ମହାପ୍ରଭୁଙ୍କୁ ଦର୍ଶନକଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ

ଭୁବନେଶ୍ବର: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଶୁକ୍ରବାର ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ସକାଳୁ ସକାଳୁ ଭୁବନେଶ୍ୱରରୁ ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ। ମହାପ୍ରଭୁଙ୍କ ଦର୍ଶନ କରିଥିବା […]

ଭୁବନେଶ୍ବର: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ଶୁକ୍ରବାର ସକାଳୁ ପୁରୀରେ ପହଞ୍ଚି ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି। ସେ ସକାଳୁ ସକାଳୁ ଭୁବନେଶ୍ୱରରୁ ଶ୍ରୀମନ୍ଦିରରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ଆର୍ଶୀବାଦ ନେଇଛନ୍ତି। ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ସମୟରେ ସିଂହାରୀ ସେବାୟତ ମଧୁସୂଦନ ସିଂହାରୀ ତାଙ୍କୁ ପାଛୋଟି ଶ୍ରୀମନ୍ଦିର ଭିତରକୁ ନେଇଥିଲେ । ପତିତପାବନଙ୍କୁ ଦର୍ଶନ କରିବା ପରେ ବାଇଶି ପାହାଚ ଓ ସାତ ପାହାଚ ହୋଇ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥିଲେ।

ମହାପ୍ରଭୁଙ୍କ ଦର୍ଶନ କରିଥିବା ନେଇ ନିଜେ କଙ୍ଗନା ରାଣାୱତ ଟ୍ୱିଟ୍‌ କରି ଜଣାଇଛନ୍ତି । ସେ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଆମେ ରାଧା ଏବଂ ଋକ୍ମଣୀଙ୍କୁ (ଲକ୍ଷ୍ମୀ) ଦର୍ଶନ କରିଆସୁଛେ, କିନ୍ତୁ ପୁରୀ ଜଗନ୍ନାଥରେ ଭଗବାନ କୃଷ୍ଣ ନିଜ ଭାଇ ଭଉଣୀଙ୍କ ସହ ଦର୍ଶନ ଦେଉଛନ୍ତି ।

ସୂଚନା ଅନୁଯାୟୀ, ସେ ଗତକାଲି ଭୁବନେଶ୍ୱର ଏୟାରପୋର୍ଟରେ ୱାଇ ସିକ୍ୟୁରିଟି ମଧ୍ୟରେ ଆସି ପହଞ୍ଚିଥିଲେ । ସେ ଭୁବନେଶ୍ୱର ପହଞ୍ଚିବା ପରଠୁ ହିଁ ପୁରୀରେ ଜଗା ଦର୍ଶନ କରିବାକୁ ଆସିଥିବା ନେଇ ନିଜ ଟ୍ୱିଟରେ ସୂଚନା ଦେଇଥିଲେ।

About The Author: The Sakala