ବୁଥ୍‌‌ ନ ପାଇ ହଟହଟା ଭୋଟର୍‌‌: ବାଉଳା କରୁଛି ବୁଥ୍‌‌, କେଉଁଠି ଦେବୁ ଭୋଟ୍‌‌…

The Sakala Picture
Published On

ଭୁବନେଶ୍ୱର:  ଆସନ୍ତା ୨୫ରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନସ୍ଥ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟଗ୍ରହଣ ହେବ। ଲକ୍ଷାଧିକ ଲୋକ ଭୋଟ୍‌‌ ଦେଇ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବେ। ଏହାର ଅବ୍ୟବହିତ ପୂର୍ବରୁ କେଉଁ ବୁଥ୍‌‌ରେ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ, ତାକୁ ନେଇ ଲୋକଙ୍କ ଭିତରେ ଜିଜ୍ଞାସା ସୃଷ୍ଟି ହେଲାଣି। ଫଳସ୍ୱରୂପ କିଛି ଲୋକ ସ୍ଥାନୀୟ ବିଏଲ୍‌‌ଓଙ୍କଠାରୁ ଚିରକୁଟ୍‌‌ ଗ୍ରହଣ କରୁଥିବାବେଳେ ଆଉ କିଛି ଲୋକ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ […]

ଭୁବନେଶ୍ୱର:  ଆସନ୍ତା ୨୫ରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନସ୍ଥ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟଗ୍ରହଣ ହେବ। ଲକ୍ଷାଧିକ ଲୋକ ଭୋଟ୍‌‌ ଦେଇ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବେ। ଏହାର ଅବ୍ୟବହିତ ପୂର୍ବରୁ କେଉଁ ବୁଥ୍‌‌ରେ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ, ତାକୁ ନେଇ ଲୋକଙ୍କ ଭିତରେ ଜିଜ୍ଞାସା ସୃଷ୍ଟି ହେଲାଣି। ଫଳସ୍ୱରୂପ କିଛି ଲୋକ ସ୍ଥାନୀୟ ବିଏଲ୍‌‌ଓଙ୍କଠାରୁ ଚିରକୁଟ୍‌‌ ଗ୍ରହଣ କରୁଥିବାବେଳେ ଆଉ କିଛି ଲୋକ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ମୋବାଇଲ୍‌‌ ଆପ୍ଲିକେସନ୍‌‌କୁ ବ୍ୟବହାର କରି ନିଜର ବୁଥ୍‌‌ ବିଷୟରେ ଜାଣୁଛନ୍ତି। ଏଭଳି ପରିସ୍ଥିତିରେ ଚିରକୁଟ୍‌‌ ଓ ଆପ୍ଲିକେସନ୍‌‌ରେ ଗୋଟିଏ ବୁଥ୍‌‌ ଦେଖାଉଥିବାବେଳେ ବିଏଲ୍‌‌ଓ ଆଉ ଗୋଟେ ବୁଥ୍‌‌ କଥା କହୁଛନ୍ତି। ଫଳରେ ସାଧାରଣ ଲୋକ ହଟହଟା ହେଉଛନ୍ତି। କେଉଁ ବୁଥ୍‌‌ରେ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିବେ ତାକୁ ନେଇ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛନ୍ତି ସାଧାରଣ ନାଗରିକ। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭିଏସ୍‌‌ଏସ୍‌‌ ନଗର ବାସିନ୍ଦା ଶୁକ୍ରବାର ଚିର୍‌‌କୁଟ୍‌‌ ଗ୍ରହଣ କରିବା ପରେ ଏଭଳି ଅଭିଯୋଗ ଆଣିଛନ୍ତି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

