ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ITDA ବାଲିଗୁଡ଼ା ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ ଭୁବନେଶ୍ବରର ୪ଟି ଘର ସମେତ ମୋଟ୍ ୯ଟି ସ୍ଥାନରେ ରେଡ୍ । ଭୁବନେଶ୍ବରର ନୀଳାଦ୍ରି ବିହାର, ଶୈଳଶ୍ରୀ ବିହାର, କାନନ ବିହାର ଓ ଚନ୍ଦ୍ରଶେଖରପୁରରେ ଥିବା କୋଠାରେ ଚଢ଼ାଉ ଚାଲିଛି। ITDA କାର୍ଯ୍ୟାଳୟ ଓ ବାଲିଗୁଡ଼ା ସରକାରୀ ଘରେ ଚାଲିଛି ଚଢ଼ାଉ । ଯାଜପୁର ଧର୍ମଶାଳା ପୈତୃକ ଘର ଓ ବାରିପଦା ସଂପର୍କୀୟଙ୍କ ଘରେ ବି ରେଡ୍ କରୁଛି ଭିଜିଲାନ୍ସ ବିଭାଗ । ଚଢ଼ାଉ ଟିମ୍‌ରେ ୨ ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଚଢ଼ଉ ଶେଷ ହେବା ପରେ ମୋଟ ସମ୍ପତ୍ତିର ଆକଳନ ସ୍ପଷ୍ଟ ହେବ ବୋଲି ସୂଚନା ।

About The Author: Madhusudan Das