ମହାନଦୀରେ ବଢୁଛି ଜଳସ୍ତର: ମା’ ଭଟ୍ଟାରିକାଙ୍କ ପୀଠରେ ପଶିଲା ବନ୍ୟା ଜଳ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ଦେବୀ

Madhusudan Das Picture
Published On

କଟକ: ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ଫଳରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଛି। ମନ୍ଦିରର ଗର୍ଭଗୃହରେ ପାଣି ପଶିଯିବାରୁ ଦେବୀଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ଆହୁରି ପଢ଼ନ୍ତୁ: ସେଣ୍ଟ୍ରିଂ କାଢ଼ିବା ବେଳେ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୩ ଶ୍ରମିକ ମୃତ

ମିଳିଥିବା ସୂଚନା ଅନୁଯାୟୀ, ଲଗାତାର ପ୍ରବଳ ବର୍ଷା ଏବଂ ହୀରାକୁଦ ଡ୍ୟାମରୁ ଜଳ ଛଡାଯିବା କାରଣରୁ ମହାନଦୀ ଫୁଲିବାରେ ଲାଗିଛି। ଏହି କାରଣରୁ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଭଟ୍ଟାରିକା ମନ୍ଦିରର ଗର୍ଭଗୃହ ଜଳମଗ୍ନ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପରମ୍ପରା ଅନୁଯାୟୀ ଏବଂ ଦୈନନ୍ଦିନ ନୀତିକାନ୍ତିରେ ଯେପରି କୌଣସି ବାଧା ଉପୁଜିବ ନାହିଁ, ସେଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତମାନେ ତୁରନ୍ତ ପଦକ୍ଷେପ ନେଇଥିଲେ। ମା'ଙ୍କ ଚଳନ୍ତି ପ୍ରତିମାଙ୍କୁ ନିକଟସ୍ଥ ରତ୍ନଗିରି ପାହାଡ଼ ଉପରେ ଥିବା ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଦେବୀଙ୍କର ସମସ୍ତ ପୂଜାର୍ଚ୍ଚନା ଓ ରୀତିନୀତି ସମ୍ପନ୍ନ କରାଯାଉଛି।

ଆହୁରି ପଢ଼ନ୍ତୁ: ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମନ୍ଦିର ଚତୁର୍ପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ନଦୀକୂଳକୁ ନଯିବାକୁ ଏବଂ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର