ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରେ ଗରା, ବାଲଟି ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

Madhusudan Das Picture
Published On

ବାଙ୍କୀ : ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରେ ଗରା ବାଲଟି ଥୋଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ବାଙ୍କୀ, ଆଠଗଡ଼, କଟକ ଯାତାୟତ ସମ୍ପୂର୍ଣ୍ଣ ଠପ । ଅଟକି ରହିଛି ଶହ ଶହ ଗାଡ଼ି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ପାଟପୁର ଗ୍ରାମରୁ ଆସିଛି ଏଭଳି ଖବର । 

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ସୂଚନା ଅନୁଯାୟୀ, ପାଟପୁର ଗ୍ରାମରେ ଦିର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ବେଳେ ଏନେଇ ସ୍ତାନୀୟ ପ୍ରଶାସନକୁ ଗୁହାରୀ କରିଥିଲେ ଗ୍ରାମବାସୀ । ବର୍ତ୍ତମାନ ଖରା ବଢ଼ିଥିବାରୁ ପାଣି ଅଭାବ ହୋଇଛି । ହେଲେ ଏନେଇ ପ୍ରଶାସନିକ ଅଧିକାରୀ କୌଣସି କର୍ଣ୍ଣପାତ ନକରିବାରୁ ଆଜି ପାଟପୁର ଗ୍ରାମର ଶତାଧିକ ଗ୍ରାମବାସୀ ରାସ୍ତାରେ ଗରା, ବାଲଟି ରଖି ବାଙ୍କୀ କଟକ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ତେବେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିବାରୁ ଅଟକି ରହିଛି ଶହ ଶହ ଯାନବାହନ ।ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି । 

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ, ୧୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

23 Mar 2026 By Madhusudan Das

ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରେ ଗରା, ବାଲଟି ରଖି ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବାଙ୍କୀ : ଶୁଣିଲାନି ପ୍ରଶାସନ, ପାଣି ପାଇଁ ରାସ୍ତାରେ ଗରା ବାଲଟି ଥୋଇ ରାସ୍ତା ଅବରୋଧ କଲେ ଗ୍ରାମବାସୀ । ବାଙ୍କୀ, ଆଠଗଡ଼, କଟକ ଯାତାୟତ ସମ୍ପୂର୍ଣ୍ଣ ଠପ । ଅଟକି ରହିଛି ଶହ ଶହ ଗାଡ଼ି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ପାଟପୁର ଗ୍ରାମରୁ ଆସିଛି ଏଭଳି ଖବର । 

ସୂଚନା ଅନୁଯାୟୀ, ପାଟପୁର ଗ୍ରାମରେ ଦିର୍ଘ ଦିନ ହେବ ପାନୀୟ ଜଳ ସମସ୍ୟା ଦେଖା ଦେଇଥିବା ବେଳେ ଏନେଇ ସ୍ତାନୀୟ ପ୍ରଶାସନକୁ ଗୁହାରୀ କରିଥିଲେ ଗ୍ରାମବାସୀ । ବର୍ତ୍ତମାନ ଖରା ବଢ଼ିଥିବାରୁ ପାଣି ଅଭାବ ହୋଇଛି । ହେଲେ ଏନେଇ ପ୍ରଶାସନିକ ଅଧିକାରୀ କୌଣସି କର୍ଣ୍ଣପାତ ନକରିବାରୁ ଆଜି ପାଟପୁର ଗ୍ରାମର ଶତାଧିକ ଗ୍ରାମବାସୀ ରାସ୍ତାରେ ଗରା, ବାଲଟି ରଖି ବାଙ୍କୀ କଟକ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ତେବେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରିଥିବାରୁ ଅଟକି ରହିଛି ଶହ ଶହ ଯାନବାହନ ।ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର