ଟେଷ୍ଟିଂ ବଢିଛି, ସଂକ୍ରମଣ କମିଛି: ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ- ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା କମିବା ଆରମ୍ଭ ହୋଇଛି। ଗତ ୧୨ ତାରିଖ ଠାରୁ ଏହିପରି ଭାବେ ସଂକ୍ରମଣ କମିବା ଆରମ୍ଭ ହୋଇଛି । କିନ୍ତୁ ଟେଷ୍ଟିଂ ସଂଖ୍ୟା କମିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟେଷ୍ଟିଂ ସଂଖ୍ୟା ବଢାଯାଇଛି । ଯାହାକି ୭୦ ହଜାର ଉପରେ ରହିଛି । ତେଣୁ ଆମକୁ ପିକ ଛୁଇଛେ ନା ନାହିଁ ଏଥିପାଇଁ ପାଇଁ ଆଉ ୨ […]

ଭୁବନେଶ୍ୱର: ରାଜ୍ଯରେ କରୋନା ସଂକ୍ରମିତଙ୍କ ସଂଖ୍ଯା କମିବା ଆରମ୍ଭ ହୋଇଛି। ଗତ ୧୨ ତାରିଖ ଠାରୁ ଏହିପରି ଭାବେ ସଂକ୍ରମଣ କମିବା ଆରମ୍ଭ ହୋଇଛି । କିନ୍ତୁ ଟେଷ୍ଟିଂ ସଂଖ୍ୟା କମିନାହିଁ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଟେଷ୍ଟିଂ ସଂଖ୍ୟା ବଢାଯାଇଛି । ଯାହାକି ୭୦ ହଜାର ଉପରେ ରହିଛି । ତେଣୁ ଆମକୁ ପିକ ଛୁଇଛେ ନା ନାହିଁ ଏଥିପାଇଁ ପାଇଁ ଆଉ ୨ ରୁ ୪ ଦିନ ଅପେକ୍ଷା କରିବାକୁ ପଡିବ । କାରଣ ଦ୍ୱିତୀୟ ଲହରରେ ଅନେକ ବିଶେଷଜ୍ଞ ଆକଳନ କରିଥିଲେ ଜୁଲାଇ ମାସରେ କମିବ ବୋଲି । କିନ୍ତୁ ଏହାକୁ କମିବାକୁ ଅକ୍ଟୋବର ମାସ ଯାଏଁ ଲାଗିଥିଲା। । ଆସନ୍ତା କିଛି ଦିନ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ତେବେ ଆମେ  ଭଲ ସ୍ଥିତରେ ଅଛନ୍ତି। ପଜିଟିଭିଟି ଅପେକ୍ଷା ଆମର ଗୁରୁତର ରୋଗୀଙ୍କ ସଂଖ୍ୟା ମଧ୍ୟ କମ୍‌ ରହିଛି। ନିୟମିତ ଭାବେ ରାଜ୍ୟ ସରକାର ପୁରା ସ୍ଥିତି ଉପରେ ନଜର ରଖିଛନ୍ତି।

ସୂଚନାଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮,୫୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୯୪୧ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୩୫୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୯୩୭ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି।

About The Author: The Sakala