ବାଲେଶ୍ବର: ପୁଣି ଏସଟିଏଫ ପଞ୍ଝାରେ ବ୍ରାଉନସୁଗର ବେପାରୀ। ବାଲେଶ୍ବର ସୋରର ହୋଟେଲ ଲିଓ ସାଇ ଇଣ୍ଟରନ୍ଯାସନାଲ ପାଖରୁ ଜବତ ହୋଇଛି ପୁଳାପୁଳା ବ୍ରାଉନସୁଗର। ଜବତ ବ୍ରାଉନସୁଗର ୧ କେଜି ୧୦୦ ଗ୍ରାମର ହୋଇଥିବା ବେଳେ ଆନୁମାନିକ ମୂଲ୍ଯ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି ଜଣାପଡ଼ିଛି। ବ୍ରାଉସୁଗରର କାରବାରରେ ଜଣେ ଗିରଫ ହୋଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ୨୦୨୦ରୁ ସ୍ପେଶାଲ ଡ୍ରାଇଭ ଚଳାଇଛି ଏସଟିଏଫ । ଆଜିଯାଏ ୪୮ କେଜିରୁ ଉର୍ଦ୍ଧ୍ବ ବ୍ରାଉନସୁଗର ଜବତ ହୋଇଥିବା ବେଳେ ୮୯ କେଜିରୁ ଅଧିକ ଗଞ୍ଜେଇ ସହ ୧୨୨ ବେପାରୀ ଗିରଫ ହୋଇଛନ୍ତି।