ଶୋଇଥିବା ସମୟରେ ଘରେ କଳାକନା ବୁଲାଇଲେ ଚୋର

ଭଦ୍ରକ: ଘରେ କଳାକନା ବୁଲାଇଲେ ଚୋର। ବିଳମ୍ବିତ ରାତିରେ ଘର ଭିତରେ ପଶି ସମସ୍ତ ସୁନା ଗହଣା, ଟଙ୍କା ସହ ଘରୋଇ ସରଞ୍ଜାମ ଚୋରୀ କରିନେଲେ। ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ବେନ୍ତାଳ ଗାଁରେ ସେଖ ଇଦୁ ଓ ସେଖ କମାଲଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୨ଟି ଘରୁ ଚୋରି ହୋଇଛି। ରାତିରେ ସମସ୍ତେ ଶୋଇଥିବା ଅବସ୍ଥାରେ, ବିଳମ୍ବିତ ରାତିରେ ଘରର କବାଟ ତାଡି ଚୋର ମାନେ ସମସ୍ତ ଜିନିଷ ଚୋରି କରିନେଇଛନ୍ତି। ୨ଟି […]

ଭଦ୍ରକ: ଘରେ କଳାକନା ବୁଲାଇଲେ ଚୋର। ବିଳମ୍ବିତ ରାତିରେ ଘର ଭିତରେ ପଶି ସମସ୍ତ ସୁନା ଗହଣା, ଟଙ୍କା ସହ ଘରୋଇ ସରଞ୍ଜାମ ଚୋରୀ କରିନେଲେ। ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ବେନ୍ତାଳ ଗାଁରେ ସେଖ ଇଦୁ ଓ ସେଖ କମାଲଙ୍କ ଘରେ ଗତକାଲି ବିଳମ୍ବିତ ରାତିରେ ୨ଟି ଘରୁ ଚୋରି ହୋଇଛି। ରାତିରେ ସମସ୍ତେ ଶୋଇଥିବା ଅବସ୍ଥାରେ, ବିଳମ୍ବିତ ରାତିରେ ଘରର କବାଟ ତାଡି ଚୋର ମାନେ ସମସ୍ତ ଜିନିଷ ଚୋରି କରିନେଇଛନ୍ତି। ୨ଟି ଘରେ ଗଚ୍ଛିତ ଥିବା ସୁନା, ଗହଣା, ଟଙ୍କା, ଆସବାବପତ୍ର ସମସ୍ତ ଜିନିଷ ଲୁଟି ନେଇଛନ୍ତି ଲୁଟେରା ମାନେ। ସେମାନଙ୍କ ଘର କବାଟ ଖୋଲା ଥିବା ସହ କିଛି ଘରୋଇ ଜିନିଷ ବାହାରେ ଏଣେତେଣେ ପଡ଼ିଥିବା ଦେବାକୁ ପାଇଥିଲେ ଘର ଲୋକ. ପରେ ସେମାନଙ୍କ ଘରୁ ସବୁ ଚୋରି ହୋଇଥିବା ନେଇ ଅଭିଯୋଗ କରିଛନ୍ତି।

About The Author: The Sakala