ଦୁଷ୍କର୍ମ ପରେ ମାଆ ଓ ଝିଅକୁ ହତ୍ୟା ସନ୍ଦେହ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଇମଣୀ ଛକ ନିକଟରେ ଅଭାବନୀୟ ଘଟଣା ମାଆକୁ ଦୁଷ୍କର୍ମ ପରେ ହତ୍ୟା ସହିତ ଝିଅକୁ  ପଥରରେ ଚେଛି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ସୂଚନା ଅନୁଯାୟୀ, ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ ୬ବର୍ଷୀୟ ଝିଅ ରାଇମଣିରେ ରହି ମଜୁରିଆ କାମ କରୁଥିଲେ। ବୁଧବାର ସକାଳୁ ମାଆ ଓ ଝିଅ ମେଡିକାଲ ଯାଇଥିଲେ। ପରେ ସ୍ଥାନୀୟ ଲୋକେ ମାଆ ସୁକାନ୍ତି ମୁଣ୍ଡାର ମୃତଦେହ ଦେଖିଥିଲେ। ସେହି […]

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ରାଇମଣୀ ଛକ ନିକଟରେ ଅଭାବନୀୟ ଘଟଣା ମାଆକୁ ଦୁଷ୍କର୍ମ ପରେ ହତ୍ୟା ସହିତ ଝିଅକୁ  ପଥରରେ ଚେଛି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି।

ସୂଚନା ଅନୁଯାୟୀ, ଜଳଙ୍ଗା ଅଞ୍ଚଳର ସୁକାନ୍ତି ମୁଣ୍ଡା, ସ୍ୱାମୀ ରାଜୁ ମୁଣ୍ଡା ଓ ୬ବର୍ଷୀୟ ଝିଅ ରାଇମଣିରେ ରହି ମଜୁରିଆ କାମ କରୁଥିଲେ। ବୁଧବାର ସକାଳୁ ମାଆ ଓ ଝିଅ ମେଡିକାଲ ଯାଇଥିଲେ। ପରେ ସ୍ଥାନୀୟ ଲୋକେ ମାଆ ସୁକାନ୍ତି ମୁଣ୍ଡାର ମୃତଦେହ ଦେଖିଥିଲେ। ସେହି ସ୍ଥାନରୁ ନାବାଳକକୁ ଦେଖି ସନ୍ଦେହ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ। ତେବେ କିଛି ସମୟ ପରେ ମୃତ ମହିଳାଙ୍କ ୬ ବର୍ଷୀୟ ଝିଅର ମୃତଦେହ ଘଟଣାସ୍ଥଳରୁ ଏକ କିଲୋମିଟର ଦୂରରେ ଥିବା ଏକ ପୋଲ ତଳୁ ରକ୍ତାକ୍ତ ଅବସ୍ଥାରେ  ମିଳିଥିଲା। ତେବେ ସ୍ଥାନୀୟ ଲୋକେ ନାବାଳକକୁ  ଧରି ଗ୍ରାମାଞ୍ଚଳ ପୁଲିସକୁ ଦେଇଥିଲେ। ତେବେ ମୃତକଙ୍କ ସ୍ୱାମୀଙ୍କ ଅଭିଯୋଗ ଅନୁଯାୟୀ ନାବାଳକ ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଓ ଝିଅ ଦେଖିଦେବାରୁ ଝିଅକୁ ପଥରରେ ଚେଛି ହତ୍ୟା କରାଯାଇଥିବା କହିଛନ୍ତି। ଘଟଣା ସ୍ଥଳରେ ଗ୍ରାମାଞ୍ଚଳ ଥାନାଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

About The Author: The Sakala