ଆୟ ବହିର୍ଭୂତ ସଂପତ୍ତି ମାମଲାରେ ବନ୍ଧା ହେଲେ ବାରିପଦା ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାଶ

ବାରିପଦା : ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରି ଅନେକ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା । ଆଜି ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ । ଦୁଇ ଦିନ ଧରି ସନ୍ତୋଷ ଦାସଙ୍କ ଘରେ ମାରାଥନ୍ ଜେରା କରିଥିଲା ଭିଜିଲାନ୍ସ ଟିମ୍ । ଚଢାଉ ବେଳେ ଘରୁ ମିଳିଥିଲା ୪୨ ଲକ୍ଷ […]

ବାରିପଦା : ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ବାରିପଦା ଆଇଟିଡିଏର ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଭିଜିଲାନ୍ସ ତାଙ୍କ ଘରେ ଚଢାଉ କରି ଅନେକ ପରିମାଣର ଆୟ ବହିର୍ଭୂତ ସଂପତ୍ତି ଠାବ କରିଥିଲା । ଆଜି ସନ୍ତୋଷଙ୍କୁ କୋର୍ଟ ଚାଲାଣ କରାଯିବ ।

ଦୁଇ ଦିନ ଧରି ସନ୍ତୋଷ ଦାସଙ୍କ ଘରେ ମାରାଥନ୍ ଜେରା କରିଥିଲା ଭିଜିଲାନ୍ସ ଟିମ୍ । ଚଢାଉ ବେଳେ ଘରୁ ମିଳିଥିଲା ୪୨ ଲକ୍ଷ ଟଙ୍କା ଓ ୬୫୯ ଗ୍ରାମ ସୁନା ଜବତ ହୋଇଥିଲା । ଭୁବନେଶ୍ବର ଓ ବାଲେଶ୍ଵରର ଏକାଧିକ ସ୍ଥାନରେ ସନ୍ତୋଷଙ୍କ ଫ୍ଲାଟ୍‌, କୋଠା ଓ ଜମି ଠାବ କରିଥିଲା ଭିଜିଲାନ୍ସ ।

ଅନ୍ୟପଟେ ଭିଜିଲାନ୍‌ସ ରାଜ୍ୟରେ ଚଳିତ ବର୍ଷର କୋଟିପତି ଲାଞ୍ଚୁଆ ଅଫିସରଙ୍କ ତାଲିକା ଦେଇଛି । ଭିଜିଲାନ୍ସ ଇତିହାସରେ ଟପ-୩ ଟଙ୍କା ଜବତ ମାମଲାରେ ସବୁଠୁ ଆଗରେ ରହିଛି ଆଇଟିଡିଏ ସହକାରୀ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ନାଁ। ରେଡ୍‌ରେ ମିଳିଛି ୪୧ ଲକ୍ଷ ୭୭ ହଜାର ଟଙ୍କା। ଦ୍ବିତୀୟରେ ଅଛନ୍ତି ଚାକିରିରୁ ବିଦା ହୋଇଥିବା OPHWC  ପୂର୍ବତନ ଡେପୁଟି ମ୍ୟାନେଜର ପ୍ରତାପ ସାମଲ। ରେଡ୍‌ ବେଳେ ପ୍ରତାପଙ୍କ ଘରୁ ମିଳିଥିଲା ନଗଦ ୩୮ ଲକ୍ଷ ଟଙ୍କା। ତୃତୀୟରେ ଅଛନ୍ତି ପ୍ରଦୂଷଣ ବିଭାଗରୁ ତଡା ଖାଇଥିବା ନରୋତ୍ତମ ବେହେରା। ରେଡରେ ମିଳିଥିଲା ନଗଦ ୧୬ ଲକ୍ଷ ୫୦ ହଜାର ଟଙ୍କା। ସେହିପରି ଟପ୍‌-୪ରେ ଅଛନ୍ତି ଭବାନୀପାଟଣର ସ୍ପେଶାଲ ପିପି ଆଶୁତୋଷ ମିଶ୍ର। ତାଙ୍କ ଘରୁ ମିଳିଥିଲା ୧୫ ଲକ୍ଷ ୬୦ ହଜାର ଟଙ୍କା।

ପଞ୍ଚମରେ ବାଲିଗୁଡା ଆଇଟିଡିଏର କିରାଣୀ ବସନ୍ତ କୁମାର ପାଣିଗ୍ରାହୀ ରେଡ୍‌ରେ ତାଙ୍କ ଘରୁ ମିଳିଥିଲା ୧୩ ଲକ୍ଷ ୨୫ ହଜାର ଟଙ୍କା । ତାଲିକାର-୬ ନମ୍ବରରେ ଭୁବନେଶ୍ବରର ଓଏସଏସସିର ପିଏସ- ଟୁ ମେମ୍ବର ବିରଞ୍ଚି ନାରାୟଣ ସାହୁ। ତାଙ୍କ ଘରୁ ମିଳିଥିଲା ୧୨ ଲକ୍ଷ ୪୬ ହଜାର ଟଙ୍କା। ତାଲିକାର ଶେଷରେ ଅଛନ୍ତି କେନ୍ଦୁଝର ବୈତରଣୀ ଜଳସେଚନ ବିଭାଗରୁ ତଡା ଖାଇଥିବା ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ। ଲାଞ୍ଚ ନେବା ମାମଲାରେ ଚଢାଉ କରୁଥିବା ବେଳେ ତାଙ୍କ ଘରୁ ମିଳିଥିଲା ୧୦ ଲକ୍ଷ ୭ ହଜାର ଟଙ୍କା। ଆଉ ଏବେ ଅନେକ ଅଫିସର ଭିଜିଲାନ୍‌ସ ସ୍କାନରରେ। ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିରେ ଏବେ ସୁଦ୍ଧା ୧୩୨ ଜଣଙ୍କୁ ଚାକିରିରରୁ ବିଦା କରାଯାଇଛି।

 

About The Author: The Sakala