ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି, ଏଣିକି ଇଲେକ୍ଟ୍ରିକ ଯାନ କ୍ରୟ ଉପରେ ମିଳିବ ଅଧିକ ସବସିଡି

ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଇଲେକ୍ଟ୍ରିକ ଯାନର କାରବାରକୁ ଦିଆଯାଉଛି ଅଧିକ ପ୍ରୋତ୍ସାହନ। କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ଇଲେକ୍ଟ୍ରିକ ଯାନ କ୍ରୟ ଉପରେ ଅଧିକ ସବସିଡି ଦେବାକୁ ନିଆଯାଇଛି ନିଷ୍ପତ୍ତି। ପୂର୍ବରୁ ଦୁଇଚକିଆ ଯାନ କ୍ରୟ ଉପରେ ୫ହଜାର, ତିନି ଚକିଆ ଯାନରେ ୧୨ହଜାର ଓ ଚାରି ଚକିଆ ଯାନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ଦିଆଯାଉଥିଲା। ବର୍ତ୍ତମାନ କ୍ୟାବିନେଟ ବୈଠକ ନିଷ୍ପତ୍ତି ପରେ ଦୁଇ ଚକିଆ ଯାନରେ ୨୦ହଜାର, ତିନି […]

ଭୁବନେଶ୍ବର: ପ୍ରଦୂଷଣ ରୋକିବାକୁ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି। ଇଲେକ୍ଟ୍ରିକ ଯାନର କାରବାରକୁ ଦିଆଯାଉଛି ଅଧିକ ପ୍ରୋତ୍ସାହନ। କ୍ୟାବିନେଟ ବୈଠକରେ ନିଷ୍ପତ୍ତି ପରେ ଇଲେକ୍ଟ୍ରିକ ଯାନ କ୍ରୟ ଉପରେ ଅଧିକ ସବସିଡି ଦେବାକୁ ନିଆଯାଇଛି ନିଷ୍ପତ୍ତି।

ପୂର୍ବରୁ ଦୁଇଚକିଆ ଯାନ କ୍ରୟ ଉପରେ ୫ହଜାର, ତିନି ଚକିଆ ଯାନରେ ୧୨ହଜାର ଓ ଚାରି ଚକିଆ ଯାନରେ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ଦିଆଯାଉଥିଲା। ବର୍ତ୍ତମାନ କ୍ୟାବିନେଟ ବୈଠକ ନିଷ୍ପତ୍ତି ପରେ ଦୁଇ ଚକିଆ ଯାନରେ ୨୦ହଜାର, ତିନି ଚକିଆ ଯାନରେ ୩୦ହଜାର ଓ ୪ ଚକିଆ ଯାନରେ ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ଼ ମିଳିବ।

ଇଲେକ୍ଟ୍ରିକ ଯାନରେ ସବସିଡି ଦେଇ ଶତକଡା ୨୦ପ୍ରତିଶତ ଗାଡି ବିକ୍ରି କରିବାକୁ ଲକ୍ଷ୍ୟ ରଖିଥିଲା ପରିବହନ ବିଭାଗ। ଦୁଇ ଚକିଆ ଯାନରେ ୪ଗୁଣ ଓ ତିନି ଚକିଆ ଯାନରେ ଦେଢ଼ ଗୁଣ ଏବଂ ଚାରି ଚକିଆ ଯାନରେ ଅଧିକ ୫୦ହଜାର ଛାଡ଼ ପରେ ଇଲେକ୍ଟ୍ରିକ ଯାନର ବ୍ୟବହାର ଅଧିକ ହେବା ସହ ପ୍ରଦୂଷଣ ହ୍ରାସ କରିବାରେ ଏହା ସହାୟକ ହେବ। ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସଡକ ସୁରକ୍ଷା ସମିତି ସଦସ୍ୟଙ୍କ ସମେତ ବୁଦ୍ଧିଜୀବୀ ସ୍ୱାଗତ କରିଛନ୍ତି।

About The Author: The Sakala