କୁଆଡ଼େ ଗଲା ‘ସେଫ୍‌‌ ସିଟି ଡ୍ରାଇଭ୍‌‌’ ଅଭିଯାନ: ରାତି ବଢ଼଼ିଲେ ବଢୁଛି ଅମାନିଆଙ୍କ ଉତ୍ପାତ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସହରକୁ ଅପରାଧୀ ଓ ଅସାମାଜିକଙ୍କ କବଳରୁ ମୁକ୍ତ କରିବା ଲକ୍ଷ୍ୟ ନେଇ କମିସନରେଟ୍‌‌ ପୁଲିସ ପକ୍ଷରୁ ସେଫ୍‌‌ ସିଟି ଡ୍ରାଇଭ୍‌‌ ଅଭିଯାନ ଆରମ୍ଭ ହୋଇଥିଲା। ପିଓପିଡି, ଟିମ୍‌‌ ୬୦ ଓ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ନେଇ ଗଠିତ ଏକ ଟିମ୍‌‌ ବାଇକରେ ସହରର ଗଳିକନ୍ଦିରେ ପଇଁତରା ମାରିବା ସହ ଅସାମାଜିକଙ୍କ ଆଡ୍ଡାରେ ଛାପା ମାରୁଥିଲେ। ହେଲେ ସେସବୁ ଠପ୍‌‌ ହୋଇଯାଇଛି। ଭଗବାନଙ୍କ ଭରସାରେ କଟୁଛି ରାଜଧାନୀର ରାତି। ପୁଲିସର ବେପରୁଆ ମନୋଭାବ ଯୋଗୁଁଁ ସହରରେ ପୁଣିଥରେ ଉତ୍ପାତ କଲେଣି ମଦ୍ୟପ। ବିଶେଷକରି ରାତିରେ ଅମାନିଆଙ୍କ ଉତ୍ପାତ ବଢ଼଼ିଗଲାଣି। ଧରପଗଡ଼ରେ ଶିଥିଳତା, ପିଆର୍‌‌ ବ୍ୟବସ୍ଥାରେ କୋହଳ ଓ ଧିମା ପାଟ୍ରୋଲିଂ ବ୍ୟବସ୍ଥା ଯୋଗୁଁଁ ରାଜଧାନୀରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। 

ଆହୁରି ପଢ଼ନ୍ତୁ: ଥରକେ ୫୦ ଲିଟରରୁ ଅଧିକ ପେଟ୍ରୋଲ ବିକ୍ରି ଉପରେ କଟକଣା, ପେଟ୍ରୋଲ ପମ୍ପଗୁଡ଼ିକୁ ନୋଟିସ୍ ଜାରି

ସଞ୍ଜ ନଇଁଲେ ସାରା ସହରରେ ଆରମ୍ଭ ହୋଇ ଯାଉଛି ଅସାମାଜିକଙ୍କ ଉତ୍ପାତ। ସବୁଦିନ ଛୋଟମୋଟ ଅଘଟଣ ଘଟୁଥିବା ବେଳେ ଗତ ସପ୍ତାହରେ ସାଙ୍ଘାତିକ ଘଟଣା ଘଟିଥିଲା। ୨୨ ତାରିଖ ରାତିରେ ମଦ୍ୟପାନ କରି ଗାଡ଼ି ଚଲାଉଥିବା ତିର୍ତ୍ତୋଲ ଥାନା ଅଞ୍ଚଳର ଶୁଭ୍ରାଂଶୁ ଓ ପ୍ରକାଶ ଏକ ଗାଡ଼ିକୁ ଧକ୍କା ଦେଇଥିଲେ। ପିସିଆର କର୍ମଚାରୀମାନେ ଉଭୟଙ୍କୁ ନିଶାଗ୍ରସ୍ତ କାର୍‌‌ ସହ ଥାନାକୁ ନେଇ ବ୍ରେଥ ଆନାଲାଇଜର ମେସିନ ଦ୍ୱାରା ନିଶାର ପରିମାଣ ଯାଞ୍ଚ କରୁଥିଲେ। ହେଲେ ଦୁଇ ଜଣ ଯାକ ମିଶି ପୁଲିସକୁ ପିଟିଥିଲେ।

ଆହୁରି ପଢ଼ନ୍ତୁ: ତାତିରେ ସିଝୁଛି ସାରା ଓଡ଼ିଶା; ଆଜି ଜାଳିବ, କାଲିଠୁ କାଳବୈଶାଖୀ

ଇଏ ତ ଗଲା ସନ୍ଧ୍ୟା ସମୟର କଥା, ରାତି ହେଲେ ଅମାନିଆଙ୍କ ଉତ୍ପାତ ଆହୁରି ବଢ଼଼ୁଛି। ରାସ୍ତା ଉପରେ ମଦ୍ୟପାନ କରିବା, ସର୍ବସାଧାରଣରେ ଗାଳିଗୁଲଜ କରିବା, ଦ୍ରୁତ ଗତିରେ ଗାଡ଼ି ଚଳାଇବା ଓ ସ୍ନେକି ଡ୍ରାଇଭିଂ କରୁଛନ୍ତି। ତମାଣ୍ଡୋ ଠାରୁ ପଳାସୁଣୀ, ଧଉଳିରୁ ନନ୍ଦନକାନନ ଯାଏଁ ଚାରିଆଡ଼େ ଆତଙ୍କ ଖେଳାଉଛନ୍ତି। କେତୋଟି ହାତ ଗଣତି ସ୍ଥାନକୁ ଛାଡ଼ିଦେଲେ ରାତି ୧୨ଟା ପରେ କେଉଁଠାରେ ବି ପିସିଆର ଭ୍ୟାନ ଦେଖିବାକୁ ମିଳୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ରାଜପଥ ଉପର ଫ୍ଲାଏ ଓଭର ଉପରେ ମଦ୍ୟପାନ କରି ରାସ୍ତାରେ ବୋତଲ ପକାଉଛନ୍ତି। ଫଳରେ ଅନେକ ସମୟରେ ସର୍ଭିସ ରୋଡ୍‌‌ରେ ଯାଉଥିବା ଯାତ୍ରୀ ଆହତ ହେଉଥିବା ବେଳେ ଭଙ୍ଗା କାଚ ବୋତଲ ପଶି ଗାଡ଼ି ପଙ୍କଚର୍‌‌ ହେଉଛି। ଅଧିକାଂଶ ସମୟରେ ରଙ୍ଗରୁଟ୍‌‌ରେ ଗାଡ଼ି ଚଳାଇବା ଦ୍ୱାରା ଯାତ୍ରୀମାନେ ବିଳମ୍ବିତ ରାତିରେ ଯାତାୟତ କରୁଥିବା ଯାତ୍ରୀ ଦୁର୍ଘଟଣାର ଶିକାର ହେଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କୌଣସି ଜରୁରୀ କାମରେ ରାସ୍ତାରେ ଯାତାୟତ କରୁଥିବା ଦମ୍ପତିଙ୍କୁ କଟୁ ସମାଲୋଚନା ଏବଂ ଅସଭ୍ୟ ଗାଳିଗୁଲର ଶିକାର ହେବାକୁ ପଡ଼ୁଛି। ଅନେକ ସମୟରେ ପିସିଆର୍‌‌ ଦେଖା ମିଳୁ ନ ଥିବା ବେଳେ ଅଧିକାଂଶ ସମୟରେ ପିସିଆର୍‌‌ କର୍ମଚାରୀଙ୍କ ଉପସ୍ଥିତିରେ ଏଭଳି ହେଉଛି। ପିସିଆର୍‌‌ ଗୋଡ଼ାଇବା ବେଳକୁ ସେମାନେ ଚତୁରତାର ସହ ଖସି ଯାଉଛନ୍ତି। 

ଆହୁରି ପଢ଼ନ୍ତୁ: ଅନୁଗୁଳରେ ମହିଳା ହାବିଲଦାରଙ୍କୁ ନିର୍ଯାତନା ମାମଲା: ବଦଳିଲେ RI ଗୋବିନ୍ଦ ମାହାରୀ

ପୂର୍ବରୁ ପ୍ରତି ସପ୍ତାହର ଶନି, ରବି ଓ ବୁଧବାର ରାତିରେ ସହରର ସମସ୍ତ ଥାନା ଅଞ୍ଚଳର ଟ୍ରାଞ୍ଜିଟ୍‌‌ ପଏଣ୍ଟରେ ମଦ୍ୟପ ଚାଳକଙ୍କ ଗାଡ଼ିକୁ ଅଟକାଇ ବ୍ରେଥ୍‌‌ ଆନାଲାଇଜର ଦ୍ୱାରା ଚାଳକଙ୍କର ନିଶା ସେବନର ପରିମାଣ ଯାଞ୍ଚ କରାଯାଉଥିଲା। ପ୍ରତିଦିନ ୧୦୦ରୁ ଅଧିକ ଗାଡି ଜବତ କରାଯାଇ ପ୍ରୋସିକ୍ୟୁସନ୍‌‌ ରିପୋର୍ଟ ଦିଆଯାଉଥିଲା। ଫଳରେ ଗାଡି ମାଲିକ ମୋଟା ଅଙ୍କର ଜରିମାନା ଭରିବା ସହିତ ୨/୩ ଦିନ ଧରି କୋର୍ଟରେ ଚକ୍କର କାଟିବା ପରେ ଗାଡି ଫେରି ପାଉଥିଲେ। ଧରପଗଡ଼ ଜୋରଦାର ହେବାରୁ ମଦ୍ୟପ ଗାଡି ସଂଖ୍ୟା କ୍ରମଶଃ ହ୍ରାସ ହୋଇଥିଲା। ହେଲେ ଏସବୁ ଏବେ ଶିଥିଳ ପଡ଼ିଯାଇଛି। ପୁଲିସର ଏହି ସବୁ ବେପରୁଆ ବା କୋହଳ ମନୋବୃତ୍ତି ମଦୁଆ ଚାଳକ ଓ ଅସାମାଜିକ ତତ୍ତ୍ୱଙ୍କୁ ସୁହାଇବା ସହ ବଳ ଯୋଗାଉଥିବା ଅଭିଯୋଗ ହୋଇଛି। 

ଝିମିଟି ଖେଳରୁ ମହାଭାରତ ଭଳି ମେଜର ଓ ବାନ୍ଧବୀଙ୍କୁ ମଦ୍ୟପଙ୍କ ଅସଦାଚରଣ ଘଟଣା ବଡ଼ ରୂପ ଧାରଣ କରିଥିଲା। ଏହି ଘଟଣା ଯେତିକି ଚାଞ୍ଚଲ୍ୟକର, ସେତିକି ସମ୍ବେଦନଶୀଳ ମଧ୍ୟ ଥିଲା। ମାତ୍ର ଏହି ଘଟଣାରୁ କମିସନରେଟ୍‌‌ ପୁଲିସ କିଛି ଶିଖିଲା ପରି ମନେ ହେଉନାହିଁ।

30 Oct 2025 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର