ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

The Sakala Picture
Published On

ଭୁବନେଶ୍ୱର: ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସନ୍ଦେହ । ଜେଲରେ ତାଙ୍କୁ ମାରି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ବିଚାରଧୀନ କଏଦି ଜଣକ ହେଉଛନ୍ତି ବିଦ୍ୟାଧର ଗୁରୁ, ତାଙ୍କ ଘର ଦଶପଲାରେ । ସେ ଜଣେ ଅଟୋ ଚାଳକ । ଗଞ୍ଜେଇ ବିକ୍ରି ଅଭିଯୋଗରେ ସେ ଝାରପଡ଼ା ଜେଲ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ତୁରନ୍ତ ତାଙ୍କୁ କ୍ୟାପିଟାଲ […]

ଭୁବନେଶ୍ୱର: ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସନ୍ଦେହ । ଜେଲରେ ତାଙ୍କୁ ମାରି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ବିଚାରଧୀନ କଏଦି ଜଣକ ହେଉଛନ୍ତି ବିଦ୍ୟାଧର ଗୁରୁ, ତାଙ୍କ ଘର ଦଶପଲାରେ । ସେ ଜଣେ ଅଟୋ ଚାଳକ । ଗଞ୍ଜେଇ ବିକ୍ରି ଅଭିଯୋଗରେ ସେ ଝାରପଡ଼ା ଜେଲ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସପିଟାଲ ନେଇଥିଲେ । ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ଠାରୁ ପୂର୍ବରୁ ଦସ୍ତଖତ କରିନେଇଥିଲେ ପୋଲିସ୍ ବୋଲି ଅଭିଯୋଗ କରିଛନ୍ତି। ଏନେଇ ଘର୍ ପରିବାର ଲୋକେ ଖବର ପାଇବା ପରେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

୧୨ ଦିନ ଧରି ଜେଲରେ ରହିଥିଲେ ବିଦ୍ୟାଧର। ବିଚାରାଧୀନ କାଏଦୀ ଭାବେ ସେ ଜେଲରେ ଥିଲେ । ଏହି ଘଟଣାରେ ତାଙ୍କର କିଭଳି ମୃତ୍ୟୁ ହେଲା ସେନେଇ ଅସ୍ପଷ୍ଟ ରହିଛି। ତାଙ୍କୁ ହତ୍ୟା ହୋଇଥିବା ନେଇ ପତ୍ନୀ ଅଭିଯୋଗ ଆଣିଛନ୍ତି । ସେ ସୁସ୍ଥ ଥିବାବେଳେ କିଭଳି ତାଙ୍କର ମୃତ୍ୟୁ ହେଲା ସେନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ପରିବାର ପକ୍ଷରୁ ବିଦ୍ୟାଧରଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହେବା ସହ ନ୍ୟାୟ ଦାବୀ କରାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

18 Oct 2024 By The Sakala

ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ଝାରପଡା ଜେଲରେ ବିଚାରଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ପରିବାର ଲୋକଙ୍କ ସନ୍ଦେହ । ଜେଲରେ ତାଙ୍କୁ ମାରି ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ବିଚାରଧୀନ କଏଦି ଜଣକ ହେଉଛନ୍ତି ବିଦ୍ୟାଧର ଗୁରୁ, ତାଙ୍କ ଘର ଦଶପଲାରେ । ସେ ଜଣେ ଅଟୋ ଚାଳକ । ଗଞ୍ଜେଇ ବିକ୍ରି ଅଭିଯୋଗରେ ସେ ଝାରପଡ଼ା ଜେଲ ଯାଇଥିଲେ । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ଏହି ଘଟଣାରେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସପିଟାଲ ନେଇଥିଲେ । ହସ୍ପିଟାଲରେ ତାଙ୍କ ପତ୍ନୀଙ୍କ ଠାରୁ ପୂର୍ବରୁ ଦସ୍ତଖତ କରିନେଇଥିଲେ ପୋଲିସ୍ ବୋଲି ଅଭିଯୋଗ କରିଛନ୍ତି। ଏନେଇ ଘର୍ ପରିବାର ଲୋକେ ଖବର ପାଇବା ପରେ ଏହାକୁ ହତ୍ୟା ଅଭିଯୋଗ ଆଣିଛନ୍ତି ।

୧୨ ଦିନ ଧରି ଜେଲରେ ରହିଥିଲେ ବିଦ୍ୟାଧର। ବିଚାରାଧୀନ କାଏଦୀ ଭାବେ ସେ ଜେଲରେ ଥିଲେ । ଏହି ଘଟଣାରେ ତାଙ୍କର କିଭଳି ମୃତ୍ୟୁ ହେଲା ସେନେଇ ଅସ୍ପଷ୍ଟ ରହିଛି। ତାଙ୍କୁ ହତ୍ୟା ହୋଇଥିବା ନେଇ ପତ୍ନୀ ଅଭିଯୋଗ ଆଣିଛନ୍ତି । ସେ ସୁସ୍ଥ ଥିବାବେଳେ କିଭଳି ତାଙ୍କର ମୃତ୍ୟୁ ହେଲା ସେନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ପରିବାର ପକ୍ଷରୁ ବିଦ୍ୟାଧରଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହେବା ସହ ନ୍ୟାୟ ଦାବୀ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର