ସମ୍ବଲପୁର: ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଆଜିଠୁ ଦେବ ନିମନ୍ତ୍ରଣ ଆରମ୍ଭ ହୋଇଛି । ମା’ ସମଲେଶ୍ବରୀଙ୍କ ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଚଳିତ ମାସ ଶେଷ ବେଳକୁ ଥିବାବେଳେ ନିମନ୍ତ୍ରଣ ପତ୍ର ବଣ୍ଟାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ସକାଳ ୬ଟାରେ ମା’ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଲୋକାପଣ ଉତ୍ସବ ପାଇଁ ଦେବ ନିମନ୍ତ୍ରଣ ପର୍ବ ଆରମ୍ଭ ହୋଇଛି । ପ୍ରଥମେ ମା ପଟନେଶ୍ୱରୀ, ମା ଦଶମତି, ମା ବାଟ ମଙ୍ଗଳା ଓ ବାବା ସୋମନାଥଙ୍କୁ ନିମନ୍ତ୍ରଣ କରାଯିବ । ପରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାପାଇଁ ଏକ ପ୍ରତିନିଧି ଦଳ ଆଜି ଭୁବନେଶ୍ବର ଅଭିମୁଖେ ବାହାରିଛନ୍ତି ।
ଏହି ପ୍ରତିନିଧି ମଣ୍ଡଳୀ ମା’ ସମଲେଶ୍ବରି ମନ୍ଦିରରୁ ବାହାରିଥିବାବେଳେ ସମ୍ବଲପୁରର ମା ପାଟଣେଶ୍ବରୀ, ମା’ ଦଶମତି, ମା’ ବାଟମଙ୍ଗଳା ଓ ବାବା ସୋମନାଥ, ପୁରୀ ଶ୍ରୀ ମନ୍ଦିର ଯାଇ ପ୍ରଥମେ ନିମନ୍ତ୍ରଣ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ବଲପୁରର ବିଭିନ୍ନ ମନ୍ଦିରରେ ନିମନ୍ତ୍ରଣ ଦେଇ ସାରିଲା ଉକ୍ତ ଉକ୍ତ ମଣ୍ଡଳି ଭୁବନେଶ୍ବର ଯାଇ ମୂଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେବାର କାର୍ଯ୍ୟକ୍ରମ ରହିଛି । ଟ୍ରଷ୍ଟବୋର୍ଡ ସଭାପତି ସଂଜୟ ବାବୁଙ୍କ ନେତୃତ୍ବରେ ମନ୍ଦିରର ପୂଜକ, ସମ୍ବଲପୁର ଏ.ଡି.ଏମ୍ ପ୍ରଦୀପ ସାହୁ, ସମ୍ବଲପୁର ମ୍ଯନିସିପାଲଟି କମିଶନଙ୍କ ସହ ଆନେକ ପ୍ରଶାସନିକ ଅଧିକାରୀ ଆଜି ଦେବ ନିମନ୍ତ୍ରଣରେ ବାହାରିଛନ୍ତି ।