ସମ୍ବଲପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗତକାଲି ‘୫-ଟି’ ଓ ‘ନବୀନ ଓଡ଼ିଶା’ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ କଳାହାଣ୍ଡି ଓ ସମ୍ବଲପୁର ଜିଲ୍ଲାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ସମୀକ୍ଷା କରିବା ସହିତ ଲୋକଙ୍କୁ ଦେଇଛନ୍ତି ବିକାଶମୂଳକ କାର୍ଯ୍ୟର ହିସାବ। ଆଜି ସମ୍ବଲପୁର ଗସ୍ତର ୨ୟ ଦିନ ରହିଛି। ଏହି ୨ୟ ଦିନରେ ଜିଲ୍ଲାପାଳଙ୍କ ସହ ସମୀକ୍ଷା ବୈଠକ ପରେ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ବୁଲି ଦେଖିଛନ୍ତି । ସାଥିରେ ଆର୍ଡିସି, ଜିଲ୍ଲାପାଳ, ମହାନଗର ନିଗମର କମିଶନର ପ୍ରମୁଖ ଉପସ୍ଥିତ ରହିଛନ୍ତି ।
ସୂଚନା ଅନୁଯାୟୀ, ଶୁକ୍ରବାର 5T ଓ ନବୀନ ଓଡିଶାର ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ସମ୍ବଲପୁର ଗସ୍ତରେ ଆସିଥିଲେ । ସର୍କିଟ ହାଉସରେ ରାତ୍ରିଯାପନ କରିଥିଲେ । ଏବେ ସକାଳ ୭ଟାରୁ ଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ସମୀକ୍ଷା ବୈଠକ କରିବା ସହ ସମଲେଇ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ଆରଡିସିଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳ, ମହାନଗର ନିଗମ କମିଶନର ସମସ୍ତେ ଉପସ୍ଥିତ ଥିଲେ । ପରେ ସମଲେଶ୍ବରୀଙ୍କ ପୀଠରେ ପହଞ୍ଚିବା ସହ ମା’ଙ୍କ ଦର୍ଶନ କରିଛନ୍ତି । ସମଲେଇ ପ୍ରକଳ୍ପ ବୁଲି ଦେଖିବା ସହ କାର୍ଯ୍ୟର ଅଗ୍ରଗତି ନେଇ ମଧ୍ୟ ସମୀକ୍ଷା କରିଥିଲେ । ଖୁବଶୀଘ୍ର ପ୍ରକଳ୍ପ କାମ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ପାଖକୁ ଯିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ।
ଆସନ୍ତା ୨୭ ତାରିଖରେ ସମଲେଇ ପ୍ରକଳ୍ପର ଉଦଘାଟନ କରାଯିବାକୁ ନେଇ ସ୍ଥିର ହୋଇଥିବାବେଳ ଶ୍ରଦ୍ଧାଳୁ ମାଁଙ୍କ ପୀଠକୁ ନୂଆ ରୂପରେ ଦେଖିବାକୁ ପାଇବେ । ଯେଉଁ ସମୟ ଧାର୍ଯ୍ୟ କରାଯାଇଛି ତାର କାର୍ଯ୍ୟ କେତେ ଦୂର ଗଲା, ତାହାର ସମୀକ୍ଷା କରିବା ସହ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଏହା ପରେ ସମ୍ବଲପୁରରେ ନୂଆ ଓ କାର୍ଯ୍ୟକ୍ରମ ରହିଥିବା ବେଳେ କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ଓ ରେଢାଖୋଲ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମ ରହିଛି ।