ରାଜନୈତିକ ଆକ୍ରୋଶ ନେଲା ଜୀବନ: ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କଲେ ବିଜେପି କର୍ମୀ

ଭଦ୍ରକ: ଭଦ୍ରକରେ ସବୁ ସୀମା ଟପିଗଲେ ବିଜେପି କର୍ମୀ । ରାଜନୈତିକ ଆକ୍ରୋଶରୁ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ବିଜେପି କର୍ମୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ। ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ମୃତକ ଜଣକ ହେଲେ ଜାହାଙ୍ଗିର ଅଞ୍ଚଳର ପ୍ରତାପ ଚନ୍ଦ୍ର […]

ଭଦ୍ରକ: ଭଦ୍ରକରେ ସବୁ ସୀମା ଟପିଗଲେ ବିଜେପି କର୍ମୀ । ରାଜନୈତିକ ଆକ୍ରୋଶରୁ ଜଣେ ବିଜେଡି କର୍ମୀଙ୍କୁ ପିଟି ପିଟି ହତ୍ୟା କରିଛନ୍ତି ବିଜେପି କର୍ମୀ । ଏମିତି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳରୁ। ଧାମନଗର ଥାନା ଦଳାଙ୍ଗ ପଞ୍ଚାୟତ ଜାହାଙ୍ଗିର ଅଞ୍ଚଳରେ ରାଜନୈତିକ ଆକ୍ରୋଶ ଯୋଗୁଁ ଜଣେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ନେଇ ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ମୃତକ ଜଣକ ହେଲେ ଜାହାଙ୍ଗିର ଅଞ୍ଚଳର ପ୍ରତାପ ଚନ୍ଦ୍ର ରାଉତ।

ପ୍ରତାପ ରାତିରେ ଘରକୁ ଯାଉଥିବାବେଳେ କିଛି ବିଜେପି କର୍ମୀ ତାଙ୍କୁ ଆକ୍ରମଣ କରିଥିଲେ। ଘଟଣା ବିଷୟରେ ଜାଣି ତାଙ୍କ ଭାଇ ଓ ଗାଁର କିଛି ଲୋକ ବାହାରକୁ ବାହାରିବାରୁ ତାଙ୍କୁ ମଧ୍ୟ ଧମକ ଦେବା ସହ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଥିବା ପ୍ରତାପଙ୍କୁ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିବାବେଳେ, ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ପ୍ରତାପଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।

About The Author: The Sakala