ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ସକାଳୁ ଆରମ୍ଭ ହୋଇଯାଉଛି ଅସହ୍ୟ ତାତି । ପ୍ରବଳ ଗୁଳୁଗୁଳି ସାଙ୍ଗକୁ ମୁଣ୍ଡ ଫଟା ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ପୂର୍ବ ଅପେକ୍ଷା କମ ରହିଛି। ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ୪୦ ଡିଗ୍ରୀ ତଳେ ବିଭିନ୍ନ ସହରର ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ୱରର ତାପମାତ୍ରା ୩୯. ୪ ଡିଗ୍ରୀ ରହିଛି। ସେହିପରି-
ବାଲେଶ୍ୱର: 39°C
ପାରାଦ୍ୱୀପ: 38.8°C
ଚାନ୍ଦବାଲି: 38.8°C
ଝାରସୁଗୁଡା: 37°C
ଗୋପାଳପୁର: 35.4°C
ପୁରୀ: 35°C
କେନ୍ଦୁଝର: 34.4°C
ରାଉରକେଲା: 34.1°C
ସମ୍ବଲପୁର: 33.4°C
ହୀରାକୁଦ: 32.8°C