ଭଦ୍ରକ: ଘରେ ଶୋଇଥିବା ବେଳେ ଏସିଡ୍ ମାଡ଼। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସ ପୁର ରାମଚନ୍ଦ୍ରପୁର ଗ୍ରାମରେ। ଘରେ ରାତିରେ ଶୋଇଥିବାବେଳେ ଯୁବକଙ୍କ ଉପରକୁ ଏସିଡ ମାଡ଼ କରିଛନ୍ତି ଦୁର୍ବୃତ୍ତ। ଏହି ଏସିଡ ମାଡରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଉଛନ୍ତି ସେହି ଗ୍ରାମର ସନାତନ ପଳାଇଙ୍କ ପୁଅ ଜଗବନ୍ଧୁ ବୋଲି ଜଣା ପଡିଛି। ଜଗବନ୍ଧୁ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ମୁହଁରେ ଏସିଡ ପକାଇଥିବା ଜାଣିବାକୁ ମିଳିଛି। ତାଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନା ନିଆ ଯାଇଥିଲା। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ଭୁବନେଶ୍ୱରରେ ଏକ ଘରୋଇ ଡାକ୍ତରଖାନା ଭର୍ତ୍ତି କରାଯାଇଛି। ହେଲେ ଏହି ଏସିଡ ମାଡ଼ର କାରଣ ପରିବାର ଲୋକେ କହିପାରୁ ନ ଥିବାବେଳେ ଏହା ପୂର୍ବ ଶତ୍ରୁତାକୁ ନେଇ ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ଖବର ପାଇଁ ନାୟିକାଣ ଢ଼ୀହି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ୍ ମାଡ଼, କାରଣ ଅସ୍ପଷ୍ଟ
ଭଦ୍ରକ: ଘରେ ଶୋଇଥିବା ବେଳେ ଏସିଡ୍ ମାଡ଼। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସ ପୁର ରାମଚନ୍ଦ୍ରପୁର ଗ୍ରାମରେ। ଘରେ ରାତିରେ ଶୋଇଥିବାବେଳେ ଯୁବକଙ୍କ ଉପରକୁ ଏସିଡ ମାଡ଼ କରିଛନ୍ତି ଦୁର୍ବୃତ୍ତ। ଏହି ଏସିଡ ମାଡରେ ଯୁବକ ଜଣଙ୍କ ଗୁରୁତର ହୋଇଛନ୍ତି। ଗୁରୁତର ଯୁବକ ହେଉଛନ୍ତି ସେହି ଗ୍ରାମର ସନାତନ ପଳାଇଙ୍କ ପୁଅ ଜଗବନ୍ଧୁ ବୋଲି ଜଣା ପଡିଛି। ଜଗବନ୍ଧୁ ଶୋଇଥିବା ସମୟରେ କେହି ଦୁର୍ବୃତ୍ତ ମୁହଁରେ ଏସିଡ ପକାଇଥିବା ଜାଣିବାକୁ […]