କିଭ୍: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଛି ଜୋରଦାର ଯୁଦ୍ଧ । ଏହି ଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ୟୁକ୍ରେନର ରାଜଧାନୀ କିଭ୍ ସମେତ ଦ୍ବିତୀୟ ବୃହତ ସହର ଖାରକିଭ୍ ଏବଂ ଅନ୍ୟ ସହରରେ ରୁଷ ସେନାର ଆକ୍ରମଣ ଜାରି ରହିଛି। ବିଶେଷକରି ଏହି ଦୁଇଟି ସହର ଉପରେ ଘନ ଘନ ବୋମାମାଡ ଚାଲିଛି। ଖାରକିଭରେ ଋଷ ଓ ୟୁକ୍ରେନ ସେନା ମୁହାଁମୁହିଁ ହୋଇଛନ୍ତି। ଖାରକିଭର ଏକ ହସ୍ପିଟାଲ ଉପରେ ରୁଷ ସେନା ଆକ୍ରମଣ କରିଥିବା ବେଳେ ପୁଣି ବିସ୍ଫୋରଣରେ ପୁଲିସ ଏକାଡେମୀ ଓ ପୁଲିସ ମୁଖ୍ୟାଳୟ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । ଖାରକିଭରେ ଋଷର ଆକ୍ରମଣରେ ବର୍ତମାନ ସୁଦ୍ଧାର ୨୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୧୨ ଜଣ ଆହତ ହୋଇଥିବା ଖାରକିଭ୍ ମେୟର ସୂଚନା ଦେଇଛନ୍ତି ।
ସେପଟେ ରାଜଧାନୀ କିଭରେ ମଧ୍ଯ ଘନ ଘନ ବୋମାମାଡ଼ ହେଉଛି । ସହରଠାରୁ ୧୯ ମାଇଲ୍ ଦୂରରେ ରହିଛି ଋଷର ବିଶାଳ ସେନାବାହିନୀ ।
ଅନ୍ଯପଟେ, ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ ଦାବି କରିଛନ୍ତି। ୬ ଦିନରେ ରୁଷର ୬୦୦୦ ସୈନ୍ୟ ମିରିଥିବା ସେ କହିଛନ୍ତି।