ସୂଚନା ଅନୁସାରେ, ବିଏମ୍‌‌ସିର ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସ୍‌‌ଏସ୍‌‌ ନଗର ଅଞ୍ଚଳର ଚନ୍ଦ୍ରଶେଖର ଦାସ ନାମକ ଜଣେ ବ୍ୟକ୍ତି ଚିର୍‌‌କୁଟ୍‌‌ ପାଇଁ ସ୍ଥାନୀୟ ସୁରେନ୍ଦ୍ର ସାଏ ହାଇସ୍କୁ୍‌‌ଲ୍‌‌କୁ ଯାଇଥିଲେ। ସେଠାରେ ବିଏଲ୍‌‌ଓ ତାଙ୍କୁ ଚିର୍‌‌କୁଟ୍‌‌ ଦେଇଥିଲେ। ସେଥିରେ ମତଦାନ କେନ୍ଦ୍ରର ନାମ ବୀର ସୁରେନ୍ଦ୍ର ସାଏ ଲେଖାଥିବାବେଳେ ବିଏଲ୍‌‌ଓ ତାଙ୍କୁ ସୁରେନ୍ଦ୍ର ସାଏ ହାଇସ୍କୁଲ୍‌‌ରେ ତାଙ୍କର ମତଦାନ କେନ୍ଦ୍ର ହୋଇଥିବା କହିଥିଲେ। ବୀର ସୁରେନ୍ଦ୍ର ସାଏ ସ୍କୁଲ ତାଙ୍କ ପାରମ୍ପରିକ ବୁଥ୍‌‌। ଭୋଟର୍‌‌ ଆପ୍‌‌ରେ ମଧ୍ୟ ଏହା ହିଁ ଉପଲବ୍ଧ ଅଛି। ହେଲେ ବିଏଲ୍‌‌ଓଙ୍କ କଥାନୁସାରେ କେବଳ ଚନ୍ଦ୍ରଶେଖର ନୁହନ୍ତି, ପାଖାପାଖି ୧୧ଶହ ଲୋକଙ୍କର ଚିରୁକୁଟ୍‌‌ରେ ବୀର ସୁରେନ୍ଦ୍ର ସାଏ ସ୍କୁଲର ନାଁ ଥିବାବେଳେ ବାସ୍ତବରେ ତାଙ୍କର ସୁରେନ୍ଦ୍ର ସାଏ ହାଇସ୍କୁଲ ବୋଲି କହିଛନ୍ତି। ତେଣୁ ଚିରକୁଟ୍‌‌, ଆପ୍ଲିକେସନ୍‌‌ ଓ ବିଏଲଓଙ୍କ କଥା ମିଶୁ ନ ଥିବାବେଳେ ଭୋଟର୍‌‌ କେଉଁଠି ଭୋଟ୍‌‌ ଦେବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଲାଣି। ଏଭଳି ବିନା କୌଣସି ସୂଚନାରେ ବୁଥ୍‌‌ ପରିବର୍ତ୍ତନ ହୋଇଥିବାବେଳେ ଭୋଟର୍‌‌ ମତଦାନବେଳେ ହଟହଟା ହେବାର ଆଶଙ୍କା ଉପୁଜୁଛି।

ଆହୁରି ପଢ଼ନ୍ତୁ: ବର୍ଷକୁ ୧୦ ଦିନ ବିନା ବ୍ୟାଗ୍‌ରେ ସ୍କୁଲ୍‌ ଆସିବେ ପିଲା, ଜାତୀୟ ଶିକ୍ଷା ନୀତି-୨୦୨୦କୁ ଲାଗୁ ନିଷ୍ପତ୍ତି

ଚନ୍ଦ୍ରଶେଖର ଏ ସମ୍ପର୍କରେ ଜାଣିବା ପାଇଁ ଡିଇଓ ସହାୟତା ନମ୍ବର ୧୯୫୦ରେ କଲ୍‌‌ କରି ଏହି ସମସ୍ୟା ବିଷୟରେ ଜଣାଇଥିଲେ। ସେମାନେ କହିଥିଲେ ଯେ, ଏ ବାବଦରେ ବିଏଲ୍‌‌ଓମାନେ ଭୋଟର୍‌‌ଙ୍କୁ ଅବଗତ କରାଇବା କଥା। ଏମିତି ହୋଇଥିଲେ ଆପ୍ଲିକେସନ୍‌‌ରେ ମଧ୍ୟ ପରିବର୍ତ୍ତନ କରିବା ନେଇ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ବିଏଲ୍‌‌ଓମାନେ ଚିରକୁଟ୍‌‌ ବାଣ୍ଟିବାର ନିୟମ ଥିଲେ ହେଁ ସେମାନେ ସମସ୍ତଙ୍କ ପାଖରେ ଚିର୍‌‌କୁଟ୍‌‌ ପହଞ୍ଚାଉନାହାନ୍ତି। ତେଣୁ ଅଧିକାଂଶ ଲୋକ ଭୋଟ୍‌‌ ଦେବାବେଳେ ହଟାହଟା ହେଉଛନ୍ତି। ଗୋଟିଏ ପଟେ ଭୋଟ୍‌‌ ହାର ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଗ ଚେଷ୍ଟା କରୁଥିବାବେଳେ ଅନ୍ୟପକ୍ଷରେ ଏଭଳି ବୁଥ୍‌‌ ଚିହ୍ନଟରେ ଏଭଳି ଅସଙ୍ଗିତ ଯୋଗୁଁ ଏକାଧିକ ଲୋକ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବାରେ ବିଫଳ ହେଉଛନ୍ତି। ନିର୍ବାଚନ ଆୟୋଗ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ ଏ ତ୍ରୁଟି ସୁଧାରିବା ପାଇଁ ସାଧାରଣରେ ଦାବି ହେଉଛି।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ଶାଶୁ ଓ ଶ୍ୱଶୁରଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ଜ୍ୱାଇଁ

18 May 2024 By The Sakala

ବୁଥ୍‌‌ ନ ପାଇ ହଟହଟା ଭୋଟର୍‌‌: ବାଉଳା କରୁଛି ବୁଥ୍‌‌, କେଉଁଠି ଦେବୁ ଭୋଟ୍‌‌…

ଭୁବନେଶ୍ୱର:  ଆସନ୍ତା ୨୫ରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଓ ଏହା ଅଧୀନସ୍ଥ ସମସ୍ତ ବିଧାନସଭା କ୍ଷେତ୍ରରେ ଭୋଟଗ୍ରହଣ ହେବ। ଲକ୍ଷାଧିକ ଲୋକ ଭୋଟ୍‌‌ ଦେଇ ଗଣତନ୍ତ୍ରର ଏହି ମହାପର୍ବରେ ସାମିଲ ହେବେ। ଏହାର ଅବ୍ୟବହିତ ପୂର୍ବରୁ କେଉଁ ବୁଥ୍‌‌ରେ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବେ, ତାକୁ ନେଇ ଲୋକଙ୍କ ଭିତରେ ଜିଜ୍ଞାସା ସୃଷ୍ଟି ହେଲାଣି। ଫଳସ୍ୱରୂପ କିଛି ଲୋକ ସ୍ଥାନୀୟ ବିଏଲ୍‌‌ଓଙ୍କଠାରୁ ଚିରକୁଟ୍‌‌ ଗ୍ରହଣ କରୁଥିବାବେଳେ ଆଉ କିଛି ଲୋକ ଭାରତୀୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ହୋଇଥିବା ମୋବାଇଲ୍‌‌ ଆପ୍ଲିକେସନ୍‌‌କୁ ବ୍ୟବହାର କରି ନିଜର ବୁଥ୍‌‌ ବିଷୟରେ ଜାଣୁଛନ୍ତି। ଏଭଳି ପରିସ୍ଥିତିରେ ଚିରକୁଟ୍‌‌ ଓ ଆପ୍ଲିକେସନ୍‌‌ରେ ଗୋଟିଏ ବୁଥ୍‌‌ ଦେଖାଉଥିବାବେଳେ ବିଏଲ୍‌‌ଓ ଆଉ ଗୋଟେ ବୁଥ୍‌‌ କଥା କହୁଛନ୍ତି। ଫଳରେ ସାଧାରଣ ଲୋକ ହଟହଟା ହେଉଛନ୍ତି। କେଉଁ ବୁଥ୍‌‌ରେ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିବେ ତାକୁ ନେଇ ଦ୍ୱନ୍ଦ୍ୱର ସମ୍ମୁଖୀନ ହେଉଛନ୍ତି ସାଧାରଣ ନାଗରିକ। ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭିଏସ୍‌‌ଏସ୍‌‌ ନଗର ବାସିନ୍ଦା ଶୁକ୍ରବାର ଚିର୍‌‌କୁଟ୍‌‌ ଗ୍ରହଣ କରିବା ପରେ ଏଭଳି ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ବିଏମ୍‌‌ସିର ୧୧ନମ୍ବର ୱାର୍ଡ ଅନ୍ତର୍ଗତ ଭିଏସ୍‌‌ଏସ୍‌‌ ନଗର ଅଞ୍ଚଳର ଚନ୍ଦ୍ରଶେଖର ଦାସ ନାମକ ଜଣେ ବ୍ୟକ୍ତି ଚିର୍‌‌କୁଟ୍‌‌ ପାଇଁ ସ୍ଥାନୀୟ ସୁରେନ୍ଦ୍ର ସାଏ ହାଇସ୍କୁ୍‌‌ଲ୍‌‌କୁ ଯାଇଥିଲେ। ସେଠାରେ ବିଏଲ୍‌‌ଓ ତାଙ୍କୁ ଚିର୍‌‌କୁଟ୍‌‌ ଦେଇଥିଲେ। ସେଥିରେ ମତଦାନ କେନ୍ଦ୍ରର ନାମ ବୀର ସୁରେନ୍ଦ୍ର ସାଏ ଲେଖାଥିବାବେଳେ ବିଏଲ୍‌‌ଓ ତାଙ୍କୁ ସୁରେନ୍ଦ୍ର ସାଏ ହାଇସ୍କୁଲ୍‌‌ରେ ତାଙ୍କର ମତଦାନ କେନ୍ଦ୍ର ହୋଇଥିବା କହିଥିଲେ। ବୀର ସୁରେନ୍ଦ୍ର ସାଏ ସ୍କୁଲ ତାଙ୍କ ପାରମ୍ପରିକ ବୁଥ୍‌‌। ଭୋଟର୍‌‌ ଆପ୍‌‌ରେ ମଧ୍ୟ ଏହା ହିଁ ଉପଲବ୍ଧ ଅଛି। ହେଲେ ବିଏଲ୍‌‌ଓଙ୍କ କଥାନୁସାରେ କେବଳ ଚନ୍ଦ୍ରଶେଖର ନୁହନ୍ତି, ପାଖାପାଖି ୧୧ଶହ ଲୋକଙ୍କର ଚିରୁକୁଟ୍‌‌ରେ ବୀର ସୁରେନ୍ଦ୍ର ସାଏ ସ୍କୁଲର ନାଁ ଥିବାବେଳେ ବାସ୍ତବରେ ତାଙ୍କର ସୁରେନ୍ଦ୍ର ସାଏ ହାଇସ୍କୁଲ ବୋଲି କହିଛନ୍ତି। ତେଣୁ ଚିରକୁଟ୍‌‌, ଆପ୍ଲିକେସନ୍‌‌ ଓ ବିଏଲଓଙ୍କ କଥା ମିଶୁ ନ ଥିବାବେଳେ ଭୋଟର୍‌‌ କେଉଁଠି ଭୋଟ୍‌‌ ଦେବେ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଲାଣି। ଏଭଳି ବିନା କୌଣସି ସୂଚନାରେ ବୁଥ୍‌‌ ପରିବର୍ତ୍ତନ ହୋଇଥିବାବେଳେ ଭୋଟର୍‌‌ ମତଦାନବେଳେ ହଟହଟା ହେବାର ଆଶଙ୍କା ଉପୁଜୁଛି।

ଚନ୍ଦ୍ରଶେଖର ଏ ସମ୍ପର୍କରେ ଜାଣିବା ପାଇଁ ଡିଇଓ ସହାୟତା ନମ୍ବର ୧୯୫୦ରେ କଲ୍‌‌ କରି ଏହି ସମସ୍ୟା ବିଷୟରେ ଜଣାଇଥିଲେ। ସେମାନେ କହିଥିଲେ ଯେ, ଏ ବାବଦରେ ବିଏଲ୍‌‌ଓମାନେ ଭୋଟର୍‌‌ଙ୍କୁ ଅବଗତ କରାଇବା କଥା। ଏମିତି ହୋଇଥିଲେ ଆପ୍ଲିକେସନ୍‌‌ରେ ମଧ୍ୟ ପରିବର୍ତ୍ତନ କରିବା ନେଇ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ବିଏଲ୍‌‌ଓମାନେ ଚିରକୁଟ୍‌‌ ବାଣ୍ଟିବାର ନିୟମ ଥିଲେ ହେଁ ସେମାନେ ସମସ୍ତଙ୍କ ପାଖରେ ଚିର୍‌‌କୁଟ୍‌‌ ପହଞ୍ଚାଉନାହାନ୍ତି। ତେଣୁ ଅଧିକାଂଶ ଲୋକ ଭୋଟ୍‌‌ ଦେବାବେଳେ ହଟାହଟା ହେଉଛନ୍ତି। ଗୋଟିଏ ପଟେ ଭୋଟ୍‌‌ ହାର ବୃଦ୍ଧି କରିବା ପାଇଁ ନିର୍ବାଚନ ଆୟୋଗ ଚେଷ୍ଟା କରୁଥିବାବେଳେ ଅନ୍ୟପକ୍ଷରେ ଏଭଳି ବୁଥ୍‌‌ ଚିହ୍ନଟରେ ଏଭଳି ଅସଙ୍ଗିତ ଯୋଗୁଁ ଏକାଧିକ ଲୋକ ନିଜର ବହୁମୂଲ୍ୟ ମତ ସାବ୍ୟସ୍ତ କରିବାରେ ବିଫଳ ହେଉଛନ୍ତି। ନିର୍ବାଚନ ଆୟୋଗ ଏହା ଉପରେ ତୁରନ୍ତ ଦୃଷ୍ଟି ଦେଇ ଏ ତ୍ରୁଟି ସୁଧାରିବା ପାଇଁ ସାଧାରଣରେ ଦାବି ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର