ପାରାଦୀପରେ ଲାଗିଥିବା ଜାହାଜରୁ ମିଳିଲା ୨୨ ପ୍ୟାକେଟ କୋକେନ୍

ପାରାଦୀପ: ଜାହାଜରୁ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ମିଳିବା ଘଟଣା। ପ୍ୟାକେଟରେ ଥିବା ଧଳା ଜିନିଷ କୋକେନ ବୋଲି ସ୍ପଷ୍ଟ ହୋଇଛି । ଷ୍ଟିଲ ପ୍ଲେଟ ନେଇ ପାରାଦୀପ ଆସିଥିବା MV DEBI PANAMA ଜାହାଜରୁ ମିଳିଥିଲା ଏହି ୨୨ ସନ୍ଦିଗ୍ଧ ପ୍ୟାକେଟ। ପ୍ରଥମେ ଇଜିପ୍ଟରୁ ଇଣ୍ଡୋନେସିଆ ଦେଇ ପାରାଦୀପ ଆସିଥିଲା । ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ପାରାଦ୍ଵୀପ ଆସିଥିଲା MV DEBI PANAMA । ବର୍ଥରେ ପହଞ୍ଚିବା ପରେ କଷ୍ଟମ୍ସ ବିଭାଗ ଯାଞ୍ଚ ବେଳେ ମିଳିଥିଲା ପ୍ୟାକେଟ। […]

ପାରାଦୀପ: ଜାହାଜରୁ ୨୨ଟି ସନ୍ଦିଗ୍ଧ ପ୍ୟାକେଟ ମିଳିବା ଘଟଣା। ପ୍ୟାକେଟରେ ଥିବା ଧଳା ଜିନିଷ କୋକେନ ବୋଲି ସ୍ପଷ୍ଟ ହୋଇଛି । ଷ୍ଟିଲ ପ୍ଲେଟ ନେଇ ପାରାଦୀପ ଆସିଥିବା MV DEBI PANAMA ଜାହାଜରୁ ମିଳିଥିଲା ଏହି ୨୨ ସନ୍ଦିଗ୍ଧ ପ୍ୟାକେଟ। ପ୍ରଥମେ ଇଜିପ୍ଟରୁ ଇଣ୍ଡୋନେସିଆ ଦେଇ ପାରାଦୀପ ଆସିଥିଲା । ଇଣ୍ଡୋନେସିଆର ଗ୍ରେସିକ ବନ୍ଦରରୁ ପାରାଦ୍ଵୀପ ଆସିଥିଲା MV DEBI PANAMA । ବର୍ଥରେ ପହଞ୍ଚିବା ପରେ କଷ୍ଟମ୍ସ ବିଭାଗ ଯାଞ୍ଚ ବେଳେ ମିଳିଥିଲା ପ୍ୟାକେଟ। ଜବତ ପ୍ୟାକେଟକୁ ଭୁବନେଶ୍ବର ପଠାଇଥିଲା ପାରାଦ୍ଵୀପ କଷ୍ଟମ୍ସ ବିଭାଗ । ଯାଞ୍ଚ ପରେ ପ୍ୟାକେଟରେ ନିଷିଦ୍ଧ ଡ୍ରଗ୍ସ କୋକେନ ଥିବା ସ୍ପଷ୍ଟ ହୋଇଛି। ସମସ୍ତ ୨୨ ପ୍ୟାକେଟରେ କୋକେନ ଥିବା କଷ୍ଟମ୍ସ ଯାଞ୍ଚରୁ ସ୍ପଷ୍ଟ ହୋଇଛି।

About The Author: The Sakala