ସିଆର୍‌ଏଫ୍‌ଏମ୍‌ ଯୋଜନା ବାଟବଣା: ସାରା ରାଜ୍ୟରେ ଦୁର୍ନୀତିର ପାହାଡ଼

ଭୁବନେଶ୍ୱର: ଯୋଜନା ହେଉଛି, ମାତ୍ର ସେହି ଯୋଜନା ଚାଷୀଙ୍କ ନିକଟରେ ପହଞ୍ଚି ପାରୁନାହିଁ। ବାଟରେ ବିଭାଗୀୟ ଅଧିକାରୀମାନେ ତାହାକୁ ଚଳୁ କରି ଦେଉଛନ୍ତି। ସିଆର୍‌ଏଫ୍‌ଏମ୍‌ ଯୋଜନାରେ କରାଯାଉଥିବା ଡାଲି ଓ ତୈଳବୀଜ ଜାତୀୟ ଫସଲ ଚାଷୀଙ୍କୁ ସଠିକ୍‌ ଭାବେ ବିହନ ଓ ରୋକପୋକ ନିରାକରଣ ପାଇଁ ଔଷଧ ଓ ସାର ଦିଆଯାଉନାହିଁ। ସାରା ରାଜ୍ୟରେ ଏହି ଯୋଜନାରେ ଯାବତୀୟ ଅନିୟମିତା ଚାଲିଥିବା ଅଭିଯୋଗ ଆସିଛି। ଏହି ସମୟରେ ଅନଗୁଳ ଜିଲ୍ଲା କିଶୋରନଗର ବ୍ଲକ୍‌ରେ ଗୋଟିଏ ଘଟଣା ଭାତ ହାଣ୍ଡିରୁ ଗୋଟିଏ ପରି ପୁରା ବ୍ୟବସ୍ଥାକୁ କାଠଗଡ଼ାରେ ଠିଆ କରିଛି । 

ଅଭିଯୋଗ ଅନୁସାରେ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ୍‌ର ଚାଷୀଙ୍କ ପାଇଁ ସରକାର ୨୦୨୪-୨୫ କୃଷିବର୍ଷ ପାଇଁ ମୁଗ, ବିରି ଓ ବୁଟ ପରି ଡାଲି ଜାତୀୟ ଫସଲ ପାଇଁ  ବିିଭିନ୍ନ ସାର ଓ ଔଷଧ ଯୋଗାଇଥିଲେ। ମାତ୍ର ଚାଷୀଙ୍କ ନିକଟରେ ଏହି ସାର ଓ ବିହନ ପହଞ୍ଚି ନାହିଁ। ଏପରିକି  ଜଣେ ବି ଚାଷୀଙ୍କୁ ନାନୋ ଡିଏପି ସାର ବଣ୍ଟନ କରାଯାଇନି। ଏପରି ଅଭିଯୋଗ ହେବା ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ (ସିଡିଏଓ) ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ଓ ତଦନ୍ତରୁ ଯାହା ସୂଚନା ମିଳିଲା ତାହା ଅତ୍ୟନ୍ତ ସାଂଘାତିକ । ତଦନ୍ତବେଳେ ଶତ ପ୍ରତିଶତ ନାନୋ ଡିଏପିକୁ କୃଷି ଅଧିକାରୀମାନେ ବାହାର ବେପାରୀଙ୍କୁ ବିକ୍ରି କରାଯାଇଥିବା ଦାୟିତ୍ୱରେ ଥିବା ଏନ୍‌ଜିଓର ବ୍ଲକ୍‌ ସଂଯୋଜକ ସ୍ୱୀକାର କରିଛନ୍ତି। ସେହିପରି ବୋରାକ୍ସ, ଟ୍ରାଇକୋଡରମା ଭିରିଡ଼ି, ପେଣ୍ଡି ମିଥାଲିନ୍‌, ଜିଙ୍କ୍‌ ସଲଫେଟ୍‌, କାରବେନଡାଜିମ୍‌ ପରି ସାର ଓ ଓøଷଧ ଚାଷୀଙ୍କୁ ଅଧା ବଣ୍ଟାଯାଇ ବାକି ଅଧକ ବାଟମାରଣା ହୋଇଥିବା ମଧ୍ୟ ସୂଚନା ମିଳିଛି । ତଦନ୍ତକାରୀ ଦଳ ପ୍ରଦାନ କରିଥିବା ରିପୋର୍ଟରେ ଏହା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଅନୁରୂପ ଭାବେ ମୁଗରୁ ପୋକ ନିରାକରଣ ପାଇଁ ଯୋଗାଇ ଦିଆଯାଇଥିବା ୟୋଲୋ ଷ୍ଟିକି ଟ୍ରାପ୍‌ ମଧ୍ୟ ଚାଷୀଙ୍କୁ ବଣ୍ଟନ କରାଯାଇନାହିଁ। ଅଧିକାରୀ ଓ ଏନ୍‌ଜିଓ ମିଳିମିଶି ସାର ଓ ଓøଷଧ ବାଟମାରଣା କରି ବିକ୍ରି ଦେଇଥିବା ମଧ୍ୟ ତଦନ୍ତକାରୀ କମିଟି ଜାଣିବାକୁ ପାଇଛି। ମୋଟ୍‌ ଦେଢ଼ କୋଟିରୁ ଅଧିକ ଟଙ୍କାର ଇନପୁଟ୍‌ ହେରଫେର ହୋଇଥିବା ସୂଚନା ମିଳିବା ପରେ ତଦନ୍ତକାରୀ କମିଟିର ରିପୋର୍ଟ ଆଧାରରେ ସ୍ୱତନ୍ତ୍ର ଅଡିଟ୍‌ କରିବା ପାଇଁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ବିଭାଗୀୟ ନିର୍ଦ୍ଦେଶକଙ୍କୁ ସୁପାରିସ କରିଛନ୍ତି। 

ସିଆର୍‌ଏଫ୍‌ଏମ୍‌ ଯୋଜନାରେ ବ୍ୟାପକ ହରିଲୁଟ୍‌ ହେବା ଓ କେବଳ ଗୋଟିଏ ବ୍ଲକ୍‌ରେ ପ୍ରାୟ ଦେଢ଼କୋଟି ଟଙ୍କା ହେରଫେର ହେବା ପରେ ଏହି ଯୋଜନାରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷଜ୍ଞଙ୍କ କହିବା କଥା ହେଉଛି ଯେ ଯୋଜନା କାର୍ଯ୍ୟକାରା କରିବାକୁ ଏନ୍‌ଜିଓକୁ ସମସ୍ତ ସାର ଓଷଧ ପ୍ରଦାନ କରାଯାଉଛି। କୃଷି ଅଧିକାରୀମାନେ କେବଳ ତାହାର ତଦାରଖ କରୁଛନ୍ତି। ଏଣୁ ବ୍ଲକ୍‌ସ୍ତରରେ ଅଧିକାରୀମାନେ ସେହି ଏନ୍‌ଜିଓ ସହ ମିଶି ଏହି ଯୋଜନାକୁ ବାଟବଣା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି। ଏଣୁ  ଯୋଜନାର ସମୀକ୍ଷା କରିବା ସହ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବ୍ୟବସ୍ଥା ରହିଲେ ପ୍ରକୃତ ଚାଷୀମାନେ ଉପକୃତ ହେବେ ବୋଲି ମତପ୍ରକାଶ ପାଇଛି।

About The Author: Madhusudan Das