ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

Madhusudan Das Picture
Published On

ଭୁବନେଶ୍ୱର: ଦୀଘା ମନ୍ଦିରରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ମୋହନ ମାଝୀଙ୍କ ଚିଠି । ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଦୀଘାଠାରେ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିରର ନାମରୁ 'ଧାମ' ଶବ୍ଦ ହଟାଇବାକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁରୋଧ କରିଛନ୍ତି। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତଙ୍କ ଧାର୍ମିକ ଏବଂ ସାଂସ୍କୃତିକ ଭାବନାକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ଏକ ଚିଠି ଲେଖିଛନ୍ତି।

ଆହୁରି ପଢ଼ନ୍ତୁ: ୨୫ ବର୍ଷ ପରେ ସମୁଦ୍ର ଗର୍ଭରୁ ବାହାରିଲା ଗଙ୍ଗା ଦେବୀ ମନ୍ଦିର ! ବାଲି ଭିତରୁ ହଠାତ୍ ଦୃଶ୍ୟମାନ ହେଲା ମନ୍ଦିରର ଚୂଡା

ନିଜ ପତ୍ରରେ ଶ୍ରୀ ମାଝୀ ଦର୍ଶାଇଛନ୍ତି ଯେ, ଦୀଘାର ଏହି ମନ୍ଦିରକୁ 'ଦୀଘା ଜଗନ୍ନାଥ ଧାମ' ଭାବରେ ନାମକରଣ କରାଯିବା ଫଳରେ ଓଡ଼ିଶା ତଥା ଅନ୍ୟାନ୍ୟ ସ୍ଥାନରେ ଥିବା ଅଗଣିତ ଭକ୍ତ, ଧାର୍ମିକ ବିଦ୍ୱାନ ଏବଂ ସାମାଜିକ-ସାଂସ୍କୃତିକ ସଙ୍ଗଠନଗୁଡ଼ିକ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଯେ, ଭାରତର ପବିତ୍ର ଚାରି ଧାମ ମଧ୍ୟରୁ ଅନ୍ୟତମ ଥିବା ପୁରୀର ଶ୍ରୀମନ୍ଦିର ସହିତ 'ଜଗନ୍ନାଥ ଧାମ' ଶବ୍ଦ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏବଂ ଏହାର ଅସୀମ ଆଧ୍ୟାତ୍ମିକ, ଐତିହାସିକ ତଥା ସାଂସ୍କୃତିକ ଗୁରୁତ୍ୱ ରହିଛି। ସେ କହିଛନ୍ତି ଯେ, ଏହି ନାମକରଣ ଅଗଣିତ ଭକ୍ତଙ୍କ ବିଶ୍ୱାସ ଏବଂ ଚେତନାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି। ତେଣୁ ପୁରୀ ଶ୍ରୀ ଜଗନ୍ନାଥ ଧାମର ପବିତ୍ରତା ଏବଂ ସ୍ୱତନ୍ତ୍ର ପରିଚୟ ବଜାୟ ରହିବା ଉଚିତ୍।

ଆହୁରି ପଢ଼ନ୍ତୁ: ରାଉରକେଲାରେ ଚାଞ୍ଚଲ୍ୟ: ଯୁବକଙ୍କ ମୁଣ୍ଡକୁ ଛେଚି ହତ୍ୟା ପରେ ଡ୍ରେନରେ ଫିଙ୍ଗିଦେଲେ ଦୁର୍ବୃତ୍ତ !

ଶ୍ରୀ ଜଗନ୍ନାଥଙ୍କ ଐତିହ୍ୟ ଏବଂ ଓଡ଼ିଶାବାସୀଙ୍କ ଆବେଗ ସମ୍ପର୍କରେ ଶ୍ରୀ ଅଧିକାରୀଙ୍କ ବୁଝାମଣା ଉପରେ ଭରସା ପ୍ରକଟ କରି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ଯେ ଭକ୍ତଙ୍କ ଉଦ୍‌ବେଗକୁ ଉଚିତ୍ ବିଚାର କରାଯିବ।

ଓଡ଼ିଶା ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ସରକାରଙ୍କୁ 'ଧାମ' ଶବ୍ଦ ବାଦ୍ ଦେଇ ଏହି ମନ୍ଦିରର ନାମକରଣ କେବଳ 'ଶ୍ରୀ ଜଗନ୍ନାଥ ମନ୍ଦିର, ଦୀଘା' ରଖିବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ମାଝୀ କହିଛନ୍ତି ଯେ, ଏଭଳି ପଦକ୍ଷେପକୁ ଶ୍ରଦ୍ଧାଳୁମାନେ ବ୍ୟାପକ ପ୍ରଶଂସା କରିବେ ଏବଂ ଏହା ଦ୍ୱାରା ଓଡ଼ିଶା ଓ ପଶ୍ଚିମବଙ୍ଗର ଲୋକଙ୍କ ମଧ୍ୟରେ ଥିବା ସଦ୍ଭାବନା, ସାଂସ୍କୃତିକ ସମ୍ପର୍କ ଏବଂ ପାରସ୍ପରିକ ସମ୍ମାନ ଆହୁରି ସୁଦୃଢ଼ ହେବ।

ଏହି ପ୍ରସଙ୍ଗରେ ବ୍ୟକ୍ତିଗତ ଧ୍ୟାନ ଦେବା ସହ ଜଗନ୍ନାଥ ଭକ୍ତଙ୍କ ଭାବନାକୁ ସମ୍ମାନ ଜଣାଇ ଏକ ସକାରାତ୍ମକ ନିଷ୍ପତ୍ତି ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିଜ ପତ୍ରରେ ଆଶାବ୍ୟକ୍ତ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର