କାମାକ୍ଷାନଗର : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା NH ୫୩ ବାରିହାପୁର କାମାକ୍ଷାନଗରିଆ ଢ଼ାବା ନିକଟରେ ବିଳମ୍ବିତ ରାତିରେ ଆଇଚର ଗାଡ଼ି ଧକ୍କାରେ ଶଳା ମୃତ,ଭିଣୋଇ ଗୁରୁତର । ମୃତକ ଜଣକ ହେଉଛନ୍ତି ପରଜଙ୍ଗ ଥାନା ବାରିହାପୁର ଗ୍ରାମର ଶାନ୍ତନୁ ସାହୁ । ଗୁରୁତର ହେଲେ କାମାକ୍ଷା ନଗର ଥାନା ଶିବିଳାପଶି ଗ୍ରାମର ବିଷ୍ଣୁ ବିଶ୍ୱାଳ । ସୂଚନା ମୁତାବକ ଉଭୟ ଖୁଣ୍ଟିଆ ଢ଼ାବାରେ ରାତିଭୋଜନ ସାରି ଏକ ବାଇକରେ ବାରିହାପୁର ଅଭିମୋଖେ ଯାଉଥିବା ବେଳେ, ସାମ୍ନାପଟୁ ଏକ ଆଇଚର ଗାଡି ତାଙ୍କୁ ଧକ୍କା ଦେଇଥିଲା ।
ଫଳରେ ଉଭୟଙ୍କୁ ଗୁରତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠିସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ। ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ। ଏଠି ଡାକ୍ତର ଶଳା ଶାନ୍ତନୁକୁ ମୃତ ଘୋଷଣା କରିଥିବା ବେଳେ ଭିଣେଇ ବିଷ୍ଣଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ସେପଟେ ଦୁର୍ଘଟଣା ଘଟଇଥିବା ଆଇଚର ଗାଡି ଓ ଚାଳକକୁ ପୋଲିସ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଛି |