ଋଷ ମିଡିଆର ଦାବି : ଦେଶଛାଡି ପୋଲାଣ୍ଡ ପଳାଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି

ମସ୍କୋ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ। ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୯ ମ ଦିନରେ ପହଞ୍ଚିଥିବା ବେଳେ ୠଷର ପ୍ରଚଣ୍ଡ ଆକ୍ରମଣର ସାମ୍ନା କରୁଛି ୟୁକ୍ରେନ। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଦ୍ବିତୀୟ ବୃହତ ସହର ଖାରକିଭ୍‌ ଏବଂ ଅନ୍ୟାନ୍ୟ ସହର ପରେ ରୁଷିଆର ବୋମାମାଡ ଜାରି ରହିଥିବା ବେଳେ ପ୍ରାୟ ୧୦ଟି ସହର ଧ୍ବଂସସ୍ତୁପରେ ପରିଣତ ହୋଇଛି। କିଭ୍‌କୁ ସମ୍ପୂର୍ଣ୍ଣ କବଜା କରିବାକୁ ରୁଷ ସେନା ଆପ୍ରାଣ […]

ମସ୍କୋ: ୟୁକ୍ରେନ୍ ଓ ଋଷ ମଧ୍ୟରେ ଜାରି ରହିଛି ଘମାଘୋଟ ମହାଯୁଦ୍ଧ। ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୯ ମ ଦିନରେ ପହଞ୍ଚିଥିବା ବେଳେ ୠଷର ପ୍ରଚଣ୍ଡ ଆକ୍ରମଣର ସାମ୍ନା କରୁଛି ୟୁକ୍ରେନ। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ରାଜଧାନୀ କିଭ୍‌ ସମେତ ଦ୍ବିତୀୟ ବୃହତ ସହର ଖାରକିଭ୍‌ ଏବଂ ଅନ୍ୟାନ୍ୟ ସହର ପରେ ରୁଷିଆର ବୋମାମାଡ ଜାରି ରହିଥିବା ବେଳେ ପ୍ରାୟ ୧୦ଟି ସହର ଧ୍ବଂସସ୍ତୁପରେ ପରିଣତ ହୋଇଛି। କିଭ୍‌କୁ ସମ୍ପୂର୍ଣ୍ଣ କବଜା କରିବାକୁ ରୁଷ ସେନା ଆପ୍ରାଣ ଉଦ୍ୟମ କରିଥିଲେ ହେଁ ୟୁକ୍ରେନ ସେନାର ଦୃଢ ମୁକାବିଲା ଯୋଗୁଁ ଏହା ସମ୍ଭବ ହୋଇପାରି ନାହିଁ। କିନ୍ତୁ ଅନ୍ୟାନ୍ୟ ବହୁ ସହରରେ ବ୍ୟାପକ କ୍ଷୟକ୍ଷତି ସହିତ ଲୋକମାନେ ସହର ଛାଡି ଦେଇଥିବାରୁ ସେଗୁଡିକ ଏକପ୍ରକାର ମରୁଭୂିରେ ପରିଣତ ହୋଇଛି। ଚେର୍ନୋହିବ, ସୁକାଚି ଏବଂ ବୁକା ସହରରେ ହମଲାର ଉପଗ୍ରହ ଚିତ୍ର ସାମ୍ନାକୁ ଆସିଛି । ଚେର୍ନୋହିବ ସହର ଅଏଲ୍ ଡିପୋରେ ନିଆଁ ଲାଗି ଏହା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସେହିପରି ଦକ୍ଷିଣ ୟୁକ୍ରେନ୍‌ର ପ୍ରମୁଖ ସହର ଖେରସନ୍‌କୁ ମଧ୍ୟ ରୁଷସେନା ଦଖଲ କରିଛି। ସେପଟେ ଦକ୍ଷିଣରେ ଥିବା ବ୍ଲାକ୍ ସି’ ଅଞ୍ଚଳରେ ରୁଷ ସେନା ଗତିବିଧି ବଢାଇବା ସହିତ ପୂର୍ବ ୟୁକ୍ରେନ୍‌ର ବାଲାକିଭା ସହରକୁ ରୁଷ ସେନା କବଜା କରି ନେଇଛି । ଓଡେଶୀ ସହରକୁ ମଧ୍ୟ ଘେରାବନ୍ଦି କରାଯାଇଛି। ସେହିପରି ମିକୋଲାଇଭ୍ ସହର ଭିତରେ ମଧ୍ୟ ରୁଷ ସେନା ପଶି ଯାଇଥିବା ସୂଚନା ମିଳିଛି।

ଏସବୁ ଭିତରେ ଋଷ ଗଣମାଧ୍ୟମ ଜେଲେନସ୍କି ୟୁକ୍ରେନ୍ ଛାଡ଼ି ପୋଲାଣ୍ଡରେ ପହଞ୍ଚିଥିବା ଦାବି କରିଛି । ଏହି ରିପୋର୍ଟରେ କୁହାଯାଇଛି କି, ରାଜଧାନୀ କ୍ୱିବିର ଏକ ବଙ୍କର ଭିତରେ ଥିବା ଜେଲେନସ୍କି ଏବେ ପୋଲାଣ୍ଡ ପଳାଇ ଯାଇଛନ୍ତି ।ତେବେ ସିଆଇଏ ତାଙ୍କୁ ଦେଶ ଛାଡିବା ନେଇ ସହଯୋଗ କରିଥିବା ଅନୁମାନ କରାଯାଉଛି।

ଏହା ପୂର୍ବରୁ ମଧ୍ୟ ବ୍ରିଟିଶ୍ ଖବରକାଗଜ ଦ ଟାଇମ୍ସ ଏକ ଦାବି କରିଥିଲା । ଯେଉଁଥିରେ କୁହାଯାଇଥିଲା ସପ୍ତାହକ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କିଙ୍କୁ ୩ ଥର ହତ୍ୟା ଉଦ୍ୟମ କରାଯାଇଛି । ଏହା ଛଡ଼ା ହତ୍ୟା ଉଦ୍ୟମ ଋଷ ସଂସ୍ଥା ଦ୍ୱାରା ବିଫଳ ହୋଇଥିବା ଖବରକାଗଜ ଦାବି କରିଛି । ଏହା ପୂର୍ବରୁ ଜେଲେନସ୍କି ନିଜେ ଦାବି କରିଥିଲେ କି ତାଙ୍କୁ ମାରିବା ପାଇଁ କିଭକୁ ୪୦୦ ଅସ୍ତ୍ରଶସ୍ତ୍ର ସହ ଏକ ସ୍ବତନ୍ତ୍ର ସୈନ୍ୟବାହିନୀ ପଠା ଯାଇଛି । ଆଉ ଏଥିପାଇଁ ବଡ଼ ଧରଣର ପୁରସ୍କାର ମଧ୍ୟ ରଖାଯାଇଛି। ଯାହାକୁ ଭୟ କରି ଜେଲେନସ୍କି ୟୁକ୍ରେନ୍ ଛାଡ଼ି ପୋଲାଣ୍ଡ ପଳାଇଛନ୍ତି।

ଅନ୍ୟପଟେ ଋଷ ଗଣମାଧ୍ୟମର ଦାବିକୁ ମିଛ ବୋଲି କୁହାଯାଉଛି। କାରଣ ଦୁଇଦିନ ପୂର୍ବରୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସାର୍ବଜନୀକ ଭାବେ କହିଥିଲେ କି ଜେଲେନସ୍କି ଯେବେ ଚାହିଁବେ ତାଙ୍କୁ ୟୁକ୍ରେନରୁ ଏୟାରଲିଫ୍ଟ କରି ଅଣାଯାଇପାରିବ । ହେଲେ ଏହାର ଜବାବରେ ଜେଲେନସ୍କି କହିଥିଲେ କି କୌଣସି ପରିସ୍ଥିତିରେ ସେ ନିଜ ଦେଶର ଲୋକଙ୍କୁ ଯୁଦ୍ଧମୁହଁରେ ଛାଡି ପଳାୟନ କରିବେ ନାହିଁ । ଜେଲେନସ୍କି ତାଙ୍କୁ ସମର୍ଥନ କରୁଥିବା ଦେଶ ଗୁଡିକୁ କହିଥିଲେ ଯେ ମତେ ଆପଣମାନେ ଅସ୍ତ୍ର ଦିଅନ୍ତୁ, ଆମେ ଋଷ ବିପକ୍ଷରେ ଲଢେଇ କରିବୁ। କିନ୍ତୁ  ହେଲେ ଋଷ ଗଣମାଧ୍ୟମ ଆଜି ଜେଲେନସ୍କି ୟୁକ୍ରେନ୍ ଛାଡ଼ି ପୋଲାଣ୍ଡ ପଳାଇଇବା ନେଇ କରୁଥିବା ଦାବି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କି ଜେଲେନସ୍କିଙ୍କୁ ସିଆଇଏ ସହାୟତାରେ ପୋଲାଣ୍ଡ ପହଞ୍ଚା ଯାଇଛି କି ଅନ୍ୟ କୌଣସି ମାଧ୍ୟମରେ ତାଙ୍କୁ ସହାୟତା ଯୋଗାଇ ଦିଆଯାଇଛି ।

About The Author: The Sakala