ବିଏମସି ଅଫିସରେ ପଶିଲେ, ଅତିରିକ୍ତ କମିଶନରଙ୍କୁ ପିଟିଲେ…

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଫିସରେ ଗଣ୍ଡଗୋଳ। କିଛି ଅସାମାଜିକ ଯୁବକ ଅଫିସ୍‌ ଭିତରେ ପଶି ଅତିରିକ୍ତ କମିସନରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ସୋମବାର ବିଏମସି କାର୍ଯ୍ୟଳୟରେ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ଅଫିସ୍‌ ଭିତରେ ଧସେଇ ପଶିଥିଲେ, ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।ଫଳରେ ବିଏମସି କାର୍ଯ୍ୟଳୟରେ ଅସନ୍ତୋଷ ଲାଗି ରହିଛି। କୋରପେର୍ଟର ଜୀବନ ରାଉତଙ୍କ ଉପସ୍ଥିତରେ ୫ ଜଣ ଯୁବକ ଏଡିସି ରତ୍ନାକର ସାହୁଙ୍କୁ […]

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଫିସରେ ଗଣ୍ଡଗୋଳ। କିଛି ଅସାମାଜିକ ଯୁବକ ଅଫିସ୍‌ ଭିତରେ ପଶି ଅତିରିକ୍ତ କମିସନରଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ସୋମବାର ବିଏମସି କାର୍ଯ୍ୟଳୟରେ ଅଭିଯୋଗ ଶୁଣାଣି ଚାଲିଥିବା ବେଳେ କିଛି ଯୁବକ ଅଫିସ୍‌ ଭିତରେ ଧସେଇ ପଶିଥିଲେ, ବିଏମ୍‌ସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି।ଫଳରେ ବିଏମସି କାର୍ଯ୍ୟଳୟରେ ଅସନ୍ତୋଷ ଲାଗି ରହିଛି। କୋରପେର୍ଟର ଜୀବନ ରାଉତଙ୍କ ଉପସ୍ଥିତରେ ୫ ଜଣ ଯୁବକ ଏଡିସି ରତ୍ନାକର ସାହୁଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ନିର୍ଦ୍ଦିଷ୍ଟ ଏକ ୱାର୍ଡରେ ସଫେଇ କାମ ହେଉନଥିବା ଅଭିଯୋଗରେ ଯୁବକମାନେ ଏଡିସିଙ୍କୁ ମାଡ ମାରିଥିବା ପ୍ରାଥମିକ ସୂତ୍ରରୁ ଜଣାପଡିଛି। ପ୍ରତିବାଦରେ କାମ ବନ୍ଦ କରି ବିଏମ୍‌‌ସି କର୍ମଚାରୀ ଧାରଣାରେ ବସିଥିବା ବେଳେ ମାମଲାର ଖୋଳତାଡ ଆରମ୍ଭ କରିଛି ଖାରବେଳ ଥାନା ପୁଲିସ। ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ ମରାଯାଉଥିବାର ଭିଡିଓ ମୋବାଇଲରୁ ମୋବାଇଲକୁ ଘୂରିବୁଲୁଛି।

About The Author: The Sakala