ଚନ୍ଦନେଶ୍ୱର: ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଓଲଟିଲା ଗୋରୁ ବୋଝେଇ ଟ୍ରକ୍। ୧୪ରୁ ଉର୍ଦ୍ଧ୍ଵ ଗୋରୁଙ୍କ ମୃତ୍ଯୁ ଘଟିଥିବା ଜଣାପଡ଼ିଛି । ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଚନ୍ଦନେଶ୍ୱର ୫୭ ନମ୍ଵର ଜାତୀୟ ରାଜପଥର ବାଜିତପୁର ପଞ୍ଚାୟତ ମହାନ୍ତି ଛକ ଠାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ସୂଚନା ଅନୁଯାୟୀ,ରବିବାର ବିଳମ୍ବିତ ରାତିରେ ଓଡ଼ିଶାରୁ ପଶ୍ଚିମବଙ୍ଗ ଆଡ଼କୁ ଯାଉଥିବା ଏକ (ଡବ୍ଲୁବି-୧୩-୫୭୩୭) ଟ୍ରକରେ ଗୋରୁ ଚୋରା ଗୋଚାଲାଣ ହେଉଥିଲା। ପଶ୍ଚିମବଙ୍ଗ ସଂଲଗ୍ନ ୫୭ନଂ ଜାତୀୟ ରାଜପଥ ବାଜିତପୁର ପଞ୍ଚାୟତ ନିକଟ ମହାନ୍ତି ଛକ ଠାରେ ଟ୍ରକ୍ଟି ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଓଲଟି ପଡିଛି। ଫଳରେ ଗାଡ଼ିରେ ଥିବା ୬୦ଟି ଗୋରୁ ମଧ୍ୟରୁ ୧୪ରୁ ଅଧିକ ଗୋରୁଙ୍କର ମୃତ୍ୟୁ ହୋଇଯାଇଛି। ତେବେ ଘଟଣା ସମ୍ପର୍କରେ ସ୍ଥାନୀୟ ଜନସାଧାରଣ,ବିଶ୍ବହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ, ବଜରଙ୍ଗ ଦଳ ସଦସ୍ୟ ମାନେ ପହଞ୍ଚି ଟ୍ରକ ତଳେ ଚାପି ହୋଇ ଥିବା ଗୋରୁଙ୍କୁ ଉଦ୍ଧାର କରୁଥିଲା ବେଳେ ଖବର ପାଇ ସ୍ଥାନୀୟ ତାଳସାରି ସାମୁଦ୍ରିକ ଥାନା, ଭୋଗରାଇ ଥାନା ଓ ଚନ୍ଦନେଶ୍ୱର ପୁଲିସ ଫାଣ୍ଡି ପୁଲିସ ପହଞ୍ଚି ଉଦ୍ଧାର ହୋଇଥିବା ଓ ମୃତ୍ୟୁ ବରଣ କରିଥିବା ଗୋରୁଙ୍କୁ ଥାନାକୁ ନେଇ ଯାଇଥିବା ଦେଖିବାକୁ ମିଳିଛି। ଟ୍ରକ ଭିତରେ ହୋଇଥିବା ଟ୍ରକର ଡ୍ରାଇଭରକୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ଥାନାରେ ଅଟକ ରଖିଥିବା ସୂଚନା ମିଳିଛି।