ବିଡିଏ ଆଣିବ ପ୍ରିପେଡ୍‌‌ ବୁକିଂ ଆପ୍‌‌, ସୁରକ୍ଷିତ ହେବ ଅଟୋ ଓ ଟ୍ୟାକ୍ସି ଯାତ୍ରା

ଭୁବନେଶ୍ୱର: ଅଟୋ ଓ ଟ୍ୟାକ୍ସିରେ ଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖୁବ୍‌‌ଶୀଘ୍ର ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରିବାକୁ ଯାଉଛି। ଏହି ଆପ୍‌‌ ମାଧ୍ୟମରେ ଯାତ୍ରୀମାନେ ନିଜର ଗନ୍ତବ୍ୟସ୍ଥଳକୁ ସହଜରେ ଓ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ। ଏଥିରେ ଯାତ୍ରୀମାନଙ୍କ ପାଇଁ ପ୍ରିପେଡ୍‌‌ ବୁକିଂ ସେବା ଉପଲବ୍ଧ ହେବ। ଯାତ୍ରୀମାନେ ପୂର୍ବରୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ବୁକିଂ କରିବାର ବ୍ୟବସ୍ଥା ଏଥିରେ ଉପଲବ୍ଧ ହେବ। ଏହି ଆପ୍‌‌ ଦ୍ୱାରା ଅସାଧୁ […]

ଭୁବନେଶ୍ୱର: ଅଟୋ ଓ ଟ୍ୟାକ୍ସିରେ ଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ କରିବା ପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ଖୁବ୍‌‌ଶୀଘ୍ର ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରିବାକୁ ଯାଉଛି। ଏହି ଆପ୍‌‌ ମାଧ୍ୟମରେ ଯାତ୍ରୀମାନେ ନିଜର ଗନ୍ତବ୍ୟସ୍ଥଳକୁ ସହଜରେ ଓ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ। ଏଥିରେ ଯାତ୍ରୀମାନଙ୍କ ପାଇଁ ପ୍ରିପେଡ୍‌‌ ବୁକିଂ ସେବା ଉପଲବ୍ଧ ହେବ। ଯାତ୍ରୀମାନେ ପୂର୍ବରୁ ନିଜର ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପାଇଁ ବୁକିଂ କରିବାର ବ୍ୟବସ୍ଥା ଏଥିରେ ଉପଲବ୍ଧ ହେବ। ଏହି ଆପ୍‌‌ ଦ୍ୱାରା ଅସାଧୁ ଗାଡ଼ି ଚାଳକମାନେ ଯାତ୍ରୀଙ୍କ ଉପରେ ମନଇଚ୍ଛା ଦର କଷି ପାରିବେନି। ଏହାସହ ମୋବାଇଲ୍‌‌ ଆପ୍‌‌ରେ ଗାଡ଼ି ଚାଳକଙ୍କ ସମସ୍ତ ତଥ୍ୟ ମହଜୁଦ୍‌‌ ରହିଥିବାରୁ କୌଣସି ଯାତ୍ରୀ ଅସଦାଚରଣ ଶିକାର ହେବେନି। ଏହି ସେବା ପ୍ରଥମେ ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌‌ ଟର୍ମିନାଲ୍‌‌ (ବିଏସ୍‌‌ଏବିଟି)ରୁ ଆରମ୍ଭ କରାଯିବ। ପରବର୍ତ୍ତୀ ସମୟରେ ଭୁବନେଶ୍ୱର ରେଳ ଷ୍ଟେସନ ଓ କ୍ୟାପିଟାଲ୍‌‌ ହସ୍ପିଟାଲ ଭଳି ଜନବହୁଳ ସ୍ଥାନରେ ଉପଲବ୍ଧ ହେବ।

ସୂଚନାନୁସାରେ, ଯାତ୍ରୀମାନଙ୍କ ଯାତ୍ରାକୁ ସୁରକ୍ଷିତ କରିବାର ସୁବିଧା ଦେବ ଏହି ମୋବଇଲ୍‌‌ ଆପ୍‌‌। ଏହାସହ ଯାତ୍ରୀମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅଟୋ, ଟ୍ୟାକ୍ସି ପାଇଁ ଅପେକ୍ଷା କରିବାକୁ ପଡ଼ିବନି। ପୂର୍ବରୁ ବୁକିଂ କରିଥିଲେ ନିର୍ଦ୍ଦିଷ୍ଟ ସମୟରେ ଗାଡ଼ି ପିକ୍‌‌-ଅପ୍‌‌ କରିବାକୁ ପହଞ୍ଚିଯିବ। ଫଳରେ ଯାତ୍ରୀମାନେ ଠିକ୍‌‌ ସମୟରେ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ। କିଲୋମିଟର ଅନୁସାରେ ଧାର୍ଯ୍ୟ ହେବ ଗାଡ଼ି ଭଡ଼ା। ଏହାଦ୍ୱାରା ଯାତ୍ରୀ ଓ ଚାଳକଙ୍କ ଭିତରେ ଭଡ଼ାକୁ ନେଇ ବାକ୍‌‌ବିତଣ୍ଡା ହେବନି। ଏହାସହ ଯାତ୍ରୀମାନେ ଗାଡ଼ି ଚାଳକଙ୍କ ଉପରେ ଭରସା କରିପାରିବେ। ରାତିରେ ମହିଳା ଯାତ୍ରୀମାନେ ସୁରକ୍ଷିତ ଭାବେ ଯାତ୍ରା କରିପାରିବେ। ଏହି ଆପ୍‌‌ ଦ୍ୱାରା ଅଟୋ ରିକ୍ସା ଓ ଟ୍ୟାକ୍ସି ଚାଳକଙ୍କ ଅଧିକ ଭଡ଼ା ମିଳିବ। ଏଥିରେ ଏକାଧିକ ଗାଡ଼ି ଓ ଚାଳକ ନିୟୋଜିତ ହୋଇ ଏକ ବ୍ୟବସ୍ଥିତ ଢଙ୍ଗରେ ଅର୍ଥ ଉପାର୍ଜନ କରିପାରିବେ। ୨୪ଘଣ୍ଟା ଏହି ସେବା ଉପଲବ୍ଧ କରାଯାଉଥିବାରୁ ଗାଡ଼ି ଚାଳକମାନେ ସବୁ ସମୟରେ ଭଡ଼ା ପାଇପାରିବେ। ଯାତ୍ରୀମାନେ ମଧ୍ୟ ସବୁ ସମୟରେ ଗାଡ଼ି ପାଇବେ।

ମୋବାଇଲ୍‌‌ ଆପ୍‌‌ ବ୍ୟତୀତ ଯାତ୍ରୀମାନଙ୍କ ପାଇଁ ବସ୍‌‌ ଟର୍ମିନାଲ୍‌‌ ପରିସରରେ ଏକ ବୁକିଂ କାଉଣ୍ଟରର ବ୍ୟବସ୍ଥା ମଧ୍ୟ ଉପଲବ୍ଧ ହେବ। ଯେଉଁ ଯାତ୍ରୀମାନେ ସ୍ମାର୍ଟ ଫୋନ୍‌‌ ବ୍ୟବହାର କରୁନଥିବେ ଅଥବା ଆପ୍‌‌ ବିଷୟରେ ଅଜ୍ଞ ଥିବେ, ସେମାନେ ଏହି କାଉଣ୍ଟର ସାହାଯ୍ୟରେ ଯାତ୍ରା କରିପାରିବେ। ଏହି କାଉଣ୍ଟର ତଥା ସ୍ୱୟଞ୍ଚାଳିତ କିଓସ୍କ ମାଧ୍ୟମରେ ଯାତ୍ରୀମାନେ ଅଟୋ ଓ ଟ୍ୟାକ୍ସି ରିଜର୍ଭ ବୁକିଂ କରିପାରିବେ। ଏକ ଘରୋଇ ସଂସ୍ଥାଦ୍ୱାରା ଏହାକୁ ପରିଚାଳନା କରାଯିବ। ସେହି ସଂସ୍ଥା ଏହି ପ୍ରିପେଡ୍‌‌ ଟ୍ୟାକ୍ସି ବୁକିଂ ଆପ୍‌‌ର ଡିଜାଇନ ଓ ପରିଚାଳନା ଭାର ଗ୍ରହଣ କରିବ। ଖୁବ୍‌‌ଶୀଘ୍ର ଏ ନେଇ ଟେଣ୍ଡର ଆହ୍ୱାନ କରାଯିବ ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ବିଡିଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହି ପ୍ରିପେଡ୍‌‌ ଟ୍ୟାକ୍ସି ବୁକିଂ ସିଷ୍ଟମ୍‌‌ ଦ୍ୱାରା ଯାତ୍ରୀଙ୍କ ଆବଶ୍ୟକତା ପୂରଣ ହୋଇପାରିବ। ଏହାସହ ସ୍ୱଚ୍ଛତା, ସୁରକ୍ଷା ଓ ସମୟାନୁବର୍ତ୍ତୀ ଯାତ୍ରା ସମ୍ଭବ ହୋଇପାରିବ। ଏହାସହ ଅଟୋ ରିକ୍ସା ଚାଳକମାନଙ୍କ ସହଜରେ ଅଧିକ ଭଡ଼ା ମିଳିପାରିବ। ଏହା ଗାଡ଼ି ଚାଳକଙ୍କ ପାଇଁ ଅଧିକ ରୋଜଗାର ସୃଷ୍ଟି କରିବ ବୋଲି ସେ କହିଛନ୍ତି।

About The Author: The Sakala