୧୦ ବର୍ଷର ଚାକିରିରେ ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ, ଗିରଫ ହେଲେ ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ….

ଭୁବନେଶ୍ୱର: ଭିଜିଲାନ୍ସ ଦ୍ୱାର ଗିରଫ ହୋଇଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସୋମବାର ଧରଣୀଧରଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଳଚେର ଖଣି ଉପ-ନିର୍ଦ୍ଦେଶକ ଧରଣୀଧର ନାୟକଙ୍କ କେନ୍ଦୁଝର ତେଲକୋଇସ୍ଥିତ ପୈତୃକ ବାସଭବନ ସମେତ ୮ଟି ସ୍ଥାନରେ ଚଢ଼ଉ କରି ତାଙ୍କ ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଚଢ଼ଉ […]

ଭୁବନେଶ୍ୱର: ଭିଜିଲାନ୍ସ ଦ୍ୱାର ଗିରଫ ହୋଇଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ। ଆୟ ବହିର୍ଭୂତ୍ତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କୁ ଗିରଫ କରାଯାଇଛି। ସୋମବାର ଧରଣୀଧରଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଚଢାଉ କରିଥିଲା ଭିଜିଲାନ୍ସ ଟିମ୍‌‌। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ତାଳଚେର ଖଣି ଉପ-ନିର୍ଦ୍ଦେଶକ ଧରଣୀଧର ନାୟକଙ୍କ କେନ୍ଦୁଝର ତେଲକୋଇସ୍ଥିତ ପୈତୃକ ବାସଭବନ ସମେତ ୮ଟି ସ୍ଥାନରେ ଚଢ଼ଉ କରି ତାଙ୍କ ବିପୁଳ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ। ଚଢ଼ଉ ବେଳେ ତାଙ୍କର ୧୦ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଖଣି ବିଭାଗରେ ମାତ୍ର ୧୦ ବର୍ଷର ଚାକିରି। ୨୦୧୨ ମସିହରେ ଖଣି ଅଫିସର ଭାବେ ଯୋଗଦେଇଥିବା ବାବୁ ୨୦୨୪ ବେଳକୁ ଖଣି ଉପନିର୍ଦ୍ଦେଶକ। ଏହାରି ଭିତରେ ବିଭାଗର ଉନ୍ନତିରେ ବାବୁଙ୍କ ଅବଦାନ ଯାହା ଥାଉ ନା କାହିଁକି, ନିଜର କେତେ ଉନ୍ନତି କରିପାରିଛନ୍ତି, ତାହା ଜଣାଇଦେଇଛି ଭିଜିଲାନ୍ସ ବିଭାଗ।

ଭିଜିଲାନ୍ସ ସୂଚନା ଅନୁଯାୟୀ, ଶ୍ରୀ ନାୟକଙ୍କର ପଟିଆ ଶିଶୁ ବିହାରରେ ୧.୩୦ କୋଟିର ୩-ବିଏଚ୍‌‌କେ ଫ୍ଲାଟ୍‌‌, ସୁନ୍ଦରପଦାରେ ଗୋଟିଏ ଡୁପ୍ଲେକ୍ସ, ତେଲକୋଇରେ ଦୁଇ ଦୁଇଟି ମାର୍କେଟ୍‌ କମ୍ପ୍ଲେକ୍ସ, ରାଜ୍ୟର ବିଭିନ୍ନ ସ୍ଥାନରେ ୧୧ ପ୍ଲଟ୍‌ ରହିଛି। କେବଳ ସେତିକି ନୁହେଁ; ବ୍ୟାଙ୍କ ଆକାଉଣ୍ଟରେ ୫୩.୫୩ ଲକ୍ଷ ଟଙ୍କା ରହିଛି। ଏସବୁ ସଂପତ୍ତି ଶ୍ରୀ ନାୟକ ଓ ତାଙ୍କ ପରିବାର ଲୋକଙ୍କ ନାମରେ ରହିଛି।

ଶ୍ରୀ ନାୟକ ୨୦୧୪ ଫେବୃୟାରୀ ୧୨ରେ ସରକାରୀ ଚାକିରିରେ ଖଣି ଅଫିସର ଭାବେ କୋରାପୁଟରେ ଯୋଗ ଦେଇଥିଲେ। ସେଠାରେ ୭ ବର୍ଷ ରହିବା ପରେ କୋରାପୁଟରୁ ତାଳଚେରକୁ ବଦଳି ହୋଇଥିଲେ। ୨୦୨୨ ଏପ୍ରିଲ ୧୮ତାରିଖରେ ସେ ଖଣି ଉପ-ନିର୍ଦ୍ଦେଶକ ଭାବେ ପଦୋନ୍ନତି ପାଇଥିଲେ। ଗତ କିଛି ଦିନ ହେଲା ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା। ଆଜି ସକାଳୁ ଭିଜିଲାନ୍ସର ୮ଟି ଟିମ୍‌ ଏକସଙ୍ଗେ ତାଙ୍କ ପୈତୃକ ବାସଭବନ ସମେତ ୮ଟି ସ୍ଥାନରେ ଚଢ଼ଉ କରିଥିଲେ। ଏଥିରେ ୧୦ ଜଣ ଡିଏସ୍‌‌ପି, ୧୬ ଜଣ ଇନ୍ସପେକ୍ଟର, ୭ଜଣ ଏସ୍‌‌ଆଇ ଏବଂ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ। ପଟିଆ, ସୁନ୍ଦରପଦାରେ ଫ୍ଲାଟ୍‌ ଓ ଡୁପ୍ଲେକ୍ସ ସହ ସିଂକୁଳବାହାଲରେ ୨ହଜାର ବର୍ଗଫୁଟରେ ଏକ ମାର୍କେଟ କପ୍ଲେକ୍ସ ଏବଂ ବଡ଼ିନାଳିଆରେ ୧୫ଟି ଦୋକାନ ଥିବା ଦୁଇ ମହଲାବିଶିଷ୍ଟ ଏକ ମାର୍କେଟ୍‌ କମ୍ପ୍ଲେକ୍ସ ରହିଛି। ତେଲକୋଇ, ଛାମୁଣ୍ଡାରେ ଆଉ ଏକ ବିଲ୍ଡିଂ ରହିଛି। ଧରଣୀଧରଙ୍କ ନାମରେ ୩ଟି ପ୍ଲଟ୍‌‌ ରାଜଧାନୀର ମୁଖ୍ୟ ସ୍ଥାନରେ ରହିଥିବା ବେଳେ କେଉଁଝର ସହର ଉପରେ ଗୋଟିଏ, ତେଲକୋଇ ଏବଂ କେଉଁଝର ଅଞ୍ଚଳରେ ୭ଟି ପ୍ଲଟ୍‌‌ ରହିଛି। ସେହିପରି ତାଙ୍କୁ ଘରୁ୯ ଲକ୍ଷ ୮୫ ହଜାର ୧୨୦ ଟଙ୍କା ଜବତ କରାଯାଇଛି। ୫ଲକ୍ଷ ୫୮ ହଜାର ୮୨୦ ଟଙ୍କା ପଟିଆ ଫ୍ଲାଟ୍‌‌ରୁ ଜବତ କରାଯାଇଥିବା ବେଳେ ୪ଲକ୍ଷ ୨୬ ହଜାର ୩ଶହ ଟଙ୍କା ତାଳଚେର ସରକାରୀ ଆବାସରୁ ମିଳିଥିଲା। ଧରଣୀଧର ନାମରେ ବ୍ୟାଙ୍କ୍‌‌ ଏବଂ ଇନ୍‌ସ୍ୟୁରାନ୍ସରେ ୫୩ ଲକ୍ଷ ୫୩ ହଜାର ୧୬୭ ଟଙ୍କା ଥିବା ବେଳେ ୫୪.୭୦ ଲକ୍ଷ ଟଙ୍କାର ଘରର ଆସବାବପତ୍ର ରହିଛି। ଗୋଟିଏ ୪ ଚକିଆ ଗାଡ଼ି ରହିଥିବା ବେଳେ ୨ଟି ଦୁଇ ଚକିଆ ଗାଡ଼ି ଠାବ କରାଯାଇଛି। ଧରଣୀଧର ୨୦୨୨ରେ ୭୫ଲକ୍ଷ ଋଣ ନେଇଥିବା ବେଳେ ସେ ଏହାକୁ ପରିଶୋଧ କରିଥିଲେ। ପରିଶୋଧ କରିଥିବା ଟଙ୍କା କଳାଧନ ବୋଲି ଭିଜିଲାନ୍ସ ଟିମ୍‌‌ ସନ୍ଦେହ କରି ଯାଞ୍ଚ କରିଥିଲା।

About The Author: The Sakala