଜଣାପଡ଼ିନାହିଁ। ମୃତାହତ ବିଷୟରେ କିଛି ଜଣାପଡିନାହିଁ । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। କଜାନ ସହରରେ ହୋଇଥିବା ଆକ୍ରମଣକୁ ନେଇ ସମଗ୍ର ବିଶ୍ବରେ ଏବେ ଚର୍ଚ୍ଚା ଚାଲିଛି। ଚଳିତବର୍ଷ ରୁଷର ଏହି ସହରରେ ବ୍ରିକ୍ସ ସମ୍ମେଳନ ହେବାକୁ ରହିଛି। ଏହି ଆକ୍ରମଣ ଆମେରିକାର ୯/୧୧ ୱାଲର୍ଡ ଟ୍ରେଡ ସେଣ୍ଟର ଭଳି ଆକ୍ରମଣ ହୋଇଛି। ତେବେ ଏହି ମାମଲାରେ ରୁଷ ରକ୍ଷା ମନ୍ତ୍ରଣାଳୟ କହିବା ଅନୁଯାୟୀ, ଏୟାର ଡିଫେନ୍ସ ସିଷ୍ଟମ କଜାନ ସହରରେ ଏକ ୟୁକ୍ରେନ ଡ୍ରୋନକୁ ନଷ୍ଟ କରିଛି। ଡ୍ରୋନ ଆକ୍ରମଣ ଫଳରେ ସେଠିକାର ୩ଟି ସ୍ଥାନରେ   ନିଆଁ ଲାଗିଛି। ସେସିଆଲ ମିଡିଆରେ ମଧ୍ୟ ଏହି ଡ୍ରୋନ ଆକ୍ରମଣର ଛାତିଥରା ଦୃଶ୍ୟ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି।

About The Author: The Sakala