ଘରେ ପଶି ବୃଦ୍ଧ ଦମ୍ପତ୍ତିଙ୍କ ଗଳାକାଟି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ

ସାଲେପୁର: ବିଳମ୍ବିତ ରାତିରେ ଘରେ ପଶି ବୃଦ୍ଧ ଦମ୍ପତ୍ତିଙ୍କ ଗଳା କାଟି ହତ୍ୟା କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ନିଶ୍ଚିତ କୋଇଲି ବ୍ଲକର ନେମାଳ ଥାନା ଲେଣ୍ଡର ଭଗବାନପୁରରେ ଗାଁରେ । ଦୁର୍ବୁତ୍ତଙ୍କ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ସ୍ବାମୀ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ, ଗୁରୁବାର ରାତିରେ ହୃଷିକେଶ ମୁଦୁଲିଙ୍କ ଘରେ କେହି ଦୁର୍ବୃତ୍ତ ପଶି ଥିଲେ । ହୃଷିକେଶଙ୍କ […]

ସାଲେପୁର: ବିଳମ୍ବିତ ରାତିରେ ଘରେ ପଶି ବୃଦ୍ଧ ଦମ୍ପତ୍ତିଙ୍କ ଗଳା କାଟି ହତ୍ୟା କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ନିଶ୍ଚିତ କୋଇଲି ବ୍ଲକର ନେମାଳ ଥାନା ଲେଣ୍ଡର ଭଗବାନପୁରରେ ଗାଁରେ । ଦୁର୍ବୁତ୍ତଙ୍କ ଆକ୍ରମଣରେ ସ୍ତ୍ରୀ ଗୁରୁତର ହୋଇଥିବାବେଳେ ସ୍ବାମୀ ପ୍ରାଣ ହରାଇଛନ୍ତି ।

ସୂଚନା ଅନୁସାରେ, ଗୁରୁବାର ରାତିରେ ହୃଷିକେଶ ମୁଦୁଲିଙ୍କ ଘରେ କେହି ଦୁର୍ବୃତ୍ତ ପଶି ଥିଲେ । ହୃଷିକେଶଙ୍କ ଗଳା କାଟିବା ସହ କନକଲତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ ଲୁଟେରା । ଘଟଣା ସ୍ଥଳରେ ହୃଷିକେଶଙ୍କ ମୃତ୍ୟୁ ହୋଇଥିବା ବେଳେ କନକଲତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲରେ ଭର୍ତ୍ତି କରାଯାଇଛି । ଘରେ କଳାକନା ବୁଲାଇବା ପରେ ଦୁଇ ନାତିଙ୍କୁ ଅନ୍ୟ ଏକ ଘରେ ବନ୍ଦ କରି ନିଆଁ ଲଗାଇ ଦେଇଥିଲେ ଦୁର୍ବୃତ୍ତ । ଘଟଣା ନେଇ ନାତି ତାଙ୍କ ବାପାଙ୍କୁ ଫୋନ କରି କହିବାରୁ ସ୍ଥାନୀୟ ଲୋକ ଘଟଣା ସ୍ଥଳକୁ ଯାଇ କନକଲତାକୁ ମେଡିକାଲ ପଠାଇଥିଲେ । ଖବରପାଇ ଘଟଣାସ୍ଥଳରେ ନେମାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

About The Author: The Sakala