ଭୁବନେଶ୍ବର: ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ବିଜେପି ଛାଡି ଦେବଗଡ଼ ବିଜେପି ଜିଲ୍ଲା ସଭାପତି ମିନକେତନ ପ୍ରଧାନ ଆଜି ବିଜେଡିରେ ମିଶିଛନ୍ତି । ବିଜେଡିର ରାଜ୍ୟ ସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ମିଶ୍ରଣ ପର୍ବରେ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ, ଦେଓଗଡ଼ ଜିଲ୍ଲା ଅବଜର୍ଭର ଅମରେଶ ଜେନା ଓ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ସାମିଲ ରହିଥିଲେ।
ଓଡ଼ିଶା ଲୋକଙ୍କ ଓ ଦେବଗଡ଼ ବାସୀଙ୍କ ସେବା କରିବା ପାଇଁ ମୁଁ ବିଜେଡିରେ ସାମିଲ ହୋଇଛି ବୋଲି ମୀନକେତନ ପ୍ରଧାନ କହିଛନ୍ତି। ସେ କହିଛନ୍ତି ଯେ, ମୁଁ କୌଣସି ଆଶା ନେଇ ବିଜେଡିକୁ ଆସିନାହିଁ। ବିଜେପିରେ ସମନ୍ବୟର ଅଭାବ ରହିଛି। ଦୀର୍ଘ ୩୨ ବର୍ଷ ବିଜେପିରେ ରହିବା ପରେ ସମ୍ମାନ ସେଠି ମିଳିଲା ନାହିଁ। ବିଜେପି ଦଳ ମୋତେ ଆଭୋଏଡ କଲା ସେଥିପାଇଁ ମୁଁ ବିଜେପି ଛାଡି ବିଜେଡିରେ ସାମିଲ ହେଲି ବୋଲି ମୀନକେତନ ପ୍ରଧାନ କହିଛନ୍ତି। ବିଜେଡିରେ ଶୃଙ୍ଖଳା, ସମନ୍ୱୟ ଓ ଧର୍ଯ୍ଯ ନେଇ କାମ କରିବି ବୋଲି ମିନକେତନ କହିଛନ୍ତି।