ଶପଥ ନେଲେ ନୂଆ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍‌ପତି

ଭୁବନେଶ୍ବର: ଶପଥ ନେଲେ ନୂଆ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍‌ପତି। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ । ରାଜ୍ୟପାଳଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ। ରାଜଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା। ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ଡକ୍ଟର ହରି ବାବୁ କମ୍ଭମପତି । ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ସେ […]

ଭୁବନେଶ୍ବର: ଶପଥ ନେଲେ ନୂଆ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍‌ପତି। ଓଡ଼ିଶାର ୨୭ତମ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ । ରାଜ୍ୟପାଳଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂହ। ରାଜଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା।

ପୂର୍ବରୁ ମିଜୋରାମର ରାଜ୍ୟପାଳ ଥିଲେ ଡକ୍ଟର ହରି ବାବୁ କମ୍ଭମପତି । ରଘୁବର ଦାସଙ୍କ ଇସ୍ତଫା ପରେ ହରିବାବୁଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା। ସେ ଆନ୍ଧ୍ରର ରାଜ୍ୟ ବିଜେପି ସଭାପତି ଥିଲେ। ଲୋକସଭାକୁ ବି ଥରେ ନିର୍ବାଚିତ ହୋଇଥିଲେ।

ଗତକାଲି ଅପରାହ୍ଣରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ହରିବାବୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ବିମାନବନ୍ଦରରେ ତାଙ୍କୁ ସ୍ୱାଗତ କରିଥିଲେ। ରାଜଭବନ ପକ୍ଷରୁ ଗାର୍ଡ-ଅଫ୍‌-ଅନର୍‌ ପ୍ରଦାନ କରାଯିବା ପରେ ରାଜ୍ୟପାଳ ପୁରୀ ଅଭିମୁଖେ ଗସ୍ତ କରିଥିଲେ। ରାଜ୍ୟପାଳ ଶ୍ରୀ କମ୍ଭମପତି ବାଟମଙ୍ଗଳା ଓ ଶ୍ରୀମନ୍ଦିରରେ ଚତୁର୍ଦ୍ଧା‌ମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ।

About The Author: The Sakala