ଆନ୍ଧ୍ରର ଇଚ୍ଛାପୂରମରେ ଭୂଶୁଡ଼ିଲା ବ୍ରିଟିଶ ଅମଳର ବ୍ରିଜ୍

ଭୁବନେଶ୍ବର: ଓଡ଼ିଶା ସୀମାନ୍ତ ଆନ୍ଧ୍ରର ଇଚ୍ଛାପୂରମରେ ଆଜି ଏକ ବ୍ରିଜ ଭୂଶୁଡ଼ିଛି । ଗ୍ରାନାଇଟ ବୋଝେଇ ଟ୍ରକ ଯିବା ବେଳେ ଏହି ବ୍ରିଜଟି ଭୁଶୁଡି ପଡ଼ିଥିଲା । ଆଜି ସକାଳ ୫ଟାରେ ଏକ ଗ୍ରାନାଇଟ ବଡ ଟ୍ରକ୍ ଏହି ବ୍ରିଜ ଉପରେ ଦେଇ ଯାଉଥିବା ବେଳେ ଭୁଶୁଡି ପଡ଼ିଥିବା ସୂଚନା। ଏଥିରେ ଜଣେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,  ବାହୁଦା ନଦୀ ଉପରେ ୧୯୨୯ ମସିହାରେ ଇଂରେଜ ମାନେ ଏହି ବ୍ରିଜ ନିର୍ମାଣ […]

ଭୁବନେଶ୍ବର: ଓଡ଼ିଶା ସୀମାନ୍ତ ଆନ୍ଧ୍ରର ଇଚ୍ଛାପୂରମରେ ଆଜି ଏକ ବ୍ରିଜ ଭୂଶୁଡ଼ିଛି । ଗ୍ରାନାଇଟ ବୋଝେଇ ଟ୍ରକ ଯିବା ବେଳେ ଏହି ବ୍ରିଜଟି ଭୁଶୁଡି ପଡ଼ିଥିଲା । ଆଜି ସକାଳ ୫ଟାରେ ଏକ ଗ୍ରାନାଇଟ ବଡ ଟ୍ରକ୍ ଏହି ବ୍ରିଜ ଉପରେ ଦେଇ ଯାଉଥିବା ବେଳେ ଭୁଶୁଡି ପଡ଼ିଥିବା ସୂଚନା। ଏଥିରେ ଜଣେ ଟ୍ରକ ଡ୍ରାଇଭର ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ,  ବାହୁଦା ନଦୀ ଉପରେ ୧୯୨୯ ମସିହାରେ ଇଂରେଜ ମାନେ ଏହି ବ୍ରିଜ ନିର୍ମାଣ କରିଥିଲେ  । ପ୍ରତିଦିନ ଏହି ବ୍ରିଜ ଉପର ଦେଇ ଓଡ଼ିଶାର ପାତ୍ରପୁର ବ୍ଲକକୁ ବହୁ ବସ ଓ ଯାତ୍ରୀବାହୀ ଗାଡ଼ି ଯାଉଥିଲା। ଇଚ୍ଛାପୁର ସହର ଦେଇ ଏହି ବସ ଗୁଡ଼ିକ ଏହି ବ୍ରିଜ ଦେଇ ଏକ ବୁଲାଣିରେ ପୁଣି ଓଡ଼ିଶା ଗଞ୍ଜାମ ଜିଲ୍ଲାର ପାତ୍ରପୁର ବ୍ଲକକୁ ଯିବାକୁ ରାସ୍ତା ଥିଲା। ତେବେ ବଡ ଅଘଟଣରୁ ବର୍ତ୍ତିଯାଇଥିବା ସୂଚନା ।

ବର୍ତ୍ତମାନ ଜାତୀୟ ରାଜପଥ ୧୬ ଦେଇ ପାତ୍ରପୁର ବ୍ଲକ ଅଞ୍ଚଳକୁ ବସ ଗୁଡ଼ିକ ଯାତାୟାତ କରୁଛି। ଏହି ବ୍ରିଜର କ୍ଷମତା ୩୦ଟନ ଥିବାବେଳେ ଅଧିକ ଓଜନ ବିଶିଷ୍ଟ ଗ୍ରନାଇଟ ବୋଝେଇ ଟ୍ରକ ଲାଗି ଏହି ଅଘଟଣ ଘଟିଥିବା ସୂଚନା ।

About The Author: The Sakala