ଭୁବନେଶ୍ୱର: ଏସ୍ଆଇଆର୍ ବିରୋଧୀ ପଦଯାତ୍ରାରେ ସାମିଲ ହେଲା ବିଜେଡି । ନୂଆଦିଲ୍ଲୀରେ ଇଣ୍ଡି ମେଣ୍ଟର ପ୍ରତିବାଦ ପଦଯାତ୍ରାରେ ବିଜେଡିର ରାଜ୍ୟସଭା ସାଂସଦମାନେ ଯୋଗଦେଇଛନ୍ତି । ଏସଆଇଆର ପ୍ରସଙ୍ଗରେ ସିଇସି ଜ୍ଞାନେଶ କୁମାରଙ୍କ ମନମୁଖୀ କାର୍ଯ୍ୟ, ସାରା ଦେଶରୁ ୧୩ କୋଟିରୁ ଉର୍ଦ୍ଧ୍ୱ ଭୋଟରଙ୍କ ନାମ କଟା ପ୍ରସଙ୍ଗକୁ ନେଇ ବିରୋଧୀଦଳ ଗୁଡ଼ିକ ପକ୍ଷରୁ ଆଜି ବିରୋଧ ପଦଯାତ୍ରାରେ ସାମିଲ ହୋଇଛି ବିଜେଡି । ବିଜେଡି ସୁପ୍ରିମୋ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଂସଦମାନେ ଏହି ପଦଯାତ୍ରାରେ ଯୋଗ ଦେଇଛନ୍ତି । ପଦଯାତ୍ରାରେ ବିଜେଡିର ରାଜ୍ୟସଭା ସାଂସଦମାନେ ଯୋଗଦେଇଛନ୍ତି । ପ୍ଲା-କାର୍ଡ ଧରି ନାରାବାଜି କରିବା ସହ ପ୍ରତିବାଦ କରିଛନ୍ତି। ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ମୁଖ୍ୟ ନିର୍ବାଚନ କମିସନରଙ୍କ ଅଫିସ୍ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯାଇଛି। ଏସ୍ଆଇଆର ଜରିଆରେ ଭୋଟ୍ ଚୋରି ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରୁଛି ଇଣ୍ଡି ମେଣ୍ଟ। ସଂସଦରେ ସମସ୍ତ ବିରୋଧୀ ଦଳ ଏକାଠି ହୋଇ ପଦଯାତ୍ରା କରୁଛନ୍ତି। ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ୧୯ଟି ବିରୋଧୀ ଦଳ ପକ୍ଷରୁ ସେଭ୍ ଡେମୋକ୍ରାସି ମାର୍ଚ୍ଚ କରାଯାଇଛି। ବିଜୁ ଜନତା ଦଳ ଗଣତନ୍ତ୍ରର ସୁରକ୍ଷା ପାଇଁ ଇଣ୍ଡି ମେଣ୍ଟକୁ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଜଣାଇଛି ।