ୟୁଟ୍ୟୁବ୍ ଭିଡିଓ ଦେଖି ମହିଳାଙ୍କର ଅସ୍ତ୍ରୋପଚାର କଲେ କ୍ଲିନିକ୍‌ ମାଲିକ ଓ ଭଣଜା, ମହିଳା ମୃତ....

Deviprasad Mohanty Picture
Published On

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାରାବାଙ୍କିରେ ଏକ ଅବୈଧ କ୍ଲିନିକ୍‌ର ମାଲିକ ଏବଂ ତାଙ୍କ ଭଣଜା ୟୁଟ୍ୟୁବ୍ ଭିଡିଓ ଦେଖି ଜଣେ ମହିଳାଙ୍କର ଅସ୍ତ୍ରୋପଚାର କରିବା ପରେ ତାଙ୍କର ମୃତ୍ୟୁ ଘଟିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଛି। 

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ପୁଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ବୈଧ ଅନୁମତି ବିନା ଏହି କ୍ଲିନିକ୍ ଚଳାଉଥିଲେ। ଷ୍ଟୋନ ଜନିତ ରୋଗରେ ପୀଡ଼ିତା ମୁନିଶ୍ରା ରାୱତଙ୍କ ସ୍ୱାମୀ ତେଜବାହାଦୂର ରାୱତ ଡିସେମ୍ବର ୫ ତାରିଖରେ ତାଙ୍କୁ କୋଠିରେ ଥିବା ‘ଶ୍ରୀ ଦାମୋଦର ଔଷଧାଳୟ’କୁ ନେଇଥିଲେ। କ୍ଲିନିକ୍ ସଞ୍ଚାଳକ ଜ୍ଞାନ ପ୍ରକାଶ ମିଶ୍ର ପେଟରେ ପଥର ଥିବା କହି ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ। ଜ୍ଞାନ ପ୍ରକାଶ ମିଶ୍ର ଓ ତାଙ୍କ ଭଣଜା ବିବେକ କୁମାର ମିଶ୍ର ମିଶି ଏହି ପ୍ରକ୍ରିୟା କରିଥିଲେ। ପୁଲିସ କହିଛି ଯେ ବିବେକ କୁମାର ମିଶ୍ର ରାଏବରେଲିର ଏକ ଆୟୁର୍ବେଦିକ ହସ୍ପିଟାଲରେ କାମ କରୁଥିବାବେଳେ ତାଙ୍କ ସରକାରୀ ଚାକିରି ଆଢୁଆଳରେ ଏହି ଅବୈଧ କ୍ଲିନିକ୍ ବର୍ଷ ବର୍ଷ ଧରି ଚାଲିଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ମହିଳାଙ୍କ ମୃତ୍ୟୁ ପରେ ପୋଲିସ୍ ‘ଶ୍ରୀ ଦାମୋଦର ଔଷଧାଳୟ’କୁ ସିଲ୍ କରି ଦେଇଛି। କ୍ଲିନିକ୍ ସଞ୍ଚାଳକ ଜ୍ଞାନ ପ୍ରକାଶ ମିଶ୍ର ଓ ତାଙ୍କ ଭଣଜା ବିବେକ କୁମାର ମିଶ୍ରଙ୍କ ବିରୋଧରେ ଅବହେଳା ଯୋଗୁଁ ମୃତ୍ୟୁ ଏବଂ SC/ST (ନିର୍ଯାତନା ନିବାରଣ) ଆଇନ, ୧୯୮୯ ଅନୁଯାୟୀ ମାମଲା ରୁଜୁ ହୋଇଛି। 

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର