‘ଫୁଟବଲ୍ ଫର ଅଲ୍’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ୨ ହଜାର ସ୍କୁଲରେ ବଣ୍ଟନ କରାଯିବ ୪୩ ହଜାର ଫୁଟବଲ୍

ଭୁବନେଶ୍ୱର: ଫୁଟବଲ୍ ଫର ଅଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଟ୍ ଓ କିସର ମିଳିତ ସହଯୋଗରେ ଓଡ଼ିଶାରେ ଫିଫା ଦ୍ୱାରା ଏହି କାର୍ଯ୍ଯକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ଯକ୍ରମର ଉଦ୍ଦେଶ୍ୟ ଦେଶରେ ନୂଆ ଫୁଟବଲ୍ ପ୍ରତିଭା ସୃଷ୍ଟି କରିବା। ଏହି କାର୍ଯ୍ଯକ୍ରମ ଅନୁଯାୟୀ ପ୍ରାୟ ୨ ହଜାର ସ୍କୁଲରେ ୪୩ ହଜାର ଫୁଟବଲ୍ ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ, ବିଶ୍ୱର ସବୁଠୁ ଅଧିକ ଲୋକପ୍ରିୟ ଖେଳ ଫୁଟବଲ୍ […]

ଭୁବନେଶ୍ୱର: ଫୁଟବଲ୍ ଫର ଅଲ୍ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କିଟ୍ ଓ କିସର ମିଳିତ ସହଯୋଗରେ ଓଡ଼ିଶାରେ ଫିଫା ଦ୍ୱାରା ଏହି କାର୍ଯ୍ଯକ୍ରମ ଆରମ୍ଭ କରାଯାଇଛି । ଏହି କାର୍ଯ୍ଯକ୍ରମର ଉଦ୍ଦେଶ୍ୟ ଦେଶରେ ନୂଆ ଫୁଟବଲ୍ ପ୍ରତିଭା ସୃଷ୍ଟି କରିବା। ଏହି କାର୍ଯ୍ଯକ୍ରମ ଅନୁଯାୟୀ ପ୍ରାୟ ୨ ହଜାର ସ୍କୁଲରେ ୪୩ ହଜାର ଫୁଟବଲ୍ ବଣ୍ଟନ କରାଯିବ ।

ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଥିଲେ, ବିଶ୍ୱର ସବୁଠୁ ଅଧିକ ଲୋକପ୍ରିୟ ଖେଳ ଫୁଟବଲ୍ । ଭାରତରେ ଫୁଟବଲର ପ୍ରସାର ପାଇଁ ଉଦ୍ୟମ କରୁଛି ଫିଫା । ଫୁଟବଲର ବିକାଶ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ । ମହିଳା ଫୁଟବଲର ବିକାଶ ପାଇଁ କାର୍ଯ୍ଯ ଜାରି ରହିଛି। ଭଲ ଭିତ୍ତିଭୂମି ଓ ତାମିଲ ଯୋଗୁଁ ଓଡିଶାରେ ବିଶ୍ୱକପ୍ ଆୟୋଜନ ହୋଇପାରିଛି ।

ଓଡ଼ିଶାରେ ଫିଫା U-17 ମହିଳା ବିଶ୍ୱକପ୍ ଆୟୋଜନ ଏକ ଗର୍ବର ମୁହୂର୍ତ୍ତ । ଏହାଦ୍ୱାରା ଓଡ଼ିଶାରେ ଫୁଟବଲର ବିକାଶ ହୋଇପାରିବ । ଓଡିଶାରେ ବିଶ୍ୱକପ୍ ଆୟୋଜନ କରିଥିବାରୁ ଫିଫାକୁ ଧନ୍ୟବାଦ । ଭବିଷ୍ୟତରେ ଫିଫା ସହ ମିଳିତ ଭାବରେ କାର୍ଯ୍ଯ କରିବାକୁ ଆଗ୍ରହ। ସାମାଜିକ ପରିବର୍ତ୍ତନ ପାଇଁ ଫୁଟବଲ୍ ଏକ ବଳିଷ୍ଠ ମାଧ୍ୟମ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ୟୁନିଟ୍-୯ ଓ କ୍ୟାପିଟାଲ ହାଇସ୍କୁଲ ପିଲାଙ୍କୁ ଫୁଟବଲ୍ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚ୍ଚୁଆଲ ମାଧ୍ୟମରେ କାର୍ଯ୍ଯକ୍ରମରେ ଯୋଗଦେଇଥିଲେ । କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତ୍ୟେକ୍ଷ ଭାବେ ପିଲାମାନଙ୍କୁ ପୁଟବଲ ବଣ୍ଟନ କରିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ ଏବଂ ଅନ୍ୟ ଅଧିକାରୀମାନେ ଏହି କାର୍ଯ୍ଯକ୍ରମରେ ଭର୍ଚ୍ଚୁଆଲ ମୋଡରେ ସାମିଲ ହୋଇଥିଲେ।

About The Author: The Sakala