ପାଇଖାନା ଘରୁ ନାବାଳିକା ଭାଣିଜୀର ମୃତଦେହ ଉଦ୍ଧାର; ତଣ୍ଟି ଚିପି ହତ୍ୟା ସନ୍ଦେହ, ମାଇଁ ଅଟକ

ଗଞ୍ଜାମ: ମାମୁଁଘରେ ଭାଣିଜୀକୁ ହତ୍ୟା ଅଭିଯୋଗ । ଭାଣିଜୀର ତଣ୍ଟି ଚିପି ହତ୍ୟା ଅଭିଯୋଗ ଆଣିଲେ ମୃତ ନାବାଳିକାର ମା' । ମାମୁଁ ଘର ପାଇଖାନା ଘରୁ ନାବାଳିକା ଭାଣିଜୀର ମୃତଦେହ ଉଦ୍ଧାର । ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଛାମୁଣ୍ଡା ଗାଁରୁ ଆସିଛି ଏପରି ଅଘଟଣ । ମୃତ ନାବାଳିକାଙ୍କ ନାଁ ଅର୍ଚ୍ଚନା ମହାରଣା ବୋଲି ଜଣାପଡିଛି । ଘଟଣାରେ ନାବାଳିକାଙ୍କ ମାଇଁଙ୍କୁ ଅଟକ ରଖିବା ସହ ଜଗନ୍ନାଥପ୍ରସାଦ ପୋଲିସର ତଦନ୍ତ ଆରମ୍ଭ । 

ସୂଚନା ଅନୁସାରେ, ନାବାଳିକା ଅର୍ଚ୍ଚନା ନିଜ ମାମୁ ଘର ଗଣେଶ ମହାରଣାଙ୍କ ଘରକୁ ବୁଲିବାକୁ ଆସିଥିଲେ। ବୁଧବାର ସକାଳେ ଅର୍ଚ୍ଚନା ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାରବର୍ଗ ଖୋଜାଖୋଜି କରିବା ପରେ ଥାନାରେ ନିଖୋଜ ନେଇ ଥାନାରେ ଏତଲା ଦେଇଥିଲେ। ରାତିରେ ଅର୍ଚ୍ଚନାଙ୍କ ମୃତଦେହ ମାମୁ ଘର ବାରିପଟେ ୨୦ ମିଟର ଦୂରରେ ଥିବା ପାଇଖାନା ଘରୁ ମିଳିଥିଲା । ନାବାଳିକାର ବେକରେ ଦାଗ ଥିଲା ଓ ମୃତଦେହକୁ ଜରିପାଲ ଘୋଡ଼ାଯାଇଥିଲା। ତେଣୁ ନାବାଳିକାକୁ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ କହିଛି । ଘଟଣାସ୍ଥଳରେ ଭଞ୍ଜନଗର ପୋଲିସ ଓ SDPO ପହଞ୍ଚି ତଦନ୍ତ କରୁଛନ୍ତି ।

About The Author: Madhusudan Das