ଭଷାଣିରେ ଡିଜେ ବଜାଇ ନାଚୁଥିବାବେଳେ ଯୁବକଙ୍କୁ ଚାପିଦେଲା ଟ୍ରକ

ବଡମ୍ବା/କଟକ: କଟକଜିଲ୍ଲା ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ଅଭିମାନପୁର ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି। ଡିଜେ ବଜାଇ ନାଚୁଥିବା ବେଳେ ଜଣେ ଯୁବକଙ୍କୁ ଚାପିଦେଲା ଟ୍ରକ। ଘଟଣା ସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଅଭିମାନପୁର ଗାଁର କାର୍ତିକ ଦେହୁରୀଙ୍କର ପୁଅ ୩୫ ବର୍ଷୀୟ ବାପି ଦେହୁରୀ। ଖବର ଅନୁଯାୟୀ, ଗଣେଷ ପୂଜା ଭଷାଣି ସମୟରେ ମୁଖ୍ୟ ରାସ୍ତା ଉପରେ ନାଚୁ ଥିଲେ ଯୁବକ। ପଛରୁ ଟ୍ରକ ଆସି ଚପେଇ ଚାଲି ଯାଇଥିବା […]

ବଡମ୍ବା/କଟକ: କଟକଜିଲ୍ଲା ବଡମ୍ବା ନରସିଂହପୁର ମୁଖ୍ୟ ରାସ୍ତା ଅଭିମାନପୁର ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି। ଡିଜେ ବଜାଇ ନାଚୁଥିବା ବେଳେ ଜଣେ ଯୁବକଙ୍କୁ ଚାପିଦେଲା ଟ୍ରକ। ଘଟଣା ସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକ ହେଉଛନ୍ତି ଅଭିମାନପୁର ଗାଁର କାର୍ତିକ ଦେହୁରୀଙ୍କର ପୁଅ ୩୫ ବର୍ଷୀୟ ବାପି ଦେହୁରୀ।

ଖବର ଅନୁଯାୟୀ, ଗଣେଷ ପୂଜା ଭଷାଣି ସମୟରେ ମୁଖ୍ୟ ରାସ୍ତା ଉପରେ ନାଚୁ ଥିଲେ ଯୁବକ। ପଛରୁ ଟ୍ରକ ଆସି ଚପେଇ ଚାଲି ଯାଇଥିବା ସୂଚନା । ଖବର ପାଇ ମାଣିଆବନ୍ଧ ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About The Author: The Sakala