ନୂଆ ତରିକାରେ ଲୁଟୁଛନ୍ତି ସାଇବର ଠକ : କେବେ ମିଛ ପୁଲିସ ଅଫିସର ହୋଇ ତ କେବେ ନକଲି ଟ୍ରାଫିକ ଚାଲାଣ ପଠାଇ

କଟକ : ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସତ୍ତ୍ବେ ଲୋକେ ଅଜାଣତରେ ବି ସାଇବର ଲୁଟେରାଙ୍କ ଠକେଇ ଜାଲରେ ପଡିଆସୁଛନ୍ତି । ଏବେ ସାବର ଅପରାଧି ମାନେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ବିଭିନ୍ନ ମୋବାଇଲକୁ ନକଲି ଟ୍ରାଫିକ ଚାଲାଣ ମେସେଜ ମାନ ପଠାଇ ସାଇବର ଅପରାଧି ମାନେ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଉଛନ୍ତି । ଲୋକେ ଟ୍ରାଫିକ ଚାଲାଣ କଟିଥିବା ଭାବି ଏହି ଲିଙ୍କରେ କ୍ଲିକ କରିବା କ୍ଷଣି ସେମାନଙ୍କ ଆକାଉଣ୍ଟ ହ୍ୟାକ ହେଉଛି […]

କଟକ : ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସତ୍ତ୍ବେ ଲୋକେ ଅଜାଣତରେ ବି ସାଇବର ଲୁଟେରାଙ୍କ ଠକେଇ ଜାଲରେ ପଡିଆସୁଛନ୍ତି । ଏବେ ସାବର ଅପରାଧି ମାନେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ବିଭିନ୍ନ ମୋବାଇଲକୁ ନକଲି ଟ୍ରାଫିକ ଚାଲାଣ ମେସେଜ ମାନ ପଠାଇ ସାଇବର ଅପରାଧି ମାନେ ଲୋକଙ୍କୁ ସେମାନଙ୍କ ଜାଲରେ ଫସାଉଛନ୍ତି । ଲୋକେ ଟ୍ରାଫିକ ଚାଲାଣ କଟିଥିବା ଭାବି ଏହି ଲିଙ୍କରେ କ୍ଲିକ କରିବା କ୍ଷଣି ସେମାନଙ୍କ ଆକାଉଣ୍ଟ ହ୍ୟାକ ହେଉଛି । ଏହି ଇ-ଚାଲାଣ ଠକେଇ ଏବେ କେତେକ ରାଜ୍ୟରେ ଦୃଷ୍ଟିଗୋଚର ହୋଇଥିବା ବେଳେ ଓଡିଶା ପୁଲିସ ଏ ନେଇ ସତର୍କ ସୂଚନା ଜାରି କରିଛି ।


ସାଇବର ଠକମାନେ ଓଭର ସ୍ପିଡିଙ୍ଗରେ ଟଙ୍କା କଟିଛି କହି ଗାଡ଼ି ଚାଳକଙ୍କ ପାଖକୁ ଲିଙ୍କ ପଠାଉଛନ୍ତି  ଏବଂ ଲିଙ୍କରେ କ୍ଲିକ୍ କରିବା ମାତ୍ରକେ ଖାଲି ହୋଇଯାଉଛି ଆକାଉଣ୍ଟ । ଏନେଇ ଲୋକଙ୍କୁ ସତର୍କ କରାଇଛି କମିଶନରେଟ୍ ପୁଲିସ । ଠକ୍ ପଠାଉଥିବା ଲିଙ୍କ୍‌ରେ ଫଟୋ ଦେଖାଇ ଲାଲ୍ ରଙ୍ଗର ଲିଙ୍କ୍ ଉପରେ କ୍ଲିକ୍ ନକରିବା ପାଇଁ ପରାମର୍ଶ ଦିଆଯାଇଛି।


ସେହିପରି ପୁଲିସ ଅଫିସର ପରିଚୟ ଦେଇ ଲୋକଙ୍କୁ ମିଥ୍ୟା ଅପରାଧରେ ଫସାଇ ଦେବା ଆଳରେ ମଧ୍ୟ ଫୋନ କରି ଟଙ୍କା ମାଗୁଛନ୍ତି ସାଇବର ଅପରାଧି । ପାର୍ଟ ଟାଇମ ଜବ ନାଁରେ ଠକୁଥିବା ସାଇବର ଅପରାଧିଙ୍କ ରାକେଟ ଏବେ ବି ରାଜ୍ୟରେ ସକ୍ରିୟ ଥିବା ମଧ୍ୟ ଜଣାପଡିଛି । ଅପରାଧି ମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସେମାନଙ୍କ ନକଲି ୱେବସାଇଟର ପ୍ରମୋସନ କରାଇ ଆସୁଛନ୍ତି । ମାଳମାଳ ନକଲି ୱେବସାଇଟ ଓ ଆପ୍ଲିକେସନ ଜରିଆରେ ସାଇବର ଅପରାଧି ମାନେ ସହଜରେ ଲୋକଙ୍କୁ ଠକିବାରେ ସକ୍ଷମ ହେଉଛନ୍ତି। ଏହି ନକଲି ୱେବସାଇଟ ଓ ଅସଲି ୱେବସାଇଟର ହୋମପେଜରେ ସାମଞ୍ଜସ୍ୟ ରହୁଛି । କିନ୍ତୁ ଏହାର ଲିଙ୍କକୁ ନପରଖି ସାଧାରଣ ଲୋକେ ଅସଲି ଭାବି କ୍ଲିକ କରୁଥିବା ଦେଖାଯାଉଛି ।


ଦିନକୁ ଦିନ ଏହି ଅପରାଧ ବଢିବାରେ ଲାଗିଛି। ବୈଷୟିକ ଜ୍ଞାନକୌଶଳର ବିକାଶ ଘଟୁଥିବା ବେଳେ ସାଇବର ଅପରାଧର ତରିକା ମଧ୍ୟ ବଦଳିବାରେ ଲାଗିଛି । ଫେକ୍‌ ୱେବସାଇଟ ଦ୍ୱାରା ଠକେଇ କ୍ରାଇମବ୍ରାଞ୍ଚ ପାଇଁ ଏକ ଆହ୍ୱାନ ହୋଇଛି । ବିଗତ ୫ବର୍ଷ ମଧ୍ୟରେ ପ୍ରାୟ ୧୦ରୁ ଅଧିକ ୱେବସାଇଟକୁ ନକଲ ବା କ୍ଲୋନିଂ କରାଯାଇ ଠକେଇ ଘଟଣା ମଧ୍ୟ ପଦାକୁ ଆସିଛି । ହେଲେ ଏହାର ମୂଳ ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ପହଞ୍ଚିବାକୁ ସକ୍ଷମ ହେଉନାହିଁ । ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବାନୁସାରେ ଠକେଇ ପୂର୍ବରୁ ଏଥିପାଇଁ ସତର୍କତା ଅବଲମ୍ବନ କରିବା ହେଉଛି ବୁଦ୍ଧିମତାର ପରିଚୟ ।

About The Author: The Sakala