ଆସନ୍ତା ୩ଦିନ ପର୍ଯ୍ଯନ୍ତ ରାଜ୍ଯରେ ଜାରି ରହିବ ଶୀତ ଲହରୀ, ୫ ଯାଏଁ କୁହୁଡ଼ି

The Sakala Picture
Published On

ଭୁବନେଶ୍ବର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତ ଲହରି ଜାରି ରହିବ। ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଏହି ସ୍ଥିତି ଜାରି ରହିବ। ୨ ଦିନ ମଧ୍ୟରେ ରାଜ୍ୟରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ । ଫଳରେ ଅନେକ ସ୍ଥାନରେ ଶୀତ ଲହରି ପଡ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୮ ତାରିଖ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସୋନପରୁ, […]

ଭୁବନେଶ୍ବର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତ ଲହରି ଜାରି ରହିବ। ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଏହି ସ୍ଥିତି ଜାରି ରହିବ। ୨ ଦିନ ମଧ୍ୟରେ ରାଜ୍ୟରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ । ଫଳରେ ଅନେକ ସ୍ଥାନରେ ଶୀତ ଲହରି ପଡ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୮ ତାରିଖ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସୋନପରୁ, ବଲାଙ୍ଗୀର ଓ ବରଗଡ଼ ଆଦିରେ ପ୍ରବଳ ଶୀତ ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୱେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ଶନିବାର ଓ ରବିବାର ପାଇଁ ମଧ୍ୟ କିଛି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗତ ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି। ଫଳରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀକୁ ଖସିଥିବା ନେଇ କେନ୍ଦ୍ର କହିଛି।

ଆହୁରି ପଢ଼ନ୍ତୁ: ବରଗଡ଼ ପୁରୁଣା ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତ ଅଟକ

ଅନ୍ୟପଟେ ରାଜ୍ୟର କୌଣସି ସ୍ଥାନରେ ଶୀତ ବଢିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତାଙ୍କ ଆକଳନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଦକ୍ଷିଣ ଅଭ୍ୟନ୍ତର ଅଞ୍ଚଳରେ ଶୁକ୍ରବାର ରାତିରୁ ଏବଂ ଅନ୍ୟାନ୍ୟ ସ୍ଥାନରେ ଶନିବାର ରାତିରୁ ତାପମାତ୍ରା ବଢ଼ିବ। ରାତି ସହିତ ଦିନର ତାପମାତ୍ରା ମଧ୍ୟ କ୍ରମଶର ବୃଦ୍ଧି ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଆଭ୍ୟନ୍ତରୀଣ ଦକ୍ଷିଣରେ ୨୮ ରାତିରୁ ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ଫେବୃଆରୀ ୩ ସୁଦ୍ଧା ଏହି ଅଞ୍ଚଳରେ ପ୍ରାୟ ୬-୭ ଡିଗ୍ରୀ ତାପମାତ୍ରା ବଢ଼ିବ। ଉତ୍ତର ଓଡ଼ିଶାର ଅଭ୍ୟନ୍ତର ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ୨୯ରୁ ଫେବୃଆରୀ ୩ ସୁଦ୍ଧା ପ୍ରାୟ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ସେହିପରି ଉପକୂଳ ଓ ଏହାର ସଂଲଗ୍ନ ଜିଲ୍ଲା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ଫେବୃଆରୀ ୪ ସୁଦ୍ଧା ତାପମାତ୍ରା ୬-୮ ଡିଗ୍ରୀ ବଢ଼ିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ପାଇଁ ରକ୍ତାକ୍ତ ସଂଘର୍ଷ: ଜମିବାଡ଼ି ବିବାଦକୁ ନେଇ ଭାଇ-ଭଉଣୀଙ୍କ ମଧ୍ୟରେ ମାରପିଟ୍

ଏହା ବ୍ୟତୀତ ଦିନର ସର୍ବାଧିକ ତାପମାତ୍ରା ୨୯ ରୁ କ୍ରମଶଃ ବଢ଼ି ଫେବୃଆରୀ ୪ ସୁଦ୍ଧା ଅନେକ ସ୍ଥାନରେ ପ୍ରାୟ ୭ ଡିଗ୍ରୀ ବଢ଼ିପାରେ। ଭୁବନେଶ୍ବରରେ ଫେବୃଆରା ୩ରେ ସର୍ବାଧିକ ତାପମାତ୍ରା ୩୦-୩୧ ରହିପାରେ। ଉପକୂଳ ଓଡ଼ିଶାରେ ୩୦ରୁ କୁହୁଡ଼ି ବଢ଼ିବ।ଫେବୃଆରୀ ୧ ରୁ ୫ ପର୍ଯ୍ୟନ୍ତ ଅତି ଘନ କୁହୁଡ଼ି ହେବାର ଆଶଙ୍କା ରହିଛି ବୋଲି ପ୍ରଫେସର ପଶୁପାଳ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

28 Jan 2022 By The Sakala

ଆସନ୍ତା ୩ଦିନ ପର୍ଯ୍ଯନ୍ତ ରାଜ୍ଯରେ ଜାରି ରହିବ ଶୀତ ଲହରୀ, ୫ ଯାଏଁ କୁହୁଡ଼ି

ଭୁବନେଶ୍ବର: ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଶୀତ ଲହରି ଜାରି ରହିବ। ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇଥିବା ବେଳେ ଏହି ସ୍ଥିତି ଜାରି ରହିବ। ୨ ଦିନ ମଧ୍ୟରେ ରାଜ୍ୟରେ ଆହୁରି ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ହେବ । ଫଳରେ ଅନେକ ସ୍ଥାନରେ ଶୀତ ଲହରି ପଡ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୨୮ ତାରିଖ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ସୋନପରୁ, ବଲାଙ୍ଗୀର ଓ ବରଗଡ଼ ଆଦିରେ ପ୍ରବଳ ଶୀତ ଆଶଙ୍କା କରି ଏହି ଜିଲ୍ଲାଗୁଡ଼ିକ ପାଇଁ ପାଣିପାଗ କେନ୍ଦ୍ର ୱେଲୋ ୱାର୍ଣ୍ଣିଂ ଜାରି କରିଛି। ସେହିପରି ଶନିବାର ଓ ରବିବାର ପାଇଁ ମଧ୍ୟ କିଛି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଗତ ୨ ଦିନ ମଧ୍ୟରେ ବିଭିନ୍ନ ସ୍ଥାନରେ ୪-୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି। ଫଳରେ ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୫ ଡିଗ୍ରୀକୁ ଖସିଥିବା ନେଇ କେନ୍ଦ୍ର କହିଛି।

ଅନ୍ୟପଟେ ରାଜ୍ୟର କୌଣସି ସ୍ଥାନରେ ଶୀତ ବଢିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି। ତାଙ୍କ ଆକଳନ ଅନୁଯାୟୀ, ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ। ଦକ୍ଷିଣ ଅଭ୍ୟନ୍ତର ଅଞ୍ଚଳରେ ଶୁକ୍ରବାର ରାତିରୁ ଏବଂ ଅନ୍ୟାନ୍ୟ ସ୍ଥାନରେ ଶନିବାର ରାତିରୁ ତାପମାତ୍ରା ବଢ଼ିବ। ରାତି ସହିତ ଦିନର ତାପମାତ୍ରା ମଧ୍ୟ କ୍ରମଶର ବୃଦ୍ଧି ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଆଭ୍ୟନ୍ତରୀଣ ଦକ୍ଷିଣରେ ୨୮ ରାତିରୁ ସର୍ବନିମ୍ନ ତାପମାତ୍ରା କ୍ରମଶଃ ବଢ଼ିବ। ଫେବୃଆରୀ ୩ ସୁଦ୍ଧା ଏହି ଅଞ୍ଚଳରେ ପ୍ରାୟ ୬-୭ ଡିଗ୍ରୀ ତାପମାତ୍ରା ବଢ଼ିବ। ଉତ୍ତର ଓଡ଼ିଶାର ଅଭ୍ୟନ୍ତର ଓ ଉପକୂଳବର୍ତ୍ତୀ ଅଞ୍ଚଳରେ ୨୯ରୁ ଫେବୃଆରୀ ୩ ସୁଦ୍ଧା ପ୍ରାୟ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ସେହିପରି ଉପକୂଳ ଓ ଏହାର ସଂଲଗ୍ନ ଜିଲ୍ଲା ଏବଂ କେନ୍ଦ୍ରୀୟ ଓଡ଼ିଶାରେ ଫେବୃଆରୀ ୪ ସୁଦ୍ଧା ତାପମାତ୍ରା ୬-୮ ଡିଗ୍ରୀ ବଢ଼ିବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

ଏହା ବ୍ୟତୀତ ଦିନର ସର୍ବାଧିକ ତାପମାତ୍ରା ୨୯ ରୁ କ୍ରମଶଃ ବଢ଼ି ଫେବୃଆରୀ ୪ ସୁଦ୍ଧା ଅନେକ ସ୍ଥାନରେ ପ୍ରାୟ ୭ ଡିଗ୍ରୀ ବଢ଼ିପାରେ। ଭୁବନେଶ୍ବରରେ ଫେବୃଆରା ୩ରେ ସର୍ବାଧିକ ତାପମାତ୍ରା ୩୦-୩୧ ରହିପାରେ। ଉପକୂଳ ଓଡ଼ିଶାରେ ୩୦ରୁ କୁହୁଡ଼ି ବଢ଼ିବ।ଫେବୃଆରୀ ୧ ରୁ ୫ ପର୍ଯ୍ୟନ୍ତ ଅତି ଘନ କୁହୁଡ଼ି ହେବାର ଆଶଙ୍କା ରହିଛି ବୋଲି ପ୍ରଫେସର ପଶୁପାଳ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର