ୟୁଟ୍ୟୁବ୍‌ରୁ ସରକାରୀ ଚାକିରି…

The Sakala Picture
Published On

ନିଜ ଭିତରେ ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ବାସ ଥିଲେ, ଯେକୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ସହଜ। ଏକଥାକୁ ସତ କରି ଦେଖାଇଛନ୍ତି ବିହାରର ସଚିନ କୁମାର। ସେଲ୍‌ଫ ଷ୍ଟଡି ଏବଂ ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ି ସେ ଗୋଟିଏ ନୁହେଁ, ତିନିଟି ସରକାରୀ ଚାକିରିରେ ସଫଳତା ହାସଲ କରିଛନ୍ତି। ତାଙ୍କର ମନୋନୟନ ଜିଡି, ବିହାର ପୁଲିସ୍‌ ଏବଂ ଦିଲ୍ଲୀ ପୁଲିସ୍‌ରେ ହୋଇଛି। ତାଙ୍କର ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଚନ୍ଦପୁର ଗାଁର […]

ନିଜ ଭିତରେ ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ବାସ ଥିଲେ, ଯେକୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ସହଜ। ଏକଥାକୁ ସତ କରି ଦେଖାଇଛନ୍ତି ବିହାରର ସଚିନ କୁମାର। ସେଲ୍‌ଫ ଷ୍ଟଡି ଏବଂ ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ି ସେ ଗୋଟିଏ ନୁହେଁ, ତିନିଟି ସରକାରୀ ଚାକିରିରେ ସଫଳତା ହାସଲ କରିଛନ୍ତି। ତାଙ୍କର ମନୋନୟନ ଜିଡି, ବିହାର ପୁଲିସ୍‌ ଏବଂ ଦିଲ୍ଲୀ ପୁଲିସ୍‌ରେ ହୋଇଛି। ତାଙ୍କର ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିରରେ ଆରମ୍ଭ ହେବ 'ଇ-ହୁଣ୍ଡି' ବ୍ୟବସ୍ଥା: ଘରେ ବସି ଶ୍ରୀଜୀଉଙ୍କୁ ଦାନ କରିପାରିବେ ଦେଶବିଦେଶର ଭକ୍ତ

ଚନ୍ଦପୁର ଗାଁର ବାସିନ୍ଦା ହେଲେ ସଚିନ କୁମାର। ତାଙ୍କ ବାପା ସେନାରୁ ଅବସର ନେଇଛନ୍ତି। ବାପାଙ୍କଠାରୁ ସଚିନ ଖୁବ୍ ପ୍ରଭାବିତ ହୋଇଥିବା କହନ୍ତି। ପିଲାବେଳୁ ହିଁ ସେ ତାଙ୍କ ବାପାଙ୍କ ଭଳି ପୋଷାକ ପିନ୍ଧିବା ସ୍ବପ୍ନ ଦେଖି ଆସୁଥିଲେ। ସେ ତାଙ୍କର ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ପରିଶ୍ରମ କରିବା ଛାଡ଼ି ନ ଥିଲେ। ଦିନକୁ ସେ ୮-୧୦ ଘଣ୍ଟା ପାଠ ପଢ଼ୁଥିଲେ। ତେବେ ପଢ଼ିବା ଲାଗି ସେ କୋଚିଂ କିମ୍ବା ଅନ୍ୟ କୌଣସି ସହରକୁ ଯିବାକୁ ଚାହିଁ ନ ଥିଲେ। ସେ ଘରେ ନିଜେ ପଢ଼ୁଥିଲେ। ଏହାସହ ସେ ଏ ଲାଗି ୟୁଟ୍ୟୁବ୍‌ର ସାହାଯ୍ୟ ନେଉଥିଲେ। ଏ ବାବଦରେ ତାଙ୍କୁ ବେଶୀ କିଛି ଖର୍ଚ୍ଚ ବହନ କରିବାକୁ ପଡ଼ି ନ ଥିବା ସେ କହିଛନ୍ତି। ସେହିପରି ସେ ଘରେ ଯେଭଳି ଭାବେ ନିଜକୁ ପ୍ରସ୍ତୁତ କରୁଥିଲେ, ଅନ୍ୟ କେହି ବି ଚାହିଁଲେ, ସେଭଳି ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ଶେଷରେ ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଥିଲା। ସେ ତିନିଟି ସରକାରୀ ଚାକିରି ପାଇଁ ଚୟନ ହୋଇଛନ୍ତି। ତାଙ୍କର ମନୋନୟନ ଜିଡି, ବିହାର ପୁଲିସ ଏବଂ ଦିଲ୍ଲୀ ପୁଲିସ୍‌ରେ ହୋଇଛି। ଏହାକୁ ନେଇ ସେ ଖୁବ୍ ଖୁସି ଅଛନ୍ତି। ତା’ସହ ତାଙ୍କ ପରିବାର ସଚିନଙ୍କ ପାଇଁ ଗର୍ବ କରୁଛନ୍ତି। କେବଳ ସେତିକି ନୁହେଁ, ବରଂ ଏକକାଳୀନ ତିନିଟି ସରକାରୀ ଚାକିରି ହେବାରୁ ଗାଁ ଲୋକମାନେ ତାଙ୍କ ଉପରେ ବେଶ୍ ଖୁସି ଅଛନ୍ତି। ଅନ୍ୟପଟେ ତାଙ୍କର ଏଭଳି ପ୍ରସ୍ତୁତି ଏବେ ଅନ୍ୟ ଯୁବପିଢ଼ିଙ୍କୁ ପ୍ରେରିତ କରିଛି। ସେଥିପାଇଁ ଏବେ ଅନ୍ୟମାନେ ପଢ଼ା ଲାଗି ଟିପ୍ସ ନେବା ପାଇଁ ତାଙ୍କ ପାଖକୁ ଆସୁଛନ୍ତି। ସଚିନଙ୍କ ମତରେ ସବୁବେଳେ ନିଜ ଭିତରେ ଆତ୍ମବିଶ୍ବାସ ରଖିବା ଜରୁରି। କୌଣସି କାମ ହୋଇପାରିବ ନାହିଁ ଭାବିବା ଅନୁଚିତ। ଏଣୁ ଲକ୍ଷ୍ୟପଥରେ ଅଟଳ ରହି ଆଗକୁ ବଢ଼ିବା ପାଇଁ ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।

29 Jan 2025 By The Sakala

ୟୁଟ୍ୟୁବ୍‌ରୁ ସରକାରୀ ଚାକିରି…

ନିଜ ଭିତରେ ଦୃଢ଼ ଇଚ୍ଛାଶକ୍ତି ଏବଂ ଆତ୍ମବିଶ୍ବାସ ଥିଲେ, ଯେକୌଣସି କାର୍ଯ୍ୟରେ ସଫଳତା ହାସଲ କରିବା ସହଜ। ଏକଥାକୁ ସତ କରି ଦେଖାଇଛନ୍ତି ବିହାରର ସଚିନ କୁମାର। ସେଲ୍‌ଫ ଷ୍ଟଡି ଏବଂ ୟୁଟ୍ୟୁବ୍‌ ମାଧ୍ୟମରେ ପାଠପଢ଼ି ସେ ଗୋଟିଏ ନୁହେଁ, ତିନିଟି ସରକାରୀ ଚାକିରିରେ ସଫଳତା ହାସଲ କରିଛନ୍ତି। ତାଙ୍କର ମନୋନୟନ ଜିଡି, ବିହାର ପୁଲିସ୍‌ ଏବଂ ଦିଲ୍ଲୀ ପୁଲିସ୍‌ରେ ହୋଇଛି। ତାଙ୍କର ଏହି ସଫଳତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

ଚନ୍ଦପୁର ଗାଁର ବାସିନ୍ଦା ହେଲେ ସଚିନ କୁମାର। ତାଙ୍କ ବାପା ସେନାରୁ ଅବସର ନେଇଛନ୍ତି। ବାପାଙ୍କଠାରୁ ସଚିନ ଖୁବ୍ ପ୍ରଭାବିତ ହୋଇଥିବା କହନ୍ତି। ପିଲାବେଳୁ ହିଁ ସେ ତାଙ୍କ ବାପାଙ୍କ ଭଳି ପୋଷାକ ପିନ୍ଧିବା ସ୍ବପ୍ନ ଦେଖି ଆସୁଥିଲେ। ସେ ତାଙ୍କର ଏହି ସ୍ବପ୍ନକୁ ପୂରଣ କରିବା ପାଇଁ ପରିଶ୍ରମ କରିବା ଛାଡ଼ି ନ ଥିଲେ। ଦିନକୁ ସେ ୮-୧୦ ଘଣ୍ଟା ପାଠ ପଢ଼ୁଥିଲେ। ତେବେ ପଢ଼ିବା ଲାଗି ସେ କୋଚିଂ କିମ୍ବା ଅନ୍ୟ କୌଣସି ସହରକୁ ଯିବାକୁ ଚାହିଁ ନ ଥିଲେ। ସେ ଘରେ ନିଜେ ପଢ଼ୁଥିଲେ। ଏହାସହ ସେ ଏ ଲାଗି ୟୁଟ୍ୟୁବ୍‌ର ସାହାଯ୍ୟ ନେଉଥିଲେ। ଏ ବାବଦରେ ତାଙ୍କୁ ବେଶୀ କିଛି ଖର୍ଚ୍ଚ ବହନ କରିବାକୁ ପଡ଼ି ନ ଥିବା ସେ କହିଛନ୍ତି। ସେହିପରି ସେ ଘରେ ଯେଭଳି ଭାବେ ନିଜକୁ ପ୍ରସ୍ତୁତ କରୁଥିଲେ, ଅନ୍ୟ କେହି ବି ଚାହିଁଲେ, ସେଭଳି ନିଜକୁ ପ୍ରସ୍ତୁତ କରିପାରିବେ ବୋଲି ସେ ପରାମର୍ଶ ଦେଇଛନ୍ତି।

ଶେଷରେ ତାଙ୍କୁ ତାଙ୍କ ପରିଶ୍ରମର ଫଳ ମିଳିଥିଲା। ସେ ତିନିଟି ସରକାରୀ ଚାକିରି ପାଇଁ ଚୟନ ହୋଇଛନ୍ତି। ତାଙ୍କର ମନୋନୟନ ଜିଡି, ବିହାର ପୁଲିସ ଏବଂ ଦିଲ୍ଲୀ ପୁଲିସ୍‌ରେ ହୋଇଛି। ଏହାକୁ ନେଇ ସେ ଖୁବ୍ ଖୁସି ଅଛନ୍ତି। ତା’ସହ ତାଙ୍କ ପରିବାର ସଚିନଙ୍କ ପାଇଁ ଗର୍ବ କରୁଛନ୍ତି। କେବଳ ସେତିକି ନୁହେଁ, ବରଂ ଏକକାଳୀନ ତିନିଟି ସରକାରୀ ଚାକିରି ହେବାରୁ ଗାଁ ଲୋକମାନେ ତାଙ୍କ ଉପରେ ବେଶ୍ ଖୁସି ଅଛନ୍ତି। ଅନ୍ୟପଟେ ତାଙ୍କର ଏଭଳି ପ୍ରସ୍ତୁତି ଏବେ ଅନ୍ୟ ଯୁବପିଢ଼ିଙ୍କୁ ପ୍ରେରିତ କରିଛି। ସେଥିପାଇଁ ଏବେ ଅନ୍ୟମାନେ ପଢ଼ା ଲାଗି ଟିପ୍ସ ନେବା ପାଇଁ ତାଙ୍କ ପାଖକୁ ଆସୁଛନ୍ତି। ସଚିନଙ୍କ ମତରେ ସବୁବେଳେ ନିଜ ଭିତରେ ଆତ୍ମବିଶ୍ବାସ ରଖିବା ଜରୁରି। କୌଣସି କାମ ହୋଇପାରିବ ନାହିଁ ଭାବିବା ଅନୁଚିତ। ଏଣୁ ଲକ୍ଷ୍ୟପଥରେ ଅଟଳ ରହି ଆଗକୁ ବଢ଼ିବା ପାଇଁ ସେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp