ସିଲ୍‌ଭର ସିଟିରେ ଅପରେସନ୍‌ ଟ୍ରିପଲ ‘ସି’, ଥରହର ଅପରାଧୀ

The Sakala Picture
Published On

କଟକ : ସିଲଭର ସିଟି କଟକରେ ଥରହର ଅପରାଧୀ। କଟକରେ କମିଶନରେଟ୍ ପୁଲିସ୍ ଆରମ୍ଭ କରିଛି ଅପରେସନ୍ ଟ୍ରିପଲ ‘ସି’ । ଅର୍ଥାତ୍ କ୍ରାଇମ କ୍ଲିନ୍ ସିଟି । ଖୋଜି ଖୋଜି ଦୁର୍ଦ୍ଦାନ୍ତ ଅପରାଧି ମାନଙ୍କ ସାମ୍ରାଜ୍ୟ ନଷ୍ଟ କରିବା ସହ ଆବଶ୍ୟକସ୍ଥଳେ କରୁଛି ଏନ୍‌କାଉଣ୍ଟର। କଟକରେ ଗତ କିଛି ମାସ ହେଲାଣି ଅପରାଧିଙ୍କ ଗୁଳି ଶବ୍ଦ ଅପକ୍ଷୋ ପୁଲିସ୍ ର ଏନକାଉଣ୍ଟର ଶବ୍ଦ ଅଧିକ ଶୁଣାଯାଉଛି । ବଡ଼ ବଡ଼ ଗ୍ୟାଙ୍ଗଷ୍ଟର ଠାରୁ ଆରମ୍ଭ କରି […]

କଟକ : ସିଲଭର ସିଟି କଟକରେ ଥରହର ଅପରାଧୀ। କଟକରେ କମିଶନରେଟ୍ ପୁଲିସ୍ ଆରମ୍ଭ କରିଛି ଅପରେସନ୍ ଟ୍ରିପଲ ‘ସି’ । ଅର୍ଥାତ୍ କ୍ରାଇମ କ୍ଲିନ୍ ସିଟି । ଖୋଜି ଖୋଜି ଦୁର୍ଦ୍ଦାନ୍ତ ଅପରାଧି ମାନଙ୍କ ସାମ୍ରାଜ୍ୟ ନଷ୍ଟ କରିବା ସହ ଆବଶ୍ୟକସ୍ଥଳେ କରୁଛି ଏନ୍‌କାଉଣ୍ଟର। କଟକରେ ଗତ କିଛି ମାସ ହେଲାଣି ଅପରାଧିଙ୍କ ଗୁଳି ଶବ୍ଦ ଅପକ୍ଷୋ ପୁଲିସ୍ ର ଏନକାଉଣ୍ଟର ଶବ୍ଦ ଅଧିକ ଶୁଣାଯାଉଛି । ବଡ଼ ବଡ଼ ଗ୍ୟାଙ୍ଗଷ୍ଟର ଠାରୁ ଆରମ୍ଭ କରି ସେମାନଙ୍କ ସହଯୋଗୀ ପର୍ଯ୍ୟନ୍ତ ଯିଏ ପୁଲିସ୍ କୁ ଚଖମା ଦେବାକୁ ଚେଷ୍ଟା କଲା ସେଇଠି ଏନକାଉଣ୍ଟର ହେଲା। ଯାହା ଅପରାଧୀମାନଙ୍କ ନିଦ ହଜାଇ ଦେଇଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ବହୁ ଅସାମାଜିକ ବ୍ୟକ୍ତି ଓ ଅପରାଧି ମାନେ କଟକ ସହରରେ ଦୀର୍ଘ ଦିନରୁ ନିଜ ଅପରାଧିକ ସାମ୍ରାଜ୍ୟ ବିସ୍ତାର କରିଆସିଥିଲେ। ଏଥି ସହିତ କଟକ ସହରରେ ଗ୍ୟାଙ୍ଗଷ୍ଟର ମାନଙ୍କ ଛଡା ଡ୍ରଗ୍ସ ମାଫିଆ ମାନେ ଦବଦବା ବଢାଇଚାଲିଥିଲେ। ଯାହାକୁ ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ କିଛି ଦିନ ତଳେ ଅପରେସନ୍ ହ୍ୱାଇଟ ସ୍ପାଇଡର ଆରମ୍ଭ କରାଯାଇଥିଲା । ଆଉ ଏବେ ଗଳି କନ୍ଦିରୁ ବ୍ରାଉନସୁଗାର ଜବତ୍ କରୁଛି କମିଶନରେଟ୍ ପୁଲିସ୍ ର ସ୍ୱତନ୍ତ୍ର ସ୍କ୍ୱାର୍ଡ । ପୁରା କଟକ ସହରକୁ ଅପରାଧ ମୁକ୍ତ କରିବା ପାଇଁ କମିଶନରେଟ୍ ପୁଲିସ୍ ଅପରେସନ୍ ଟ୍ରିପଲ ସି ଆରମ୍ଭ କରିଛି । ଯାହା ପାଇଁ ଏବେ କଟକରେ ପ୍ରତ୍ୟକ ଥାନାରେ ଅପରାଧି ମାନଙ୍କ ତାଲିକା ପ୍ରସ୍ତୁତ କରାଯାଉଛି ବୋଲି ସୂଚନା ଦେଇଛନ୍ତି କଟକ ଡିସିପି ପ୍ରତୀକ୍ ସିଂ ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

କମିଶନରେଟ୍ ପୁଲିସ୍ ସ୍କାନରେ ଏବେ ଛୋଟରୁ ବଡ଼ ଯାଏଁ ପ୍ରତିଟି ଅପରାଧି ରହିଥିବା ବେଳେ ସେମାନଙ୍କ କାର୍ଯ୍ୟକଳାପ ଓ ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ କଡ୍ଡା ନଜର ରଖିଛି ପୁଲିସ୍ । ଅପରାଧ ପ୍ରତି କମିଶନରେଟ୍ ପୁଲିସ୍ ଜିରୋ ଟଲରାନ୍ସ ନୀତି ଆପଣେଇବା ସହ ଅପରାଧିଙ୍କୁ ସାବାଡ୍ କରିବାକୁ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦୁଇଟି ଏନକାଉଣ୍ଟର କରିବା ସହ ୩୦ ଜଣ ଡ୍ରଗ୍ସ ମାଫିଆଙ୍କୁ ଓ ୩୫ ଜଣ ବନ୍ଧୁକ ବ୍ୟବସାୟରେ ଯଡିତ ଥିବା ଅପରାଧିଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ୍ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର