୫ ଟି’ ଅଧୀନକୁ ଆସିବା ପରେ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଉଛି ଜେଲ୍‌ ବିଭାଗ, ଜେଲ୍ ଉପରେ ଉଡିବ ଡ୍ରୋନ୍‌, ଲାଗିବ ଭିଡିଓ ୱାଲ୍‌ ସିଷ୍ଟମ

The Sakala Picture
Published On

ଭୁବନେଶ୍ବର : ଜେଲ ବିଭାଗ ୫ ଟି’ ଅଧୀନକୁ ଆସିବା ପରେ ଅତ୍ୟାଧୁନିକ ଜ୍ଞାନକୌଶଳକୁ  ଉପରେ ଗୁରୁତ୍ବ ଦେଉଛନ୍ତି ଜେଲ ଡିଜି । ତେଣୁ ତିହାର ଜେଲରେ ଥିବା ଅନ୍ୟାଧୁନିକ ଜ୍ଞାନକୌଶଳକୁ ଝାରପଡ଼ା ଓ ଚୌଦ୍ବାର ଜେଲରେ ଲଗାଇବା ପାଇଁ ପ୍ରାଥମିକସ୍ତରରେ ଯୋଜନା କରିଛନ୍ତି। ନିକଟରେ ଦିଲ୍ଲୀରେ ହେଉଥିବା ସମସ୍ତ ରାଜ୍ୟର ଜେଲ୍‌ ଡିଜିଙ୍କ ବୈଠଳରେ ଓଡ଼ିଶାର ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଯୋଗ ଦେଇଥିଲେ। ଜେଲରେ ବିଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି କଏଦୀଙ୍କ ଗତିବିଧ […]

ଭୁବନେଶ୍ବର : ଜେଲ ବିଭାଗ ୫ ଟି’ ଅଧୀନକୁ ଆସିବା ପରେ ଅତ୍ୟାଧୁନିକ ଜ୍ଞାନକୌଶଳକୁ  ଉପରେ ଗୁରୁତ୍ବ ଦେଉଛନ୍ତି ଜେଲ ଡିଜି । ତେଣୁ ତିହାର ଜେଲରେ ଥିବା ଅନ୍ୟାଧୁନିକ ଜ୍ଞାନକୌଶଳକୁ ଝାରପଡ଼ା ଓ ଚୌଦ୍ବାର ଜେଲରେ ଲଗାଇବା ପାଇଁ ପ୍ରାଥମିକସ୍ତରରେ ଯୋଜନା କରିଛନ୍ତି। ନିକଟରେ ଦିଲ୍ଲୀରେ ହେଉଥିବା ସମସ୍ତ ରାଜ୍ୟର ଜେଲ୍‌ ଡିଜିଙ୍କ ବୈଠଳରେ ଓଡ଼ିଶାର ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ଯୋଗ ଦେଇଥିଲେ। ଜେଲରେ ବିଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି କଏଦୀଙ୍କ ଗତିବିଧ ଉପରେ ନଜର ରଖାଯିବ ସେନେଇ ଏହିବୈଠକରେ ଆଲୋଚନା ହୋଇଥିଲା। ଏପରିକି ଅନ୍ୟ ରାଜ୍ୟର ଜେଲରେ କିଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି ତାହାର ଉପଲବ୍ଧି ବିଷୟରେ ଜାଣିବା ପରେ ଜେଲ୍‌ ଡିଜି ସନ୍ତୋଷ ଉପାଧ୍ୟାୟ ଓଡ଼ିଶାରେ ଏହାକୁ ଲାଗୁ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଯାହା ଫଳରେ ଏଣିକି ଡ୍ରୋନ କ୍ୟାମେରା ନିଜରରେ ରହିବ ପୂରା ଜେଲ୍‌ ପରିସର । କଏଦୀମାନେ କ’ଣ କରୁଛନ୍ତି ଓ କଏଦୀଙ୍କୁ ଦେଖା କରିବା ପାଇଁ କିଏ କିଏ ଆସୁଛନ୍ତି ସେ ସମ୍ପର୍କରେ ଡ୍ରୋନ୍‌ କ୍ୟାମେରାରେ ଫଟୋ ଉଠିବ ।

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ଅନେକ ସମୟରେ ଝାରପଡା ଜେଲ୍‌ ଭିତରେ ଅପରାଧୀମାନେ ଖଟି କରୁଛନ୍ତି। ଜେଲ୍‌ ଭିତରେ ଗୋଷ୍ଠୀ କରି ଅପରାଧ ପାଇଁ ଯୋଜନା କରୁଛନ୍ତି। ଏହାସହ ଜେଲ୍‌ର କାନ୍ଥ ଡିଆଁଇ ଫୋନ୍, ନିଶାଦ୍ରବ୍ୟ ଜେଲ ଭିତରକୁ ଆସୁଛି। ଅନେକ ସମୟରେ ମଧ୍ୟ ଜେଲ କାନ୍ଥ ଡେଇଁ କଏଦୀ ଫେରାର ହୋଇଯାଉଛନ୍ତି | ତେଣୁ ଏସବୁ ଉପରେ ନଜର ରଖିବା ପାଇଁ ଜେଲ୍ ଉପରେ ଡ୍ରୋନ୍ ଉଡ଼ିବ । ପ୍ରଥମ କରି ଝାରପଡ଼ା ଜେଲ୍ ଏବଂ ଚୌଦ୍ବାର ଜେଲରେ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି । ଏହି ପ୍ରୋଜେକ୍ଟ ୨୦୨୨- ୨୩ରେ କରାଯିବାକୁ ଯୋଜନା ରଖାଯାଇଥିବା ବିଭାଗୀୟ ଡିକି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି । ଏହି ବ୍ୟବସ୍ଥା ହେବା ଦ୍ବାରା କଏଦୀଙ୍କ ଉପରେ ନଜର ରଖାଯିବ । କାରଣ ଗତ କିଛିମାସ ହେବ ଝାରପଡ଼ା ଜେଲରେ ଟିଟୋ ଏକ ପିଣ୍ଡି ଉପରେ ବସି ଅନ୍ୟ କଏଦୀଙ୍କ ସହ କଥା ହୋଉଥିଲେ। ନିକଟରେ ମଧ୍ୟ ଝାରପଡ଼ା ଜେଲ୍ ପରିସରରୁ ଗଞ୍ଜେଇ ଜବତ ହୋଇଥିଲା। ତେଣୁ ଡ୍ରୋନ୍ ଉଡ଼ିବା ଦ୍ବାରା ଏସବୁ ଉପରେ ରୋକ ଲାଗିବ ବୋଲି ଜେଲ ବିଭାଗ ଆଶା ରଖୁଛି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

ଲାଗିବ ଭିଡିଓ ୱାଲ୍‌ ସିଷ୍ଟମ

ଏଥି ସହିତ ଦିଲ୍ଲୀ ଉତ୍ତରପ୍ରଦେଶରେ ଭଳି ଜେଲ୍‌ରେ  ଭିଡିଓ ୱାଲ୍ ସିଷ୍ଟମ ଲାଗୁ ହେବ । ଏହି ବ୍ୟବସ୍ଥାରେ ଜେଲ ଭିତରେ ଥିବା ସସସ୍ତ କ୍ୟାମେରାର କଣ୍ଟ୍ରୋଲ ରୁମ୍‌ ଗୋଟିଏ ସ୍ଥାନରେ ରହିବ। ଯାହା ଫଳରେ ପ୍ରତି ୱାଡ୍‌ରେ ଥିବା  କଏଦୀ ଏବଂ ଜେଲ କର୍ମଚାରୀଙ୍କ ଉପରେ ନଜର ରଖାଯାଇପାରିବ। ଏହି କଣ୍ଟ୍ରୋଲ ରୁମ୍‌ରେ ଜଣେ  ଅଧିକାରୀ ବସି ସମସ୍ତ କ୍ୟାମେରାକୁ ନଜର ରଖିବେ। ପ୍ରଥମେ ଝାରପଡ଼ା ଓ ଚୌଦ୍ବାର ଜେଲ୍‌ରେ ଏହା ଲଗାଯିବ ପରେ ରାଜ୍ୟର ଅନ୍ୟ ଜେଲ୍‌ରେ ଲାଗିବ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଦୁଇ ଜେଲ୍‌ରେ ହେବ ୮ ଫୋନ୍‌ ବୁଥ୍

କଏଦୀମାନେ ଜେଲ୍ ଭିତରେ ଲୁଚାଛପାରେ ଫୋନ୍ ବ୍ୟବହାର କରୁଛନ୍ତି। ତେଣୁ ଏହାକୁ ଏଡ଼ାଇବା ପାଇଁ ଜେଲ୍‌ ବିଭାଗ ଏକ ମାସ ଭିତରେ ଝାରପଡ଼ା ଏବଂ ଚୌଦ୍ବାର ଜେଲରେ ୮ଟି ଟେଲି ଫୋନ୍ ବୁଥ୍ ବ୍ୟବସ୍ଥା ଲାଗୁ କରିବା ଯୋଜନା ହୋଇଛି । ଝାରପଡ଼ାରେ ୪ଟି ବୁଥ୍ ରହିବା ସହ ଚୌହାର ଜେଲରେ ୪ଟି ରହିବ । ଏହାସହ ଦୁଇଟି ଜେଲ୍‌ରେ ମହିଳା ୱାର୍ଡରେ ଦୁଇଟି ଲେଖାଏ ଟେଲି ଫୋନ୍ ବୁଥ୍ ଲଗାଯିବ। ଯେଉଁ ୱାର୍ଡରେ ଏହି ମେସିନ ଲାଗିଥିବ ସେଥ୍‌ରେ କଏଦୀଙ୍କ ଟିପଚିହ୍ନ ରଖାଯିବ। କଏଦୀମାନେ କଥା ହେବା ପାଇଁ ଘରର ୨ଟି ଫୋନ୍ ନମ୍ବର ଦେବେ । ଜଣେ କଏଦୀ ଏହି ଦୁଇଟି ଫୋନ୍ ନମ୍ବର ଛଡ଼ା ଅନ୍ୟ ଫୋନ୍ ନମ୍ବରକୁ କଲ୍ କଲେ ଫୋନ୍ ଯିବନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କଏଦୀମାନେ କେବଳ ୫ ମିନିଟ ଯାଏ କଥା ହୋଇପାରିବେ । କଏଦୀମାନେ ୫ ମିନିଟରୁ ଅଧିକ ସମୟ କଥା ହୋଇପାରିବେ ନାହିଁ । ଆଉ ୫ ମିନିଟ ପରେ କଥା ହେଲେ ଅଟୋମେଟିକ ଫୋନ କଟିଯିବ । ଏନେଇ ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର