ଥାନା ଭିତରେ ପେଟ୍ରୋଲ ଢାଳି ପ୍ରେମିକଙ୍କ ଆତ୍ମହତ୍ୟା ଉଦ୍ୟମ

ତୁରେକେଲା: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନାରେ ମଙ୍ଗଳବାର ଅପରାହ୍ନ ସମୟରେ ଜଣେ ପେମିକ ପ୍ରେମିକା ପାଇଁ ଥାନା ପରିସରରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛି। ନିଜ ଉପରେ ପେଟ୍ରୋଲ ଢ଼ାଳି ଦିଆସିଲି ଲଗେଇବା ସମୟରେ କାର୍ଯ୍ୟରତ ଜଣେ ଏଏସଆଇ ତାଙ୍କ ଠାରୁ ଦିଆସିଲି ଛଡେଇ ନେଇ ଉଦ୍ଧାର କରିଥିଲେ। ସୂଚନା ଅନୁଯାୟୀ, ପ୍ରେମିକ ଜଣକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗ୍ରାମର ରିଙ୍କୁ ବାରିକ ବୋଲି ଜଣା ପଡିଛି। ସେ ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି […]

ତୁରେକେଲା: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନାରେ ମଙ୍ଗଳବାର ଅପରାହ୍ନ ସମୟରେ ଜଣେ ପେମିକ ପ୍ରେମିକା ପାଇଁ ଥାନା ପରିସରରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଛି। ନିଜ ଉପରେ ପେଟ୍ରୋଲ ଢ଼ାଳି ଦିଆସିଲି ଲଗେଇବା ସମୟରେ କାର୍ଯ୍ୟରତ ଜଣେ ଏଏସଆଇ ତାଙ୍କ ଠାରୁ ଦିଆସିଲି ଛଡେଇ ନେଇ ଉଦ୍ଧାର କରିଥିଲେ।

ସୂଚନା ଅନୁଯାୟୀ, ପ୍ରେମିକ ଜଣକ କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଚଟୁଅନକା ଗ୍ରାମର ରିଙ୍କୁ ବାରିକ ବୋଲି ଜଣା ପଡିଛି। ସେ ତୁରେକେଲା ଥାନା ଅନ୍ତର୍ଗତ ବଡବାଙ୍କି ଗ୍ରାମର ଜଣେ ଯୁବତୀଙ୍କୁ ଗତ ତିନି ବର୍ଷରୁ ଉର୍ଦ୍ଧ୍ବ ହେବ ପ୍ରେମ ବିବାହ କରିଥିଲେ। କିନ୍ତୁ ସେତେବେଳେ ଯୁବତୀ ଜଣକ ନାବାଳିକା ଥିବା କାରଣରୁ ପରିବାରର ଏତଲା ଆଧାରରେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ପରେ ଯୁବକ ଜଣକ ଜେଲରୁ ଫେରିବା ପରେ ପ୍ରାୟ ଦୁଇ ବର୍ଷ ହେବ ତାଙ୍କ ଚଟୁଅନକା ସ୍ଥିତ ବାସଭବନରେ ରହୁଥିଲେ । କିନ୍ତୁ ରିଙ୍କୁଙ୍କ କହିବା ଅନୁସାରେ ଗତ କିଛି ଦିନ ତଳେ ଭବାନୀପାଟଣା ପୁଲିସ କୌଣସି ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା । ସେହି ସମୟରେ ଯୁବତୀଙ୍କୁ ତାଙ୍କ ମାଆଙ୍କ ଜୀମାରେ ଦେଇ ଜେଲ ଯାଇଥିଲେ। ରିଙ୍କୁ ଜେଲରୁ ଫେରିବା ପରେ ଯୁବତୀ ଜଣଙ୍କ ମାଆ ତାଙ୍କୁ ରିଙ୍କୁ ସହ ଛାଡ଼ିବା ପାଇଁ ମନା କରିଥିଲେ । ଯୁବତୀ ଜଣକ ରିଙ୍କୁଙ୍କୁ ବାରମ୍ବାର ଫୋନ ଏବଂ ମେସେଜ କରି ତାଙ୍କ ଜୀବନ ପ୍ରତି ବିପଦ ଥିବା କହି ଶୀଘ୍ର ଉଦ୍ଧାର କରିବା ପାଇଁ ନିବେଦନ କରିଛନ୍ତି। ଏ ନେଇ ରିଙ୍କୁ ତୁରେକେଲା ପୁଲିସ ର ଦ୍ବାରସ୍ଥ ହେଲେ ମଧ୍ୟ ପୁଲିସ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେଇଥିବା ସେ କହିଛନ୍ତି। ତାଙ୍କ ମୃତ୍ୟୁ ପାଇଁ ତୁରେକେଲା ପୁଲିସ ଦାୟୀ ରହିବେ ବୋଲି ରିଙ୍କୁ ଥାନା ଭିତରେ ଚେତାବନୀ ଦେଇଛନ୍ତି। ତୁରେକେଲା ଥାନା ଅଧିକାରୀ ରିଙ୍କୁ ସହ ବର୍ତ୍ତମାନ ଆଲୋଚନା କରୁଥିଲା ଦେଖା ଦେଇଛି।

About The Author: The Sakala