ଚାମେଲି ଓଝା ମାମଲାର ତଦନ୍ତ କରିବ ଜାତୀୟ ମାନବାଧିକାର କମିଶନ

Madhusudan Das Picture
Published On

କେନ୍ଦ୍ରାପଡ଼ା: ତିଖିରି ପଞ୍ଚାୟତର ସରପଞ୍ଚ ଚମେଲି ଓଝାଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ କରିବ ଜାତୀୟ ମାନବିକ ଅଧିକାର ଆୟୋଗ (NHRC) । ଏହି ଘଟଣାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆଗାମୀ ଅକ୍ଟୋବର ୫ ତାରିଖରେ ଏକ ତିନି ଜଣିଆ ଟିମ୍ କେନ୍ଦ୍ରାପଡ଼ା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ: ବଡ଼ମ୍ବାର ପ୍ରସିଦ୍ଧ ଭଟ୍ଟାରିକା ମନ୍ଦିରରେ ପଶିଲା ବନ୍ୟା ଜଳ: ପ୍ରଶାସନ ପକ୍ଷରୁ ୧୬୩ ଧାରା ଲାଗୁ

ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୧ ତାରିଖରେ ମହାକାଳପଡ଼ା ବିଡିଓ (BDO) ଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏହି ଅଘଟଣ ଘଟିଥିଲା । ମହିଳା ସରପଞ୍ଚ ଚମେଲି ଓଝାଙ୍କୁ ସେଠାରେ ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ସହ ତାଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା ଏବଂ ସାଧାରଣରେ ଅସନ୍ତୋଷ ଦେଖାଦେଇଥିଲା ।

ଆହୁରି ପଢ଼ନ୍ତୁ: ପୁରୀରେ ଖଜା ତିଆରି ଗୋଦାମରେ ଚଢ଼ାଉ; ୫ଟି ୟୁନିଟ୍ ସିଲ୍, ୪ କୁଇଣ୍ଟାଲ ଖଜା ଜବତ

ଏହି ଗସ୍ତ ନେଇ ଦିଲ୍ଲୀସ୍ଥିତ ଏନଏଚଆରସି (NHRC) ମୁଖ୍ୟାଳୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକ (SP) ଙ୍କୁ ବିଧିବଦ୍ଧ ଭାବେ ଅବଗତ କରାଯାଇଛି । କେନ୍ଦ୍ରାପଡ଼ା ଗସ୍ତ ସମୟରେ ଏହି ଟିମ୍ ମାମଲା ସହ ଜଡ଼ିତ ଥିବା ସମସ୍ତ ବ୍ୟକ୍ତିଙ୍କ ବୟାନ ରେକର୍ଡ କରିବ ବୋଲି ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: SCB ମାନସିକ ରୋଗ ବିଭାଗରେ ରୋଗୀଙ୍କ ସନ୍ଦେହଜନକ ମୃତ୍ୟୁ: ସୁରକ୍ଷାକର୍ମୀଙ୍କ ନାଁରେ ପିଟି ପିଟି ହତ୍ୟା କରିଥିବା ଅଭିଯୋଗ

ବିଶେଷ କରି ମହାକାଳପଡ଼ା ପୋଲିସ ଅଧିକାରୀ, ବିଡିଓ ଏବଂ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ, ଘଟଣାର ପ୍ରତ୍ୟକ୍ଷଦର୍ଶୀ, ତଦନ୍ତକାରୀ ଅଧିକାରୀ (IO) ଏବଂ ପୀଡ଼ିତାଙ୍କୁ ପରୀକ୍ଷା କରିଥିବା ଡାକ୍ତରଙ୍କୁ ପଚରାଉଚରା କରାଯିବାର ସମ୍ଭାବନା ରହିଛି । ଏହା ସହିତ ଘଟଣାର ବିସ୍ତୃତ ତଦନ୍ତର ଅଂଶବିଶେଷ ଭାବରେ, କେଉଁ ପରିସ୍ଥିତିରେ ଏଭଳି ଅଭାବନୀୟ ଘଟଣା ଘଟିଲା, ତାହାର ମଧ୍ୟ କମିଶନଙ୍କ ଦ୍ୱାରା ସମୀକ୍ଷା କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର