ଏଣିକି ୟୁ-ଟ୍ୟୁବ୍‌ରୁ ପାଠ ପଢ଼ିବେ ସ୍କୁଲ ପିଲା

The Sakala Picture
Published On

ଭୁବନେଶ୍ବର : ଏଣିକି ୟୁ-ଟ୍ୟୁବ୍‌ରୁ ଲାଇଭ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ। କରୋନା ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ବିକଳ୍ପ ଶିକ୍ଷାଦାନ ପାଇଁ ବିଭାଗ ପକ୍ଷରୁ ଅଭିନବ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ତେବେ ଲାଇଭ କ୍ଲାସ୍ ପାଇଁ ଜିଲ୍ଲାସ୍ତରରେ ଅନ୍ତତଃ ଦୁଇଟି ସ୍କୁଲ ଚୟନ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷତଃ ସେଣ୍ଟର ଅଫ ଏହିଲେନ୍ସ ସ୍କୁଲ କିମ୍ବା ସାଇ ସ୍କୁଲ ଟ୍ରାନ୍ସଫର୍ମସେନ୍‌ ହୋଇଥିବା ସ୍କୁଲଗୁଡ଼ିକୁ ଚୟନ କରିବା ପାଇଁ ବିଭାଗ […]

ଭୁବନେଶ୍ବର : ଏଣିକି ୟୁ-ଟ୍ୟୁବ୍‌ରୁ ଲାଇଭ ପାଠ ପଢ଼ିବେ ସ୍କୁଲ ଛାତ୍ରଛାତ୍ରୀ। କରୋନା ଯୋଗୁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାବେଳେ ବିକଳ୍ପ ଶିକ୍ଷାଦାନ ପାଇଁ ବିଭାଗ ପକ୍ଷରୁ ଅଭିନବ କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ତେବେ ଲାଇଭ କ୍ଲାସ୍ ପାଇଁ ଜିଲ୍ଲାସ୍ତରରେ ଅନ୍ତତଃ ଦୁଇଟି ସ୍କୁଲ ଚୟନ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଓସେପା ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶେଷତଃ ସେଣ୍ଟର ଅଫ ଏହିଲେନ୍ସ ସ୍କୁଲ କିମ୍ବା ସାଇ ସ୍କୁଲ ଟ୍ରାନ୍ସଫର୍ମସେନ୍‌ ହୋଇଥିବା ସ୍କୁଲଗୁଡ଼ିକୁ ଚୟନ କରିବା ପାଇଁ ବିଭାଗ ଖୋର୍ଦ୍ଧା, ବଲାଙ୍ଗିର, କଟକ, କେନ୍ଦ୍ରପଡ଼ା, ଗଞ୍ଜାମ, କୋରାପୁଟ, ସୁନ୍ଦରଗଡ଼, ପୁରୀ, ଢେଙ୍କାନାଳ, ନୟାଗଡ଼, ସମ୍ବଲପୁର, ଭଦ୍ରକ, ବାଲେଶ୍ବର ଆଦି ଜିଲ୍ଲାର ଜିଲ୍ଲା ଶିକ୍ଷାଧ୍ୟାକାରୀଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ମୁଖ୍ୟତଃ ଅନାଲାଇନ ଭିତ୍ତିଭୂମି ସୁଦୃଢ଼ ଥିବା ସ୍କୁଲଗୁଡ଼ିକୁ ରେକର୍ଡିଂ ଲାଗି ଚୟନ କରିବାକୁ ବିଭାଗ ପରାମର୍ଶ ଦେଇଛି । ତେବେ ପ୍ରାଥମିକ ପର୍ଯ୍ୟାୟରେ ୯ଟି ଜିଲ୍ଲାକୁ ସମ୍ମିଳିତ କରାଯାଇଥିବାବେଳେ ଆଗାମୀ ଦିନରେ ଅନ୍ୟ ସମସ୍ତ ଜିଲ୍ଲାକୁ ସମ୍ମିଳିତ କରାଯିବ। ସେହିପରି ୟୁଟୁବ୍ ଲାଇଭଷ୍ଟ୍ରିମିଂ ପାଇଁ ସମସ୍ତ ପ୍ରକାରର ସୁବିଧାସୁଯୋଗ ଉପଲବ୍ଧ କରିବା ପାଇଁ ଜିଲ୍ଲାଶିକ୍ଷାଧିକାରୀମାନଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି।

ଆହୁରି ପଢ଼ନ୍ତୁ: କନ୍ଧମାଳରେ ସଶସ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ଠାବ: ୩ ଗିରଫ, ବନ୍ଧୁକ ସହ ବିପୁଳ ପରିମାଣର ଗଞ୍ଜେଇ ଜବତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର