୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ବିଜେଡିର ଆନ୍ଦୋଳନ ଚେତାବନୀ

The Sakala Picture
Published On

ଭୁବନେଶ୍ୱର: ଦୀର୍ଘ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ରନ୍ଧନ ଗ୍ୟାସ ଦର ହ୍ରାସ ପାଇଁ ବିଜେଡି ପକ୍ଷରୁ ଗୁରୁବାର ଦାବି କରାଯାଇଛି। ଏଥିପାଇଁ ବିଜେଡି ପକ୍ଷରୁ ୧୦ ଦିନିଆ ଡେଡ୍ ଲାଇନ୍ ଦିଆଯାଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ବିଜେଡି ପକ୍ଷରୁ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏ ନେଇ ଏକ ସାମ୍ବାଦୀକ ସମ୍ମିଳନୀ କରିଛନ୍ତି […]

ଭୁବନେଶ୍ୱର: ଦୀର୍ଘ ଦିନ ପରେ ପେଟ୍ରୋଲ ଓ ଡିଜେଲ ଦର କମିଛି। ରନ୍ଧନ ଗ୍ୟାସ ଦର ହ୍ରାସ ପାଇଁ ବିଜେଡି ପକ୍ଷରୁ ଗୁରୁବାର ଦାବି କରାଯାଇଛି। ଏଥିପାଇଁ ବିଜେଡି ପକ୍ଷରୁ ୧୦ ଦିନିଆ ଡେଡ୍ ଲାଇନ୍ ଦିଆଯାଇଛି । ୧୦ ଦିନ ମଧ୍ୟରେ ଏଲପିଜି ରେଟ୍ ହ୍ରାସ ନକଲେ ବିଜେଡି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି । ବିଜେଡି ପକ୍ଷରୁ ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଏ ନେଇ ଏକ ସାମ୍ବାଦୀକ ସମ୍ମିଳନୀ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ସେ ସାମ୍ବାଦୀକ ସମ୍ମିଳନୀ କହିଛନ୍ତି ଯେ,  ‘ଦୀର୍ଘ ଦିନର ବ୍ୟବଧାନ ପରେ କେନ୍ଦ୍ର ସରକାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଛନ୍ତି। ବିଜେଡି ଆନ୍ଦୋଳନ ତୀବ୍ର ହେବାରୁ କେନ୍ଦ୍ର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ଦର ହ୍ରାସରେ ୩୩ ପ୍ରତିଶତ ଓଡ଼ିଶା ସରକାର ବହନ କରୁଛନ୍ତି। ପେଟ୍ରଲରେ ୩.୩୦ ଟଙ୍କା ଓ ଡିଜେଲରେ ୧.୬୫ ଟଙ୍କା ରାଜ୍ୟ ଭାଗ ରହିଛି।  ଏହି ହିସାବ ବାଦ ଭାଟ୍ ହ୍ରାସ ହୋଇଛି।   ଯାହାକି ଗରିବଙ୍କ ପାଇଁ ଦୀପାବଳିରେ ଏକ ବଡ଼ ଖୁସି ଖବର। ଓଡ଼ିଶା ସରକାର ପେଟ୍ରୋଲରେ ୬.୩୦ ଟଙ୍କା ଓ ଡିଜେଲରେ ୪.୬୫ ଟଙ୍କା କମାଇଛନ୍ତି। ଏହି ଦର ହ୍ରାସ ପରେ ରାଜ୍ୟର ୨ ହଜାର କୋଟି ଟଙ୍କା କ୍ଷତି ହେବ । କିନ୍ତୁ ଖୁସିର କଥା ଯେ ସାରା ଦେଶରେ ତେଲ ଦର ଓଡ଼ିଶାରେ ସବୁଠାରୁ କମ।  ହେଲେ ଦୁର୍ଭାଗ୍ୟଜନକ କେନ୍ଦ୍ର ଯେଉଁ ସେସ ଆଦାୟ କରୁଛି, ତାହା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ଭାଗ ହେବା କଥା ବା ଉଛେଦ ହେବା କଥା। ଏହା ସଂଘୀୟ ବ୍ୟବସ୍ଥା ବିରୋଧୀ। କେନ୍ଦ୍ର ସରକାର ଖଚଏ ଦର ଉପରୁ  ଏକ୍ସାଇଜ ଓ ଅନ୍ୟ ଟ୍ୟାକ୍ସକୁ ତୁରନ୍ତ ହ୍ରାସ କରନ୍ତୁ।’

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ବ୍ୟୋମକେଶ ଧମକ ଦେଇ କହିଛନ୍ତି ଯେ, ଦରଦାମ ବୃଦ୍ଧି ପ୍ରତିବାଦରେ ଯୁବ ଓ ଛାତ୍ର ଆନ୍ଦୋଳନ ଆସନ୍ତାକାଲିଠାରୁ ୧୦ ଦିନ ପାଇଁ ସ୍ଥଗିତ ରହିଛି। ଏହି ୧୦ ଦିନ ଭିତରେ ଏଲପିଜି ରେଟ ଯଦି କେନ୍ଦ୍ର ସରକାର ହ୍ରାସ ନ କରନ୍ତି ତେବେ ଆନ୍ଦୋଳନ ଆହୁରି ତୀବ୍ରତର ହେବ। ପଞ୍ଚାୟତ ଯାଏ ଚାଲି କେନ୍ଦ୍ର ସରକାରଙ୍କୁ ଦୃଢ଼ ଜବାବ ଦିଆଯିବ।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ସୂଚନାଯୋଗ୍ୟ ଯେ, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କ ବିରୋଧରେ ବିଜେଡ ରାସ୍ତାକୁ ଓହ୍ଲାଇଥିଲା । ତେବେ ଗତକାଲି (ବୁଧବାର) ରାତିରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ପେଟ୍ରୋଲ ଉପରୁ ୫ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକସାଇଜ୍ ଡ୍ୟୁଟି ହ୍ରାସ କରିଥିଲେ।ଫଳେ ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୬ଟଙ୍କା ୧୫ପଇସା ଓ ଡିଜେଲ ଲିଟର ପିଛା ୧୨ ଟଙ୍କା ୮୮ ପଇସା କମିଥିଲା । ପରେ ଗୁରୁବାର ଦିନ ରାଜ୍ୟ ସରକାର ଉଭୟ ପେଟ୍ରୋଲ ଓ ଡିଜେଲ ଉପରୁ ୩ ଟଙ୍କା ଭାଟ୍ ହ୍ରାସ କରିଛନ୍ତି । ଯାହାର ସୁଫଳ ଖାଉଟି ପାଇବେ । ଏହି ନୂଆ ଦର ଆସନ୍ତାକାଲି ମଧ୍ୟରାତ୍ରୀରୁ ଲାଗୁ ହେବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର