ବିଜେପି କର୍ମୀଙ୍କୁ ଗଙ୍ଗାଜଳ ଛିଞ୍ଚି ଦଳରେ ସାମିଲ କଲା ଟିଏମସି

The Sakala Picture
Published On

କୋଲକତା: ବିଜେପି ଯାଇ ଭୁଲ କରିଛନ୍ତି ଏବଂ ଟିଏମସିରେ ସାମିଲ ହେବାକୁ ଧାରଣାରେ ବସୁଛନ୍ତି ବିଜେପିର ଅନେକ ନେତା ଓ କର୍ମୀ । ଏବେ ଆଉ ମୋଦିଙ୍କ ବାର୍ତ୍ତା ନୁହେଁ ଦିଦିଙ୍କ ଡ୍ରାମା ଭଲ ଲାଗୁଛି । ପରାଜୟ ପରେ ଏବେ ଘରକୁ ଫେରୁଛନ୍ତି ବିଜେପିର ଅନେକ ନେତା ଓ କର୍ମୀ । ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନେତାମାନେ ପଶ୍ଚିମବଙ୍ଗ ନିର୍ବାଚନରେ ​​ପରାଜୟ ପରେ ତୃଣମୂଳ କଂଗ୍ରେସ ପାଖକୁ ଫେରୁଛନ୍ତି । ବହୁ ସଂଖ୍ୟକ ବିଜେପି […]

କୋଲକତା: ବିଜେପି ଯାଇ ଭୁଲ କରିଛନ୍ତି ଏବଂ ଟିଏମସିରେ ସାମିଲ ହେବାକୁ ଧାରଣାରେ ବସୁଛନ୍ତି ବିଜେପିର ଅନେକ ନେତା ଓ କର୍ମୀ । ଏବେ ଆଉ ମୋଦିଙ୍କ ବାର୍ତ୍ତା ନୁହେଁ ଦିଦିଙ୍କ ଡ୍ରାମା ଭଲ ଲାଗୁଛି । ପରାଜୟ ପରେ ଏବେ ଘରକୁ ଫେରୁଛନ୍ତି ବିଜେପିର ଅନେକ ନେତା ଓ କର୍ମୀ । ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ନେତାମାନେ ପଶ୍ଚିମବଙ୍ଗ ନିର୍ବାଚନରେ ​​ପରାଜୟ ପରେ ତୃଣମୂଳ କଂଗ୍ରେସ ପାଖକୁ ଫେରୁଛନ୍ତି । ବହୁ ସଂଖ୍ୟକ ବିଜେପି କର୍ମୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସିରେ ଯୋଗଦେବାକୁ ଚାହୁଁଛନ୍ତି ।

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଅକ୍ଟୋବର ୨ରେ CJP ର ମୁମ୍ବାଇ ଆନ୍ଦୋଳନ ଏବଂ ପ୍ରମୁଖ ଦାବି

ତେବେ ଯେଉଁଭଳି ଭାବେ ଏମାନେ ଘରକୁ ଫେରୁଛନ୍ତି ତାହା ଅତ୍ୟନ୍ତ ରୋଚକ ବିଷୟ । ଟିଏମସିରେ ଯୋଗଦେବା ପାଇଁ ଗଙ୍ଗାଜାଲ ଛିଞ୍ଚି ବିଜେପି କର୍ମୀଙ୍କୁ ଶୁଦ୍ଧ କରାଯାଉଛି । ଆଉ ଏହା ପରେ ହିଁ ତାଙ୍କୁ ଟିଏମସିରେ ସାମିଲ କରାଯାଉଛ । ସୂଚନା ଅନୁସାରେ, ବଙ୍ଗଳାର ବୀରଭୂମ ଜିଲ୍ଲାର ସେନ୍ଥିୟା ଅଞ୍ଚଳରେ ୩୫୦ ବିଜେପି କର୍ମୀ ଟିଏମସି କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିଲେ । ସମସ୍ତ କର୍ମକର୍ତ୍ତା ବିଜେପି ଯାଇ ସେମାନେ ଭୁଲ କରିଛନ୍ତି ବୋଲି ମଧ୍ୟ କହିଛନ୍ତି । ଏବଂ ତାଙ୍କୁ ପୁଣି ଟିଏମସିକୁ ଫେରାଇ ନିଆଯିବା ଉଚିତ୍ ବୋଲି କହିଥିଲେ । ପ୍ରାୟ ୪ ଘଣ୍ଟା ଧରି ବିଜେପି କର୍ମୀମାନେ ଧାରଣା ବସିଥିଲେ ।

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଜନ୍ତର-ମନ୍ତରରେ ବିଶାଳ ବିକ୍ଷୋଭ, ଅକ୍ଟୋବର ୧୦କୁ ନେଇ ଚେତାବନୀ

ଚାରି ଘଣ୍ଟା ଧରି ଚାଲିଥିବା ଏହି ହାଇ ଭୋଲଟେଜ୍ ଡ୍ରାମା ପରେ, ଟିଏମସି ପଞ୍ଚାୟତିରାଜ ମୁଖ୍ୟ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଉପରେ ଗଙ୍ଗାଜାଲ ଛିଞ୍ଚି ସେମାନଙ୍କୁ ଶୁଦ୍ଧ କରିଥିଲେ, ପରେ ସେମାନଙ୍କୁ ପାର୍ଟିର ସଦସ୍ୟତା ଦେଇଥିଲେ । ତେବେ ଏନେଇ ବିଜେପି କର୍ମୀମାନେ ମଧ୍ୟ ଉତ୍ସାହିତ ଥିଲେ। ଏହା କେବଳ ଛୋଟମୋଟ କର୍ମକର୍ତ୍ତାଙ୍କ ପାଇଁ ନଥିଲା, ଦଳର ଅନେକ ଭେଟେରାନ ବିଜେପି ନେତାମାନେ ମଧ୍ୟ ପରାଜୟ ପରେ ଟିଏମସି ରେ ସାମିଲ ହେଉଥିବାର ନଜରକୁ ଆସିଛି ।

ଆହୁରି ପଢ଼ନ୍ତୁ: ଅପରାଧୀଙ୍କ ମନରେ ଭୟ ସୃଷ୍ଟି କର: ଦିଲ୍ଲୀରେ ବଢ଼ୁଥିବା ଦୁଷ୍କର୍ମ ଘଟଣାକୁ ନେଇ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର