ମୃତ୍ୟୁ ପରେ ବି ଅମର, ଅନ୍ୟକୁ ଜୀବନ ଦେବେ ଦମୟନ୍ତୀ

The Sakala Picture
Published On

ଭୁବନେଶ୍ବର: ମୃତ୍ୟୁ ପରେ ବି ଅମର ।  ଜୀବିତ ନ ଥାଇ ମଧ୍ୟ ଅନ୍ୟର ଜୀବନ ବଞ୍ଚାଇବା ଏକ ମହାନ ଲୋକଙ୍କ ଦ୍ବାରା ହିଁ ସମ୍ଭବ ହୋଇଥାଏ।  ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ପ୍ରଥମଥର ପାଇଁ ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବିଶେଷଜ୍ଞମାନେ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌ ଘୋଷିତ ହୋଇଥିବା ଜଣେ ୧୪ […]

ଭୁବନେଶ୍ବର: ମୃତ୍ୟୁ ପରେ ବି ଅମର ।  ଜୀବିତ ନ ଥାଇ ମଧ୍ୟ ଅନ୍ୟର ଜୀବନ ବଞ୍ଚାଇବା ଏକ ମହାନ ଲୋକଙ୍କ ଦ୍ବାରା ହିଁ ସମ୍ଭବ ହୋଇଥାଏ।  ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ପ୍ରଥମଥର ପାଇଁ ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବିଶେଷଜ୍ଞମାନେ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌ ଘୋଷିତ ହୋଇଥିବା ଜଣେ ୧୪ ବର୍ଷୀୟ ନବମ ଶ୍ରେଣୀ ଛାତ୍ରୀଙ୍କ ଶରୀରରୁ ସଫଳତାର ସହିତ ଯକୃତ(ଲିଭର୍‌) ପୁନରୁଦ୍ଧାର କରିବାରେ ସଫଳତା ହାସଲ କରିଛନ୍ତି। ଏହି ଯକୃତକୁ ନୂଆଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ ହସ୍‌ପିଟାଲକୁ ବିମାନ ଯୋଗେ ପଠାଯାଇଛି।

ଆହୁରି ପଢ଼ନ୍ତୁ: କାକବନ୍ଧ ଆଶ୍ରମ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ମାମଲା: ବିଜେଡିର ୧୨ଘଣ୍ଟିଆ ମୟୂରଭଞ୍ଜ ହରତାଳ

ଏହି ଅଙ୍ଗକୁ ଶୀଘ୍ର ଏବଂ ବିନା ବାଧାରେ ଏମ୍‌ସରୁ ବିମାନବନ୍ଦରକୁ ଯିବା ନିମନ୍ତେ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ଗ୍ରୀନ୍‌ କରିଡର୍‌ର ବ୍ୟବସ୍ଥା କରାଯାଇଥିଲା। ସମାଜରେ ଉଦାହରଣ ସୃଷ୍ଟି କରିଥିବା ମୂଳତଃ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଏବଂ ବର୍ତ୍ତମାନ ଭୁବନେଶ୍ବରରେ ରହୁଥିବା ବନୀତା ଏବଂ ଦୁଖବନ୍ଧୁ ମହାନ୍ତଙ୍କ କନ୍ୟାଙ୍କ ଯକୃତ ଆଜି ନୂଆଦିଲ୍ଲୀ ପଠାଯାଇଛି। ବିଗତ କିଛି ମାସ ଧରି କିଡ୍‌ନୀ(ବୃକକ୍‌) ରୋଗରେ ପିଡ଼ୀତ ଥିବା ବନୀତା ଏବଂ ଦୁଖବନ୍ଧୁଙ୍କ ଝିଅଙ୍କର ଡାଇଲେସିସ୍‌ ଚାଲିଥିଲା। ମାତ୍ର ମସ୍ତିସ୍କାଘାତର ଶିକାର ହୋଇ ଉକ୍ତ ୧୪ବର୍ଷୀୟ ଛାତ୍ରୀ ଜଣଙ୍କ ଚଳିତ ମାସ ୧୫ ତାରିଖରେ ଏମ୍‌ସରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ଭେଷଜ(ମେଡିସିନ୍‌) ବିଭାଗରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇ ଚିକିତ୍ସା କରାଯାଉଥିଲା। ମାତ୍ର ସମସ୍ତ ପ୍ରୟାସ ସତ୍ତ୍ବେ ଛାତ୍ରୀଜଣଙ୍କ କୋମାକୁ ଚାଲିଯାଇଥିଲେ। ସମସ୍ତ ଚିକିତ୍ସା ସତ୍ତ୍ବେ ସୁସ୍ଥ ହେବାର କୌଣସି ଲକ୍ଷଣ ଦେଖାନଯିବାରୁ ପିତାମାତାଙ୍କ ଅନୁମତି ସହିତ ବିଶେଷଜ୍ଞ ଦଳ ନିର୍ଦ୍ଧାରିତ ଡାକ୍ତରୀ ପରୀକ୍ଷା କରିବା ସହିତ ଆପ୍ନିଆ ପରୀକ୍ଷଣ କରି ଛାତ୍ରୀଜଣଙ୍କୁ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌ ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ଏଥିସହିତ ମାନବତାର ସର୍ବଶ୍ରେଷ୍ଠ ନିଦର୍ଶନ ପୂର୍ବକ ତାଙ୍କ ଝିଅର ଅଙ୍ଗଦାନ କରିବାକୁ ନିଷ୍ପତି ନେଇଥିଲେ ବନୀତା ଏବଂ ଦୁଖବନ୍ଧୁ। ଯଦି ତାଙ୍କ ଝିଅର କୌଣସି ଅଙ୍ଗ କାରଣରୁ ଅନ୍ୟ କାହାର ଜୀବନ ବଞ୍ଚିପାରିବ ତେବେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଆଶୀର୍ବାଦ ହେବ ବୋଲି ମତ ଦେଇଥିଲେ ବନୀତା ଏବଂ ଦୁଖବନ୍ଧୁ। ଅନ୍ୟର ଜୀବନ ବଞ୍ଚିପାରିଲେ ତାଙ୍କ ଝିଅ ମଧ୍ୟ ବଞ୍ଚିରହିବାର ଅନୁଭବ ହୋଇପାରିବ। ଏପରି ମହତ ଉଦ୍ଦେଶ୍ୟରେ ନିଜ ଝିଅଙ୍କ ଯକୃତ ଦାନ କରିବାକୁ ନିଷ୍ପତି ନେଇଥିଲେ ପିତାମାତା। ଏହି କ୍ରମରେ ଏମ୍‌ସ ଭୁବନେଶ୍ବର ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଥିଲା। ଜଣେ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଜନଗଣନା କରିବା ବାହାନାରେ ଆସିଲା, ବେକରେ ଛୁରୀ ଲଗାଇ ଫୋନ ଓ ମଙ୍ଗଳସୂତ୍ର ନେଇଗଲା ଲୁଟେରା

ଏହି ପ୍ରକ୍ରିୟାର ନେତୃତ୍ବ ନେଇଥିବା ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସର୍ବପ୍ରଥମେ ଅଙ୍ଗଦାନ କରିଥିବା ଦିବଂଗତ ଛାତ୍ରୀଙ୍କ ପିତାମାତାଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଦାର ଏବଂ ବିଶାଳ ସହୃଦୟତା ଦେଖାଇ ବନୀତା ଏବଂ ଦୁଃଖବନ୍ଧୁ ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି। ଏମ୍‌ସ ଭୁବନେଶ୍ବର ସବୁବେଳେ ନୂତନ ବ୍ୟବସ୍ଥା ଆରମ୍ଭ କରି ସ୍ବାସ୍ଥ୍ୟସେବାକୁ ଉଚ୍ଚସ୍ତରକୁ ନେଇଥାଏ। ଏଠାରେ ବୃକକ୍‌ ପ୍ରତିରୋପଣ ସଫଳତାର ସହିତ ଜାରି ରହିଥିବା ବେଳେ, ଆଜିର ଏହି ପ୍ରକ୍ରିୟା ଯକୃତ ପ୍ରତିରୋପଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବାରେ ଆଉ ଏକ ପଦକ୍ଷେପ ବୋଲି ଡ. ବିଶ୍ବାସ ମତ ଦେଇଛନ୍ତି।

ଏମ୍‌ସ ମେଡିସିନ୍‌ ବିଭାଗର ସହକାରୀ ପ୍ରଫେସର୍‌ ଡ. ଶ୍ରୀକାନ୍ତ ବେହେରା ସମସ୍ତ ପ୍ରକ୍ରିୟାକୁ ସଫଳତାର ସହିତ ସଂଯୋଜନା କରିଥିଲେ। ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗର ଡ. ବ୍ରହ୍ମଦତ୍ତ ପଟ୍ଟନାୟକ ଅଙ୍ଗ ପୁନରୁଦ୍ଧାର ସର୍ଜନଙ୍କ ଟିମ୍‌ରେ ସାମିଲ ଥିଲେ।

ନିଜ ଝିଅର ଅଙ୍ଗ ପୁନରୁଦ୍ଧାର ହୋଇ ବିମାନବନ୍ଦରକୁ ଯାଉଥିବାବେଳେ ବନୀତା ଏବଂ ଦୁଖବନ୍ଧୁଙ୍କ ଆଖିରୁ ଅବିଶ୍ରାନ୍ତ ଭାବେ ବହିଚାଲିଥିବା ଅଶ୍ରୁ ପିତାମାତାଙ୍କ ହୃଦୟର ବ୍ୟଥାକୁ ବୟାନ କରୁଥିଲା। ମାତ୍ର ଏହା ସତ୍ତ୍ବେ ଜଣେ ଅଜଣାର ଜୀବନ ବଞ୍ଚାଇବାକୁ ଉଭୟ ଦମ୍ପତ୍ତି ନେଇଥିବା ସାହସିକ ପଦକ୍ଷେପ କାଳ କାଳକୁ ମନେ ରହିବବୋଲି ଉପସ୍ଥିତ ସମସ୍ତ ଚିକିତ୍ସକ, କର୍ମଚାରୀ ଏବଂ ସାଧାରଣ ଜନତା ମତବ୍ୟକ୍ତ କରିଥିଲେ।

23 Feb 2024 By The Sakala

ମୃତ୍ୟୁ ପରେ ବି ଅମର, ଅନ୍ୟକୁ ଜୀବନ ଦେବେ ଦମୟନ୍ତୀ

ଭୁବନେଶ୍ବର: ମୃତ୍ୟୁ ପରେ ବି ଅମର ।  ଜୀବିତ ନ ଥାଇ ମଧ୍ୟ ଅନ୍ୟର ଜୀବନ ବଞ୍ଚାଇବା ଏକ ମହାନ ଲୋକଙ୍କ ଦ୍ବାରା ହିଁ ସମ୍ଭବ ହୋଇଥାଏ।  ପ୍ରତିରୋପଣ ସେବା କ୍ଷେତ୍ରରେ ନିଜର ପାରଦର୍ଶିତାକୁ ବଜାୟ ରଖିବା ସହିତ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର କରି ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି ଏମ୍‌ସ ଭୁବନେଶ୍ବର। ପ୍ରଥମଥର ପାଇଁ ଆଜି ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ବିଶେଷଜ୍ଞମାନେ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌ ଘୋଷିତ ହୋଇଥିବା ଜଣେ ୧୪ ବର୍ଷୀୟ ନବମ ଶ୍ରେଣୀ ଛାତ୍ରୀଙ୍କ ଶରୀରରୁ ସଫଳତାର ସହିତ ଯକୃତ(ଲିଭର୍‌) ପୁନରୁଦ୍ଧାର କରିବାରେ ସଫଳତା ହାସଲ କରିଛନ୍ତି। ଏହି ଯକୃତକୁ ନୂଆଦିଲ୍ଲୀସ୍ଥିତ ଆଇଏଲ୍‌ବିଏସ ହସ୍‌ପିଟାଲକୁ ବିମାନ ଯୋଗେ ପଠାଯାଇଛି।

ଏହି ଅଙ୍ଗକୁ ଶୀଘ୍ର ଏବଂ ବିନା ବାଧାରେ ଏମ୍‌ସରୁ ବିମାନବନ୍ଦରକୁ ଯିବା ନିମନ୍ତେ ସ୍ଥାନୀୟ ପୁଲିସ୍‌ ପକ୍ଷରୁ ଗ୍ରୀନ୍‌ କରିଡର୍‌ର ବ୍ୟବସ୍ଥା କରାଯାଇଥିଲା। ସମାଜରେ ଉଦାହରଣ ସୃଷ୍ଟି କରିଥିବା ମୂଳତଃ କେନ୍ଦୁଝର ଜିଲ୍ଲାର ବାସିନ୍ଦା ଏବଂ ବର୍ତ୍ତମାନ ଭୁବନେଶ୍ବରରେ ରହୁଥିବା ବନୀତା ଏବଂ ଦୁଖବନ୍ଧୁ ମହାନ୍ତଙ୍କ କନ୍ୟାଙ୍କ ଯକୃତ ଆଜି ନୂଆଦିଲ୍ଲୀ ପଠାଯାଇଛି। ବିଗତ କିଛି ମାସ ଧରି କିଡ୍‌ନୀ(ବୃକକ୍‌) ରୋଗରେ ପିଡ଼ୀତ ଥିବା ବନୀତା ଏବଂ ଦୁଖବନ୍ଧୁଙ୍କ ଝିଅଙ୍କର ଡାଇଲେସିସ୍‌ ଚାଲିଥିଲା। ମାତ୍ର ମସ୍ତିସ୍କାଘାତର ଶିକାର ହୋଇ ଉକ୍ତ ୧୪ବର୍ଷୀୟ ଛାତ୍ରୀ ଜଣଙ୍କ ଚଳିତ ମାସ ୧୫ ତାରିଖରେ ଏମ୍‌ସରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିଲେ। ଭେଷଜ(ମେଡିସିନ୍‌) ବିଭାଗରେ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇ ଚିକିତ୍ସା କରାଯାଉଥିଲା। ମାତ୍ର ସମସ୍ତ ପ୍ରୟାସ ସତ୍ତ୍ବେ ଛାତ୍ରୀଜଣଙ୍କ କୋମାକୁ ଚାଲିଯାଇଥିଲେ। ସମସ୍ତ ଚିକିତ୍ସା ସତ୍ତ୍ବେ ସୁସ୍ଥ ହେବାର କୌଣସି ଲକ୍ଷଣ ଦେଖାନଯିବାରୁ ପିତାମାତାଙ୍କ ଅନୁମତି ସହିତ ବିଶେଷଜ୍ଞ ଦଳ ନିର୍ଦ୍ଧାରିତ ଡାକ୍ତରୀ ପରୀକ୍ଷା କରିବା ସହିତ ଆପ୍ନିଆ ପରୀକ୍ଷଣ କରି ଛାତ୍ରୀଜଣଙ୍କୁ ବ୍ରେନ୍‌ ଷ୍ଟେମ୍‌ ଡେଡ୍‌ ଘୋଷଣା କରିଥିଲେ।

ଏଥିସହିତ ମାନବତାର ସର୍ବଶ୍ରେଷ୍ଠ ନିଦର୍ଶନ ପୂର୍ବକ ତାଙ୍କ ଝିଅର ଅଙ୍ଗଦାନ କରିବାକୁ ନିଷ୍ପତି ନେଇଥିଲେ ବନୀତା ଏବଂ ଦୁଖବନ୍ଧୁ। ଯଦି ତାଙ୍କ ଝିଅର କୌଣସି ଅଙ୍ଗ କାରଣରୁ ଅନ୍ୟ କାହାର ଜୀବନ ବଞ୍ଚିପାରିବ ତେବେ ତାହା ତାଙ୍କ ପାଇଁ ଶ୍ରେଷ୍ଠ ଆଶୀର୍ବାଦ ହେବ ବୋଲି ମତ ଦେଇଥିଲେ ବନୀତା ଏବଂ ଦୁଖବନ୍ଧୁ। ଅନ୍ୟର ଜୀବନ ବଞ୍ଚିପାରିଲେ ତାଙ୍କ ଝିଅ ମଧ୍ୟ ବଞ୍ଚିରହିବାର ଅନୁଭବ ହୋଇପାରିବ। ଏପରି ମହତ ଉଦ୍ଦେଶ୍ୟରେ ନିଜ ଝିଅଙ୍କ ଯକୃତ ଦାନ କରିବାକୁ ନିଷ୍ପତି ନେଇଥିଲେ ପିତାମାତା। ଏହି କ୍ରମରେ ଏମ୍‌ସ ଭୁବନେଶ୍ବର ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯାଇଥିଲା। ଜଣେ ମୃତକଙ୍କ ଶରୀରରୁ ଅଙ୍ଗ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଥିଲା।

ଏହି ପ୍ରକ୍ରିୟାର ନେତୃତ୍ବ ନେଇଥିବା ଏମ୍‌ସ ଭୁବନେଶ୍ବର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ସର୍ବପ୍ରଥମେ ଅଙ୍ଗଦାନ କରିଥିବା ଦିବଂଗତ ଛାତ୍ରୀଙ୍କ ପିତାମାତାଙ୍କୁ ହୃଦୟରୁ ଧନ୍ୟବାଦ ଅର୍ପଣ କରିଥିଲେ। ଉଦାର ଏବଂ ବିଶାଳ ସହୃଦୟତା ଦେଖାଇ ବନୀତା ଏବଂ ଦୁଃଖବନ୍ଧୁ ସମାଜରେ ଉଦାହରଣ ସୃଷ୍ଟି କରିଛନ୍ତି। ଏମ୍‌ସ ଭୁବନେଶ୍ବର ସବୁବେଳେ ନୂତନ ବ୍ୟବସ୍ଥା ଆରମ୍ଭ କରି ସ୍ବାସ୍ଥ୍ୟସେବାକୁ ଉଚ୍ଚସ୍ତରକୁ ନେଇଥାଏ। ଏଠାରେ ବୃକକ୍‌ ପ୍ରତିରୋପଣ ସଫଳତାର ସହିତ ଜାରି ରହିଥିବା ବେଳେ, ଆଜିର ଏହି ପ୍ରକ୍ରିୟା ଯକୃତ ପ୍ରତିରୋପଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କରିବାରେ ଆଉ ଏକ ପଦକ୍ଷେପ ବୋଲି ଡ. ବିଶ୍ବାସ ମତ ଦେଇଛନ୍ତି।

ଏମ୍‌ସ ମେଡିସିନ୍‌ ବିଭାଗର ସହକାରୀ ପ୍ରଫେସର୍‌ ଡ. ଶ୍ରୀକାନ୍ତ ବେହେରା ସମସ୍ତ ପ୍ରକ୍ରିୟାକୁ ସଫଳତାର ସହିତ ସଂଯୋଜନା କରିଥିଲେ। ଗ୍ୟାଷ୍ଟ୍ରୋ ସର୍ଜରୀ ବିଭାଗର ଡ. ବ୍ରହ୍ମଦତ୍ତ ପଟ୍ଟନାୟକ ଅଙ୍ଗ ପୁନରୁଦ୍ଧାର ସର୍ଜନଙ୍କ ଟିମ୍‌ରେ ସାମିଲ ଥିଲେ।

ନିଜ ଝିଅର ଅଙ୍ଗ ପୁନରୁଦ୍ଧାର ହୋଇ ବିମାନବନ୍ଦରକୁ ଯାଉଥିବାବେଳେ ବନୀତା ଏବଂ ଦୁଖବନ୍ଧୁଙ୍କ ଆଖିରୁ ଅବିଶ୍ରାନ୍ତ ଭାବେ ବହିଚାଲିଥିବା ଅଶ୍ରୁ ପିତାମାତାଙ୍କ ହୃଦୟର ବ୍ୟଥାକୁ ବୟାନ କରୁଥିଲା। ମାତ୍ର ଏହା ସତ୍ତ୍ବେ ଜଣେ ଅଜଣାର ଜୀବନ ବଞ୍ଚାଇବାକୁ ଉଭୟ ଦମ୍ପତ୍ତି ନେଇଥିବା ସାହସିକ ପଦକ୍ଷେପ କାଳ କାଳକୁ ମନେ ରହିବବୋଲି ଉପସ୍ଥିତ ସମସ୍ତ ଚିକିତ୍ସକ, କର୍ମଚାରୀ ଏବଂ ସାଧାରଣ ଜନତା ମତବ୍ୟକ୍ତ କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର